-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
06-Apr-2024
ସିନ୍ଧେକେଲା(ଦୀନେଶ ଜୈନ )ଜୈନ ତେରାପଂଥ ଧର୍ମସଙ୍ଘର ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣଜିଙ୍କ ଅସୀମ କୃପାରୁ ସିନ୍ଧେକେଲା କୁ ସମଣି ଉପକେନ୍ଦ୍ର ଘୋଷିତ କରାଯାଇଥିଲା । ଏହା କୁ ନେଇ ଆଜି ଶନିବାର ସକାଳ ୬ ଟା ସମୟରେ ସମଣି ଜିନ ପ୍ରଜ୍ଞା ଓ ସମଣି କ୍ଷାନ୍ତି ପ୍ରଜ୍ଞା ସିନ୍ଧେକେଲା ଅଗ୍ରୱାଲ ଜୈନ ତେରାପଂଥ ଭବନରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ତେରାପନ୍ଥ ସଭା ଅଧ୍ୟକ୍ଷ ବଜରଙ୍ଗ ଜୈନ , ପୂର୍ବତନ ଅଧ୍ୟକ୍ଷ ସୁନୀଳ ଜୈନ , ଉପାଧ୍ୟକ୍ଷ ସୁବାଷ ଜୈନ , ସମ୍ପାଦକ ନବୀନ ଜୈନ , ପ୍ରାନ୍ତୀୟ ସଭା ପୂର୍ବତନ ଅଧ୍ୟକ୍ଷ ଛତ୍ରପାଳ ଜୈନ , ସ୍ଥାନୀୟ ଅଗ୍ରୱାଲ ସଭା ଅଧ୍ୟକ୍ଷ ପ୍ରସନ୍ନ ଜୈନ , ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଜୈନ , ପୂର୍ବତନ ଅଧ୍ୟକ୍ଷ ଫୁଲଚନ୍ଦ ଜୈନ , ବରିଷ୍ଠ ସ୍ରାବକ ପ୍ରବୀଣ ଜୈନ , ଆଦେଶ ଜୈନ , ରମେଶ ଜୈନ , ରାମ ଅବତାର ଜୈନ , ସଂଜୀବ ଅଗ୍ରୱାଲ , ରୋଶନ ଜୈନ , ସୋନୁ ଜୈନ , ଯୁବକ ପରିଷଦର ଧିରଜ ଜୈନ , ଵବ୍ଲୁ ଜୈନ , ମଂଜେସ ଜୈନ , ମନୋଜ ଜୈନ , ମହିଳା ମଣ୍ଡଳ ସଭାପତି ପୁଷ୍ପା ଜୈନ , ପୂର୍ବତନ ସଭାପତି ହୀରାମଣି ଜୈନ , ବରିଷ୍ଠ ସଦସ୍ୟା ରାମକଲି ଜୈନ , ଗରୀମା ଜୈନ , ସଞ୍ଜୁ ଜୈନ ପ୍ରମୁଖ ଉପସ୍ଥିତ ରହି ସମଣି ଦ୍ଵୟ ଙ୍କ ସ୍ୱାଗତ କରିଥିଲେ । ସମଣିଜୀ ଙ୍କ ଦ୍ଵାରା ମଙ୍ଗଳାପାଠ ହୋଇଥିଲା । ଆଜି ଶନିବାର ରାତି ୭ ରୁ ୮ ସାମୟିକ ଓ ୮ ରୁ ସ୍ୱାଗତ ସମାରୋହ ଆୟୋଜନ ହେବ ବୋଲି ସଭା ପକ୍ଷରୁ ସୂଚନା ମିଳିଛି ।