-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
17-Jan-2024
ଉଲୁଣ୍ଡା(ପ୍ରେରଣା ଖବର ): ପାତାଳି ଶ୍ରୀକ୍ଷେତ୍ରର ମାଧବ ଗୁମ୍ଫା ନିକଟରେ ସପ୍ତାଦୀପା ସାହିତ୍ୟ ସଂସଦର ସାରସ୍ୱତ ସମାରୋହ ଅବସରରେ ଲୋକାର୍ପିତ ହୋଇଯାଇଛି ଗାଳ୍ପିକ ଅଧ୍ୟାପକ ଯଜ୍ଞେଶ୍ଵର ବିଶିଙ୍କ ଗଳ୍ପ ସଂକଳନ "ମୁଗଡାଲିର ବାସ୍ନା" I ନିଜ ପରିଚିତ ପୃଥ୍ୱୀରୁ ଚିତ୍ର ଓ ଚରିତ୍ର ସାଉଁଟି କଥା ସାହିତ୍ୟରେ ମାନବୀୟ ସ୍ୱର ଝଙ୍କୃତ କରାଇବାରେ ଗାଳ୍ପିକ ଜଣେ ସଫଳ ସ୍ରଷ୍ଟା ବୋଲି ମତବ୍ୟକ୍ତ କରିଥିଲେ ମୁଖ୍ୟ ଅତିଥି ଆର୍ତତ୍ରାଣ ବାବୁ I ଯଜ୍ଞେଶ୍ୱରଙ୍କ ଗଳ୍ପ ଏକ ସାମାଜିକ ଆନ୍ଦୋଳନ ବୋଲି ସମ୍ମାନିତ ଅତିଥି ଯୋଗେନ୍ଦ୍ର ପଣ୍ଡା ମନ୍ତବ୍ୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଡକ୍ଟର ଅନିରୁଦ୍ଧ କୁରକୁରିଆ କହିଥିଲେ ଯେ, ଅନୁରାଗଧର୍ମୀ ସର୍ଜନା ଓ ମାର୍ମିକ ଅନୁଭୂତିର ଆର୍ତ୍ତ ଚିତ୍କାର କରିଉଠେ ଗାଳ୍ପିକଙ୍କ ଗଳ୍ପ ସମ୍ଭାର I ସଂସଦର ସଭାପତି ଦ୍ବୀତିକୃଷ୍ଣ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ଉକ୍ତ ସମାରୋହରେ କବିତା ପାଠ କରିଥିଲେ ଧ୍ରୁବ ଚରଣ ଖେତି, ଅନ୍ତର୍ଯ୍ୟାମୀ ରଥ, ଧର୍ମ ଶତପଥୀ, ଭଗଵାନ ବାଘ, ସବିତା ହୋତା, ବଂଶୀଧର ପଣ୍ଡା, ପ୍ରହଲ୍ଲାଦ ନାଏକ, ବିଜୟ ହୋତା, ପଦ୍ମନାଭ ପଣ୍ଡା, ଅକ୍ଷୟ ରାଏ, ପଦ୍ମନାଭ ବାରିକ, ଶ୍ୟାମଗୋପାଳ ହୋତା ପ୍ରମୁଖ ପ୍ରାୟ ୪0 ଜଣ କବି କବିୟତ୍ରୀ I କବିତା ଗୁଡିକର ସଂଯୋଜନା କରିଥିଲେ ଅକ୍ରୁର ହୋତା ଓ ଲକ୍ଷ୍ମୀ ସାହୁ I ଶେଷରେ ତ୍ରିକୂଟ ଉନ୍ନୟନ ପରିଷଦର ସଭାପତି କମ୍ଭୁଧର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ I