-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
11-Oct-2026
ଟିଟଲାଗଡ(ପ୍ରେରଣା ଖବର)- ଟିଟିଲାଗଡ ସହରର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ସୁସାହିତ୍ୟିକ, ଲେଖକ ଓ କବି ସେବକ ଚରଣ ଦାସଙ୍କ ୫୦ ଖଣ୍ଡ ପୁସ୍ତକ ପ୍ରକାଶନ ଉପଲକ୍ଷେ ଆଜି ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳାଠାରେ ଏକ ଭବ୍ୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଆଉ ତିନୋଟି ପୁସ୍ତକ ଉନ୍ମୋଚିତ ହୋଇଥିବାରୁ ସାହିତ୍ୟ ଜଗତରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି।
ଏହି ଭବ୍ୟ ସାରସ୍ୱତ ସମାରୋହରେ ସହର ତଥା ସହର ବାହାରୁ ବହୁ ସାହିତ୍ୟିକ, କବି ଓ ଲେଖକ ଯୋଗଦେଇ ଉତ୍ସବକୁ ଗରିମାମୟ କରିଥିଲେ।
ଏହି ଅବସରରେ ନୂଆ ସକାଳ ପବ୍ଲିକେସନ୍ସ, ଡୁଙ୍ଗୁରିପାଲିରୁ କୁସଲି ଭାଷାରେ ୩୬୫ ଖଣ୍ଡ ପୁସ୍ତକ ପ୍ରକାଶ କରିଥିବା ବିଶିଷ୍ଟ ପ୍ରକାଶକ ତଥା ସାହିତ୍ୟପ୍ରେମୀ ଶ୍ରୀଯୁକ୍ତ ଗୌରାଙ୍ଗ ପାଣ୍ଡେ ମଧ୍ୟ ଉପସ୍ଥିତ ରହି ଟିଟିଲାଗଡ଼ର ଲେଖକ ଓ କବିମାନଙ୍କ ସାହିତ୍ୟ ସାଧନାର ଭୂରିଭୂରି ପ୍ରଶଂସା କରିଥିଲେ।
ସାହିତ୍ୟ ହେଉଛି ସମାଜର ଦର୍ପଣ, ଆଉ ସାହିତ୍ୟ ସାଧନା ହେଉଛି ଏକ ମହାନ ତପସ୍ୟା। ଦୀର୍ଘ ବର୍ଷର ସାଧନା, ଅଧ୍ୟବସାୟ ଓ ସୃଜନଶୀଳତାର ଏହି ଅପୂର୍ବ ଉତ୍ସବରେ ଯୋଗଦେବା ମୋ ପାଇଁ ଏକ ଅପାର ସୌଭାଗ୍ୟ।
ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ଯୋଗ ଦେଇ ନିଜକୁ ଧନ୍ୟ ମନେ କରୁଛି ବୋଲି ନିଜ ଉଦବୋଧନରେ କହିଥିଲେ। ତା ସହ ଏପରି ମହାନ ସାହିତ୍ୟିକମାନଙ୍କ ସାନ୍ନିଧ୍ୟ ଓ ସାହିତ୍ୟ ପ୍ରତି ସେମାନଙ୍କର ଅସୀମ ନିଷ୍ଠା ମୋତେ ଅନୁପ୍ରାଣିତ କରିଛି ଏବଂ ସେବକ ଚରଣ ଦାସଙ୍କ ସାହିତ୍ୟ ସାଧନା ଆହୁରି ସମୃଦ୍ଧ ହେଉ, ତାଙ୍କର କଲମରୁ ଅନେକ ମୂଲ୍ୟବାନ ସୃଷ୍ଟି ଜନ୍ମ ନେଉ ଏବଂ ଓଡ଼ିଆ ସାହିତ୍ୟ ଜଗତ ତାଙ୍କର ସୃଜନଶୀଳତାରେ ଆହୁରି ଋଦ୍ଧିମନ୍ତ ହେଉ—ଏହା ହିଁ ମୋର ହୃଦୟଭରା କାମନା। ସାହିତ୍ୟର ଜୟ ହେଉ, ସାହିତ୍ୟ ସାଧକଙ୍କ ଜୟ ହେଉ ବୋଲି ଶ୍ରୀମତି ଜୈନ କହିଥିଲେ।