-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
17-Jan-2024
(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର:ଡାବୁଗାଁ ବ୍ଲକ ଚଚରାଗୁଡା ପଞ୍ଚାୟତ ଅନ୍ତର୍ଗତ ବାଣୁଆଗୁଡ଼ା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦର ଏକ ନିର୍ମାଣାଧୀନ ତିନି ମହଲା କୋଠାରୁ ପଡ଼ି ମୃତ୍ୟୁ ଘଟିଛି। ମୃତ ଶ୍ରମିକ ବାଣୁଆଗୁଡା ଗ୍ରାମର ଉଦ୍ଧବ ମାଝୀ ( ୨୬) ବୋଲି ଜଣା ପଡ଼ିଛି। ଆଜି ଦିନ ୧୧ଟା ସମୟରେ ବଣୁଆଗୁଡା ଗ୍ରାମରେ ହାଇଦ୍ରାବାଦରୁ ଏକ ଆମ୍ବୁଲାନ୍ସ ଯୋଗେ ଉଦ୍ଧବ ମାଝୀଙ୍କ ମୃତଦେହ ପହଞ୍ଚିଛି।
ସୂଚନା ପ୍ରକାରେ ବାଣୁଆ ଗୁଡା ଗ୍ରାମର ଉଦ୍ଧବ ମାଝୀ ଦୁଇ ମାସ ତଳେ ଗାଁର ତିନି ସାଥୀଙ୍କ ସହ ମିଶି ତେଲେଙ୍ଗାନାର ହାଇଦ୍ରାବାଦରେ ଶ୍ରମିକ ଭାବରେ କାମକରିବା ପାଇଁ ଯାଇଥିଲେ। ଗତ ୧୫ ତାରିଖ ରାତ୍ର ପ୍ରାୟ ୯ ଘଣ୍ଟ ସମୟରେ ଅସାବଧାନତା ଯୋଗୁଁ ତିନି ମହଲା କୋଠା ଉପରୁ ତଳେ ପଡି ଯାଇଥିଲେ ଏବଂ ସେହି ସ୍ଥାନରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।ଖବର ପାଇ ହାଇଦ୍ରାବାଦ ପୁଲିସ ଶବ ଜବତ କରି ଏକ ମାମଲା ରୁଜୁ କରିବା ସହ ମଙ୍ଗଳବାର ଶବ ବ୍ୟବଛେଦ ପରେ ହସ୍ତାନ୍ତର କରିଥିଲେ। ଉକ୍ତ ଠିକା ସଂସ୍ଥା ଦ୍ୱାରା ଏକ ଆମ୍ବୁଲାନ୍ସ ଯୋଗେ ଆଜି ଦିନ ୧୧ଟାରେ ବାଣୁଆଗୁଡ଼ା ଗ୍ରାମରେ ଶବ ପହଞ୍ଚି ଥିଲା। ବର୍ତ୍ତମାନ ଗ୍ରାମରେ ଶୋକର ଛାୟା ଖେଳେ ଯାଇଛି।ଆମ ଅଂଚଳରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଦାଦନ ମୃତ୍ୟୁବରଣ କରିବା ପ୍ରଥମ ଘଟଣା ନୁହେଁ। ଗାଁରେ କାମଧନ୍ଦା ନ ପାଇ ବାହାର ରାଜ୍ୟକୁ ଏ ଅଞ୍ଚଳର ଗରିବ ଲୋକ ଏବେ ମଧ୍ୟ ଦାଦନ ଖଟିବାକୁ ଯାଉଥିବା ଦେଖା ଯାଉଛି।