-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
17-Jan-2024
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଜୀବନର ବାସ୍ତବତା କୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବନ୍ଧୁମିଳନ ଏକାନ୍ତ ଆବଶ୍ୟକ ଓ ବନ୍ଧୁ ମିଳନ ପାରିବାରିକ ସଂଯୋଗ କୁ ମଜବୁତ କରି ରଖେ ବୋଲି ଆଜି ମହାରାଜା ହାଇସ୍କୁଲ ର ୧୯୬୮ ମାଟ୍ରିକ ବ୍ୟାଚ ର ପୁରାତନ ଛାତ୍ର ମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ମତ ପ୍ରକାଶ ପାଇଛି।l ପ୍ରାରମ୍ଭରେ ପରଲୋକଗତ ବନ୍ଧୁ ସତ୍ୟନାରାୟଣ ମିସ୍ତ୍ରୀ ଙ୍କ ବିୟୋଗ ରେ ସମସ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରି ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଥିଲେ l ତା ପରେ ଆୟୋଜକ ଶ୍ରୀ ବ୍ୟୋମକେଶ ଦାଶ ବିଭିନ୍ନ ଅଞ୍ଚଳ ରୁ ଆସିଥିବା ବନ୍ଧୁ ମାନଙ୍କୁ ସ୍ୱାଗତ ଜଣାଇ ସେମାନଙ୍କର ଆଗାମୀ ଭବିଷ୍ୟତ ସୁଖମୟ ହେଉ ବୋଲି ସୋନପୁର ର ଇଷ୍ଟ ଦେବୀ ମାଁ ସୁରେଶ୍ୱରୀ ଙ୍କ ଠାରେ ପ୍ରାର୍ଥନା କରିଥିଲେ l ବନ୍ଧୁ ମାନଙ୍କ ସହଯୋଗ କ୍ରମେ ୨୦୦୪ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ବର୍ଷ ଧରି ସୂଚାରୁ ରୂପେ ଏଭଳି ବନ୍ଧୁ ମିଳନ ଅନୁଷ୍ଠିତ ହେଉଥିବାରୁ କୃତଜ୍ଞତା ଜଣାଇଥିଲେ l ଭବିଷ୍ୟତରେ ଏହା ସମସ୍ତଙ୍କ ପ୍ରେରଣାଦାୟୀ ହୋଇ ବରାବର ସମସ୍ତେ ଯୋଗ ଦେଉଥିବାରୁ ସମସ୍ତେ ଖୁସି ପ୍ରକଟ କରିଥିଲେ। ଦେଇଥିଲେ l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ସର୍ବଶ୍ରୀ ବିଧୁଭୂଷଣ ପାଣିଗ୍ରାହୀ, କୃପାସିନ୍ଧୁ ପାଣିଗ୍ରାହୀ, ଥବିର ବିଶି, ପ୍ରଭାକର ସେନାପତି, ପ୍ରଫୁଲ୍ଲ ଚାନ୍ଦ,, କେଶବ କର୍ମୀ, ରଘୁବୀର ଦାଶ, ସନ୍ତୋଷ କୁମାର ଦାଶ, ରସରାଜ ସା, ପରମେଶ୍ୱର ଦାନୀ, ରାଧେଶ୍ୟାମ ମିଶ୍ର, ଶଙ୍କର୍ଷଣ ପାଣିଗ୍ରାହୀ, ବେଦବ୍ୟାସ ତ୍ରିପାଠୀ, ବିଶ୍ୱନାଥ ରଥ, ମଧୁସୂଦନ କର୍ମୀ ପ୍ରମୁଖ ୧୭ ଜଣ ବନ୍ଧୁ ଯୋଗଦାନ କରିଥିଲେ l ଶେଷରେ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାଶ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ ଦେବା ପରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା l