-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||     

HOME   ରାଜ୍ୟ

ଆଉ ତିନି ମାସ ପରେ ପିପିଲି ଉପ ନିର୍ବାଚନ: ପଢ଼ନ୍ତୁ କଣ ରହିଛି ୩ ମୁଖ୍ୟ ରାଜନୈତିକ ଦଳର ସ୍ଥିତି,ଟିକେଟକୁ ନେଇ ଶାସକ ବିଜେଡ଼ି ସମେତ ବିରୋଧୀ କଂଗ୍ରେସ ଓ ବିଜେପିରେ ମଧ୍ୟ ରହିଛନ୍ତି ଏକାଧିକ ଆଶାୟୀ ପ୍ରାର୍ଥୀ

20-Dec-2020



ଭୁବନେଶ୍ୱର,ଏବେ କମ୍ପିବ ପିପିଲି । ପିପିଲି ଦେଖିବ ପ୍ରଥମ ଉପନିର୍ବାଚନ । ରାଜନୀତିର ପଶାପାଲିରେ କିଏ ମାରିବ ବାଜି, କିଏ ଚାଖିବ ପରାଜୟର ସ୍ୱାଦ ।  ବିଧାୟକ ପ୍ରଦୀପ ମହାରଥୀଙ୍କ ପରେ କାହା ହାତରେ ପିପିଲି ଶାସନର କ୍ଷମତା ଡୋରି ଧରାଇବେ ଭୋଟର ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ୨୦୧୯ ନିର୍ବାଚନରେ ବିଜୟୀ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ୬ ମାସ ଭିତରେ ସାମ୍ନା ହେବ ଆଉ ଏକ ନିର୍ବାଚନର । କ୍ଷମତା ଓ ପ୍ରତିପତିର ଲଢ଼େଇରେ କିଏ ମାରିବ ବାଜି ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ଛକ ଛକରେ ଏବେ ରାଜନୀତିର ପାଟିଗଣିତ କଷା ଚାଲିଛି । 

ପ୍ରଦୀପ ମହାରଥୀ, ବିଜୁ ଜନତା ଦଳର ପ୍ରାର୍ଥୀ । ୮୮୪୩୪ ଭୋଟ ସହ ୮୪ଟି ପୋଷ୍ଟାଲ୍ ଭୋଟ ଯାଇଥିଲା ମହାରଥୀଙ୍କ ଖାତାକୁ । ମୋଟ ୮୮୫୧୮ ଭୋଟ ପାଇଥିଲେ ମହାରଥୀ । ଆଶ୍ରିତ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ । ୭୨୫୭୯ ଭୋଟ ସହ ୧୫୨ ପୋଷ୍ଟାଲ୍ ଭୋଟ ପାଇଥିଲେ ଆଶ୍ରିତ୍ । ମୋଟ ୭୨୭୩୧ ଭୋଟ ମିଳିଥିଲା ଆଶ୍ରିତଙ୍କୁ । ଅଜିତ୍ ମଙ୍ଗରାଜ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ । ୯୮୦୯ ଭୋଟ ସହ ୨୧ଟି ପୋଷ୍ଟାଲ୍ ଭୋଟ ମିଳିଥିଲା । ମୋଟ ୯୮୩୦ ଭୋଟ ଯାଇଥିଲା ମଙ୍ଗରାଜଙ୍କ ନାଁରେ । ଏହା ବାଦ୍ ସିପିଆଇଏମ୍ଏଲ୍, ଏସ୍ୟୁସିଆଇ ଓ ବିଏସ୍ପି ପ୍ରାର୍ଥୀଙ୍କ ଖାତାକୁ ଯାଇଥିଲା ୨୭୮୯ଟି ଭୋଟ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୯ ନିର୍ବାଚନରେ ୮୬୭ ଜଣ ନୋଟାରେ ଭୋଟ ଦେଇ ସବୁଦଳର ପ୍ରାର୍ଥୀଙ୍କୁ ନାପସନ୍ଦ କରିଥିଲେ । 
୨୦୧୯ରେ ମୋଟ ୨ଲକ୍ଷ ୨୮ ହଜାର ୮୦୫ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୭୪ ହଜାର ୭୩୫ ଭୋଟର ମତଦାନ ସାବ୍ୟସ୍ତ କରିଥିଲେ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଆଦି ଅନେକ ସମସ୍ୟା ବିରୋଧୀ ସେତେବେଳେ ପ୍ରସଙ୍ଗ କରିଥିଲେ ବି ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଉପରେ କିଛି ଫରକ ପଡ଼ିନଥିଲା ।  ତେବେ ଶେଷ ମୁହୂର୍ତରେ ଅଜିତ୍ ମଙ୍ଗରାଜଙ୍କୁ କଂଗ୍ରେସ ଟିକେଟ ମିଳିବା ଯୋଗୁ କଂଗ୍ରେସ ଖାତାରେ ୧୦ହଜାର ଭୋଟ ବି ମିଳିପାରିନଥିଲା । ଠିକ୍ ସେମିତି କଂଗ୍ରେସ୍ ନେତା ଯୁଦ୍ଧିଷ୍ଟିର ସାମନ୍ତରାୟଙ୍କ ନିରବତା ପାଇଁ ସର୍ବାଧିକ କଂଗ୍ରେସ୍ ଭୋଟ ଯାଇଥିଲା ଭାରତୀୟ  ଜନତା ପାର୍ଟି ଖାତାକୁ । ୨୦୧୪ ମସିହାରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଆଶ୍ରିତ୍ ପଟ୍ଟନାୟକ ୧୭ହଜାର ୯୭୯ ଖଣ୍ଡ ଭୋଟ ପାଇଥିବା ବେଳେ ୨୦୧୭ ପଚାଂୟତ ନିର୍ବାଚନ ପରେ ସେ ପଦ୍ମ ଧରି ୨୦୧୯ରେ ବିଜେପିରୁ ପାର୍ଥୀ ହୋଇଥିଲେ । ଯେଉଁଥିପାଇଁ ୨୦୧୪ରେ ବିଜେପି ପିପିଲିର ମାତ୍ର ୭ହଜାର ୬୪୮ ଭୋଟ ପାଇଥିବା ବେଳେ ୨୦୧୯ରେ ଆଶ୍ରିତ୍ ପାଇଁ ୭୨ହଜାର ୭୩୧ ଭୋଟ ପାଇଥିଲା ପଦ୍ମ ଦଳ ।

ପ୍ରଦୀପ ମହାରଥୀ ୩୫ ବର୍ଷ ବିଧାୟକ ଥିବା ବେଳେ ତାଙ୍କ ପରେ ବିଜେଡି ଗଡର ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି ତାଙ୍କ ସହଯୋଗୀମାନେ । କିନ୍ତୁ ମା-ପୁଅ ଉଭୟଙ୍କ ପାଇଁ ଦୁଇଟି ଗୋଷ୍ଠୀ ଦାବୀଦାର ଥିବାରୁ ବିବାଦର ଅବସାନ ହେଉନି । ଗତ ନିର୍ବାଚନରେ ଯୁବଗୋଷ୍ଠୀଙ୍କୁ ଅଣଦେଖା କରି ମହାରଥୀଙ୍କର ଭୋଟ କମିଥିଲା । ତେଣୁ ଏଥର ଯୁବନେତୃତ୍ୱ ନେବା ପାଇଁ ପୁଅ ରୁଦ୍ର ପ୍ରତାପଙ୍କୁ ମଇଦାନକୁ ଆଣିବାକୁ ଚାହୁଁଛନ୍ତି ଯୁବଗୋଷ୍ଠୀ । କିନ୍ତୁ ଅନୁକମ୍ପା ଭୋଟ କମିିଯିବା ଭୟରେ ରୁଦ୍ରଙ୍କ ବଦଳରେ ପ୍ରତିଭାଙ୍କ ନାଁ ସୁପାରିଶ କରୁଛନ୍ତି ବରିଷ୍ଠ ନେତା ।ଏପରିକି ରୁଦ୍ରଙ୍କ ପ୍ରତି କିଛି ଛାମୁଆ ନେତାଙ୍କ ନୀରବ ସମର୍ଥକ ପରିସ୍ଥିତିକୁ ଗୋଳିଆ କରିଛି ।

କଂଗ୍ରେସରେ ମାଳ ମାଳ ପ୍ରାର୍ଥୀ । ଟିକେଟ୍ ରେସରେ ୪ ଚେହେରା । ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସରେ ବଢ଼ୁଛି ଆଶାୟୀଙ୍କ ତାଲିକା । ନିକଟରେ ଏନେଇ ଏକ ପ୍ରସ୍ତୁତି ବୈଠକ ବସିଥିଲେ ବି ନେତୃତ୍ୱ ଚୟନ ହୋଇପାରିନି । ଯାହାକୁ ନେଇ ଦ୍ୱନ୍ଦରେ ଦଳ, ଆଶଙ୍କାରେ କର୍ମୀ । ରେସର ସବୁଠୁ ଆଗରେ ରହିଛନ୍ତି ପିସିସି ମୁଖପାତ୍ର ତଥା ଯୁବନେତା ନିଶୀକାନ୍ତ ମିଶ୍ର । ଲୋକଙ୍କ ସମସ୍ୟା ସହ ଜଡିତ ହୋଇ ସରକାରଙ୍କୁ ଟାର୍ଗେଟ କରୁଥିବା ନିଶୀକାନ୍ତ ଏଥର କଂଗ୍ରେସ ଟିକେଟ ପାଇବେ ବୋଲି ଜୋର ଚର୍ଚ୍ଚା ହେଉଛି । ସେପଟେ ମହିଳା କାର୍ଡ ଖେଳି ନିଜକୁ ପ୍ରମୁଖ ଟିକେଟ ଦାବିଦାର ବୋଲି ଗଣମାଧ୍ୟମକୁ କହିଛନ୍ତି ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସଂପାଦିକା ନିରୁପମା ପାତ୍ର । ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଲୋକଙ୍କ ସମସ୍ୟାରେ ନିଜକୁ ସାମିଲ କରି ଟିକେଟ ରେସର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ନିରୁପମା । ବିଜେଡି ମହିଳା ପ୍ରାର୍ଥୀ ଦେଲେ ନିରୁପମାଙ୍କ ଟିକେଟ ପକା ବୋଲି କୁହାଯାଉଛି । ତେବେ ଆଶାୟୀ ତାଲିକାରେ ନୈରାଶ୍ୟଜନକ ସ୍ଥାନରେ ଅଛନ୍ତି ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜ । ଗତ ୧୯ ନିର୍ବାଚନରେ ଦଳ ପାଇଁ ୧୦ ହଜାର ଭୋଟ ଯୋଗାଡ କରି ପାରିନଥିବା ଅଜିତଙ୍କୁ ଟିକେଟ ନଦେବା ପାଇଁ ଜାଣିଶୁଣି ଜିଲ୍ଲା ସଭାପତି ଦାୟିତ୍ୱ ମିଳିଥିବା ଚର୍ଚ୍ଚା ହେଉଛି । ତେବେ ସେ ବି ଟିକେଟ ଦୌଡରେ ଥିବା ବେଳେ ଏବେ ବିଭିନ୍ନ କାର‌୍ୟ୍ୟକ୍ରମରେ ନିଜକୁ ସାମିଲ କରୁଥିବା ଦେଖିବାକୁ ମିଳୁଛି । 

ଅନ୍ୟପଟେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ବି ଅଛନ୍ତି ଟିକେଟ ରେସରେ । କୁହାଯାଉଛି ଦଳ ପ୍ରତି ତାଙ୍କର ଆନୁଗତ୍ୟ ଏବଂ ୧୯୯୫ରେ କଂଗ୍ରେସ ବିଜୟ ପଛରେ ତାଙ୍କର ଅବଦାନ ପାଇଁ ଦଳ ଏଥର ଉପନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିପାରେ ।

ବିଜେପି ପାଇଁ ମଧ୍ୟ ଗୋଷ୍ଠୀବିବାଦ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦିଓ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ନିଜ ପାଇଁ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି କିନ୍ତୁ ଦଳ ଭିତରେ ଅନ୍ୟ ଜଣେ ନେତା ନିଜକୁ ପ୍ରାର୍ଥୀ ଭାବେ ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳୁଛି । ତେବେ ଆଶ୍ରିତଙ୍କ ପଛରେ ସମ୍ବିତ ପାତ୍ର ଏବଂ ଶୀର୍ଷ ନେତୃତ୍ୱଙ୍କ ସମର୍ଥନ ଥିବାରୁ ଆଶ୍ରିତ ଟିକେଟ୍ ପାଇ ପାରନ୍ତି । କିନ୍ତୁ ବିଜେଡିର ଟିକେଟ ଘୋଷଣା ପରେ ହିଁ ବିଜେପି ଟିକେଟ ଘୋଷଣା କରିବ ବୋଲି ଅନୁମାନ କରାଯାଉଛି । 

ଅନ୍ୟପଟେ ପିପିଲି ଉପନିର୍ବାଚନ ନେଇ ବୁଥ ପ୍ରସ୍ତୁତ କରୁଛି ପ୍ରଶାସନ । କରୋନାକୁ ଲକ୍ଷ୍ୟ ରଖି ବୁଥ୍ ସଂଖ୍ୟା ବୃଦ୍ଧି କରାଯାଇଛି । ୨୦୧୯ ନିର୍ବାଚନରେ ୨୭୦ଟି ବୁଥରେ ମତଦାନ ହୋଇଥିବା ବେଳେ ଉପନିର୍ବାଚନ ପାଇଁ ୭୭ଟି ଅଧିକ ବୁଥ୍ କରାଯାଇ ମୋଟ ୩୫୦ ବୁଥରେ ମତଦାନ ହେବ । ପିପିଲିରେ ୧୬ଟି ଓ ଡେଲାଙ୍ଗରେ ୩୧ଟି ବୁଥ ବୃଦ୍ଧି ପାଇଥିବା ସୂଚନା ଦିଆଯାଇଛି । ପ୍ରତି ବୁଥରେ ୧ହଜାର ଭୋଟର ଭୋଟ ଦେବାର ବ୍ୟବସ୍ଥା ରହିବ । ଶୃଙ୍ଖଳିତ ମତଦାନ ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ପ୍ରଶାସନ ତରଫରୁ କୁହାଯାଇଛି ।

ସମୟ ବଦଳିଛି, ପରିସ୍ଥିତି ବି ବଦଳିଛି । ବଦଳିଛି ପିପିଲିର ଚିତ୍ର । ମାତ୍ର ଦେଢ଼ବର୍ଷ ବିଧାୟକ ଭାବେ କ୍ଷମତାରେ ରହି ପରଲୋକରେ ବିଜେଡି ନେତା ପ୍ରଦୀପ ମହାରଥୀ । ବିଗତ ଉପନିର୍ବାଚନର ଟ୍ରେଣ୍ଡ ଦେଖିଲେ ଜଣାଯାଏ ପରଲୋକ ଗତ ନେତାଙ୍କ ପରିବାର ସଦସ୍ୟଙ୍କୁ ମିଳେ ଦଳୀୟ ଟିକେଟ । ଅନୁକମ୍ପାର ଭୋଟ ହାତେଇ ବିଜୟୀ ହୁଅନ୍ତି ପ୍ରାର୍ଥୀ । କିନ୍ତୁ ପିପିଲି ପଲିଟିକ୍ସ ସବୁବେଳେ ନିଆରା । କାରଣ ଏ ମାଟି ହରାଇଛି ପୁରୁଣା ନେତା, ଖୋଜୁଛି ନୂଆ ଚେହେରା । ତେବେ ସମ୍ମାନ ବନାମ ସ୍ୱାଭିମାନ ଲଢ଼େଇରେ କିଏ ବାଜି ମାରୁଛି ଓ କିଏ ଦେଉଛି ଚିତପଟାଙ୍ଗ ତାହା କେବଳ ସମୟ କହିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026

You Might Also Like