-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
12-Oct-2026
ବରପାଲି: ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ ଆଗଲପୁର ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯୁକ୍ତଦୁଇ ସ୍ତରକୁ ଉନ୍ନୀତ କରିବା ସହ ଉଚ୍ଚମାଧ୍ୟମିକ ଶିକ୍ଷାନୁଷ୍ଠାନ ଭାବେ ମାନ୍ୟତା ପ୍ରଦାନ କରାଯାଇଛି। ଏହା ଫଳରେ ଆଗଲପୁର ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ହାସଲ କରିବାର ସୁଯୋଗ ବୃଦ୍ଧି ପାଇବ। ଆଗଲପୁର ହାଇସ୍କୁଲକୁ ଯୁକ୍ତଦୁଇ ସ୍ତରକୁ ଉନ୍ନୀତ କରିବା ପାଇଁ ଅଞ୍ଚଳବାସୀ ଦୀର୍ଘଦିନ ଧରି ଦାବି କରିଆସୁଥିଲେ। ଏହି ଦାବିକୁ ନେଇ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଓ ନିରନ୍ତର ପ୍ରଚେଷ୍ଟା ଶେଷରେ ସଫଳ ହୋଇଛି । ସୂଚନା ଅନୁଯାୟୀ, ସମ୍ପୃକ୍ତ ସଚିବଙ୍କ ନିର୍ଦ୍ଦେଶକ୍ରମେ ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲାପାଳଙ୍କ ଅନୁମୋଦନ ସହ ଏ ସମ୍ପର୍କିତ ପ୍ରସ୍ତାବ ପଠାଇଥିଲେ। ଏହି ପ୍ରସ୍ତାବକୁ ବିଚାରକୁ ନେଇ କେନ୍ଦ୍ର ଶିକ୍ଷା ବିଭାଗର ପ୍ରକଳ୍ପ ଅନୁମୋଦନ ପରିପ୍ରେକ୍ଷୀରଓଡିଶା ସରକାର ଙ୍କ ପତ୍ର ସଂଖ୍ୟା 7933/Access/26 ତା 21.07.2026 ସରକାରୀ ଉଚ୍ଚ ବିଦ୍ୟାଳୟ ଆଗଲପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପରିଣତ ହୋଇଥିଲା । ପରବର୍ତ୍ତୀ ସମୟରେ ଓସେପା ନିର୍ଦ୍ଦେଶକ ୨୦୨୬-୨୭ ଶିକ୍ଷାବର୍ଷରୁ ଏହାକୁ କାର୍ଯ୍ୟକାରୀ କରିବା ନେଇ ବିଜ୍ଞପ୍ତି ଜାରି କରିଥିଲେ। ଏଥିସହ ଓସେପାର ଭାରପ୍ରାପ୍ତ ନିର୍ଦ୍ଦେଶକ ଗତ ସେପ୍ଟେମ୍ବର ୫ ତାରିଖରେ ଏହାର କାର୍ଯ୍ୟକାରିତା ନିମନ୍ତେ ବରଗଡ଼ ଜିଲ୍ଲାପାଳଙ୍କୁ ନିର୍ଦେଶ କରିଥିଲେ। ଆଗଲପୁର ହାଇସ୍କୁଲର ଏହି ଉନ୍ନତିକରଣକୁ ନେଇ ଅଞ୍ଚଳବାସୀ ରାଜ୍ୟ ସରକାର ଓ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏ ନେଇ ସ୍ଥାନୀୟ ସରପଞ୍ଚ ରିଙ୍କି ଭୋଇ, ବରପାଲି ବ୍ଲକ ଅଧ୍ୟକ୍ଷା ରୀନା ଥଇତ, ଜିଲ୍ଲା ପରିଷଦ ସଭ୍ୟ ଅନନ୍ତ ସେଠ୍, ତିଳେଇମାଲ ସରପଞ୍ଚ ସରୋଜିନୀ ମିଶ୍ର, ତିନିକାନୀ ସରପଞ୍ଚ ଲକ୍ଷ୍ମୀ ଧନୁକା, ଚନ୍ଦ୍ରକାନ୍ତି ବାଗ, ଗୋବିନ୍ଦ ଜୁଆଡ଼ି, ବଳରାମ ବିଶ୍ୱାଳ, ସୁକାନ୍ତ ପଧାନ, ଶେଷଦେବ ବିଶ୍ୱାଳ ପ୍ରମୁଖ ଧନ୍ୟବାଦ ଜଣାଇଛନ୍ତି।