-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
06-Apr-2024
ତରଭା(କପିଳାସ ସେଠ): ରାଜ୍ୟ ରେ ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦେଶ ରେ ତରଭା ପୋଲିସ ପକ୍ଷରୁ ସହର ରେ ଫ୍ଲାଗ ମାର୍ଚ୍ଚଅନୁଷ୍ଠିତ ହୋଇ ଯାଇଛି । ତରଭା ବ୍ଲକ ଅଂଚଳରେ ସାଧାରଣ ନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳାର ସହିତ ଜନ ସାଧାରଣ ସୁରକ୍ଷିତ ଭାବେ ନିଜର ମତ ସାବ୍ୟସ୍ତ କରିବେ ସେଥିପାଇଁ ପୋଲିସ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିବା ନେଇ ଫ୍ଲାଗ ମାର୍ଚ୍ଚ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ
ଅଧିକ୍ଷକ ୟଶପ୍ରତାପ ଶ୍ରୀମଲଙ୍କ ନିର୍ଦ୍ଧେଶ ରେ ଫ୍ଲାଗ ମାର୍ଚ୍ଚ ତରଭା ଥାନା ପରିସରରେ ରୁ ବାହାରି ସହରଦୁଇ ମୁଖ୍ୟ ସାରା ଦେଇ ପରିକ୍ରମା କରାଯାଇ ଥିଲା। ଏଥିରେ ସୋନପୁର ପୋଲିସର ଏକ ପ୍ଳାଟୁନ ଫୋର୍ସ ଓ ତରଭା ଥାନା ପୋଲିସ ଭାଗ ନେଇଥିଲେ । ଜିଲ୍ଲା ପୋଲିସ ପକ୍ଷରୁ ନିରପେକ୍ଷ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲାର ସମ୍ବେଦନଶିଳ ଅଚଂଳରେ ଆଗାମି ଦିନରେ ଆହୁରି ଫ୍ଲାଗ ମାର୍ଚ୍ଚ କରାଯିବ ବୋଲି ସୂଚନା ଦିଆଯାଇଛି । ନିର୍ବାଚନ ସମୟରେ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ପାଇଁ ଏହି ଫ୍ଲାଗ ମାର୍ଚ୍ଚ କରାଯାଇଛି ବୋଲି ତରଭା ଥାନା ଆଇ ଆଇ ସି ଅନିତା କିଡୋ ସୂଚନା ଦେଇଛନ୍ତି ।