-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
17-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ବେଢା ପରିକ୍ରମା ପ୍ରକଳ୍ପକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଷ୍ଠାନିକ ଭାବେ ଲୋକାର୍ପିତ କରିଛନ୍ତି l ଏହି ଲୋକାର୍ପଣ ଉତ୍ସବରେ ପୁରୀ ଠାକୁର ରାଜା ଗଜପତି ଦିବ୍ୟସିଂହ ଦେଓ ଙ୍କ ସହ 5-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ରାଜ୍ୟ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l ଭିଡିଓ
କନଫରେନସିଂ ଜରିଆରେ କାର୍ଯ୍ୟକ୍ରମ ର ସିଧାପ୍ରସାରଣ ରେ ସାମିଲ ହୋଇଥିଲେ କଣ୍ଟାମାଳ ବ୍ଲକ ଜନସାଧାରଣ l ବ୍ଲକର ବଡ଼ଚ୍ଛପlପାଲୀ ଗ୍ରାମ ସୀମାନ୍ତ ତେଲନଦୀ କୂଳରେ ଥିବା ଶୈବ ପୀଠ ଠାରେ ବ୍ଲକ ପ୍ରଶାସନ ପକ୍ଷରୁ ଉକ୍ତ ଉତ୍ସବ ଆୟୋଜନ ହୋଇଥିଲା l ଏଲଇଡ଼ି ପରଦାରେ ଭିଡିଓ କନଫରେନସିଂ ଜରିଆରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ କୁ ଦେଖିବାର ସୁଯୋଗ ପାଇଥିଲେ l ଏହି ଅବସରରେ ବ୍ୟାସ ଶ୍ରୀମତୀ ମଞ୍ଜୁଲତା ତ୍ରିପାଠୀଙ୍କ ଦ୍ୱାରା ପlରାୟଣ ଓ ଭକ୍ତିଭାବ ପୂର୍ଣ୍ଣ ସଂଗୀତ ଦର୍ଶକମାନଙ୍କ ହୃଦୟରେ ଶ୍ରଦ୍ଧାଭାବ ଜାଗ୍ରତ
କରିଥିଲା l ପରେ କଳାକାର ମାନଙ୍କ ଦ୍ଵାରl ଓଡିଶୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା l କଣ୍ଟାମାଳ ବିଡ଼ିଓ ସାମି ଜୟଶ୍ରୀ ରେଡ୍ଡୀ ଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ରେ କଣ୍ଟାମାଳ ପଂଚାୟତ ସରପଞ୍ଚ ଶ୍ରୀମତୀ ଦୀପାଞ୍ଜଳି ଖଟୁଆ ,ସହକାରୀ ନିର୍ବାହୀଯନ୍ତ୍ରୀ ଜୟ ମହନ୍ତ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଗୌରୀ ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଦିବ୍ୟଲୋଚନ ନାୟକ,ଡବ୍ଲ୍ୟୁଇଓ ଜ୍ୟୋତିରଞ୍ଜନ ବେହେରା ସମେତ କନିଷ୍ଠ ଯନ୍ତ୍ରୀ, ପିଇଓ,ସମସ୍ତ ବ୍ଲକ କର୍ମଚାରୀ, ଏମବିକେ, ସିଆରପି, ସୟଂସହାୟକ ଗୋଷ୍ଟିର ସଦସ୍ୟମାନେ ତଥା ଜଗନ୍ନାଥ ପ୍ରେମୀ ଉପସ୍ଥିତ ଥିଲେ l