-+91-9937148622 |

prerana_bgr@rediffmail.com |

  Saturday 8th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   (08-Aug-2026)       ||      ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ    (08-Aug-2026)       ||      ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ    (07-Aug-2026)       ||      ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (07-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର    (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ    (07-Aug-2026)       ||      "ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   (07-Aug-2026)       ||      ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   (07-Aug-2026)       ||      ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   (07-Aug-2026)       ||      ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||     

HOME   ଅପରାଧ

ନକଲି ସୁନା ଦେଇ ଠକେଇକରିଥିବା ଗ୍ୟାଙ୍ଗ ଧରାପଡିଲେ,ଟଙ୍କା ଜବତ

16-Dec-2023



ବଲାଙ୍ଗୀର(ଚିତ୍ରସେନ ବେହେରା) -ନକଲି ସୁନା ଦେଇ ବିଭିନ୍ନ ଲୋକଙ୍କ ଠାରୁ ଟଙ୍କା ଠକି ଆସୁଥିବା ଠକଗ୍ୟାଙ୍ଗକୁ ଧରିବାରେ ବଲାଙ୍ଗୀର ପୋଲିସ ସଫଳ ହୋଇଛି ।

ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁର ବୃନ୍ଦାବନ ମେହେର ନାମକ ଜଣେ ବ୍ୟବସାୟୀଙ୍କୁ ୮୦ ହଜାର ଟଙ୍କା ଚୁନା ଲଗାଇ ଫେରାର ମାରିଥିବା ଦୁଇଜଣ ଠକଙ୍କୁ ପୋଲିସ ଧରିଛି । ଆଜି ବଲାଙ୍ଗୀର ସଦର ଏସଡିପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଏସଡିପିଓ ତୁଫାନ ବାଗ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ କାର୍ତ୍ତିକ ମେହେର ଓ ମହାଦେବ ସୁନା ବୋଲି ଜଣାଯାଇଛି । ଏମାନେ ପୂର୍ବରୁ ମଧ୍ୟ ପାଟଣାଗଡ ଥାନା ଓ ଦେଓଗାଁ ଥାନା ଅଞ୍ଚଳରୁ ଏଭଳି ଅଭିନବ ଠକେଇ କରି ଲୋକଙ୍କଠାରୁ ଟଙ୍କା ଠିକିନେଇଥିବା ପୋଲିସ ସୂଚନା ଦେଇଛି । ଅଭିଯୋଗରୁ ଜଣାଯାଇଛି ଯେ,ଗତ ଡିସେମ୍ବର ୪ ତାରିଖରେ ସଦରଥାନା ଚନ୍ଦନଭାଟି ଗ୍ରାମକୁ ପହଞ୍ଚି ସୁନାଗହଣା ରଖୁଥିବା ବୃନ୍ଦାବନ ମେହେରଙ୍କୁ ୨ଜଣ ବ୍ୟକ୍ତି ଭେଟିଥିଲେ । ସେମାନେ ତଳିଉଡାର ଗ୍ରାମରୁ ଆସିଥିବା ଓ ଏକ ଜରୁରି କାମ ଯୋଗୁଁ ଟଙ୍କା ଆବଶ୍ୟକ ଥିବା କହି କିଛି ସୁନା ଦେଖାଇଥିଲେ । ବୃନ୍ଦାବନ ସେହି ଦୁଇଜଣଙ୍କ ସାଙ୍ଗରେ ଆସି ରୁଗୁଡିପଡାର ପାଟଣେଶ୍ୱରୀ ସୁନାଦୋକାନରେ ଉକ୍ତ ସୁନାକୁ ପରୀକ୍ଷା କରାଇଥିଲେ । ସେତେବେଳେ ସୁନା ଅସଲି ବୋଲି ସୁନାରୀ କହିଥିଲେ । ସେହି ସୁନାକୁ ବନ୍ଧକ ରଖି ୮୦ ହଜାର ଟଙ୍କା ଦେବାକୁ କହିଥିଲେ । ବୃନ୍ଦାବନ ବଲାଙ୍ଗୀର ଆଇଆଇସିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ ଥିଲେ । ସେମାନେ ପୁଣି ଚନ୍ଦନଭାଟି ଯାଇ ସେଠାରେ ସୁନାକୁ ବଦଳାଇଦେଇ ନକଲି ସୁନାଦେଇ ୮୦ ହଜାର ଟଙ୍କା ଧରି ପଳାଇଥିଲେ । ପରେ ବ୍ୟବସାୟୀ ବୃନ୍ଦାବନ ମେହେର ପୂର୍ବରୁ ଦେଖାଇଥିବା ସୁନା ଓ ଦେଇଥିବା ସୁନା ମଧ୍ୟରେ ପ୍ରଭେଦ ଦେଖି ସନ୍ଦେହ ହୋଇଥିଲା ଓ ସେ ପୁଣି ଥରେ ସେହି ସୁନାକୁ ପରୀକ୍ଷା କରାଇଥିଲେ । ସେତେବେଳେ ସେ ଠକେଇ ହୋଇଥିବା ଜାଣିବାକୁ ପାଇଥିଲେ ଓ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବଲାଙ୍ଗୀର ଏସପି ଋଷିକେଶ ଖିଲାରୀଙ୍କ ନିର୍ଦ୍ଦେଶରେ ସଦର ଆଇଆଇସି ରାଜକୁମାର ବିଶ୍ୱାଳ ଏହି ଘଟଣାର ତଦନ୍ତ କରି ଦୁଇ ଠକଙ୍କୁ ଧରିବାରେ ସଫଳ ହୋଇଥିଲେ । ତଦନ୍ତ ବେଳେ ପୂର୍ବରୁ ମଧ୍ୟ ସେମାନେ ଅନେକଗୁଡିଏ ଅଞ୍ଚଳରେ ଏଭଳି ଠକେଇ କରିଥିବା ଜଣାପଡିଥିଲା । ଆଜି ଦୁଇ ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତାଙ୍କଠାରୁ ୮୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଥିବା ପୋଲିସ କହିଛି ।

ଭାରତ ମାଇକ୍ରୋଫାଇନାନ୍ସରୁ ଠକେଇ କରିଥିବା ଏଜେଣ୍ଟ ଗିରଫ

ବଲାଙ୍ଗୀର(ଚିତ୍ରସେନ ବେହେରା)-ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ସମୟରେ ମାଇକ୍ରୋଫାଇନାନ୍ସ କମ୍ପାନୀର ଏଜେଣ୍ଟମାନଙ୍କଠାରୁ ରାସ୍ତାରେ ଲୁଟ ହେଉଛି । ଏହାର ସୁଯୋଗ ନେଇ ଖୋଦ ନିଜେ ଏଜେଣ୍ଟମାନେ ଟଙ୍କା ହଡପ କରି ରାସ୍ତାରେ ଲୁଟ ହୋଇଥିବା ଅଭିଯୋଗ କରି ଅର୍ଥ ହଡପ କରୁଥିବା ଅଭିଯୋଗ ହୋଇଛି । ଏଭଳି ଜଣେ ମାଇକ୍ରୋଫାଇନାନ୍ସ ଏଜେଣ୍ଟକୁ ଲୋଇସିଂହା ପୋଲିସ ଗିରଫ କରିଥିବା ଜଣାଯାଇଛି । ଆଜି ସଦର ଏସଡିପିଓ ତୁଫାନ ବାଗ ଓ ଲୋଇସିଂହା ଆଇଆଇସି ଯାଜ୍ଞସେନୀ ନାଏକ ସୂଚନା ଦେଇଛନ୍ତି । ପୋଲିସ ସୂଚନା ଦେଇଛନ୍ତି ଯେ,ଗତ ନଭେମ୍ବର ୨୨ ତାରିଖରେ ଭାରତ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ଜଣେ କଲେକ୍ସନ ଏଜେଣ୍ଟ ବିଜୟ ନାଏକଙ୍କ ଅଭିଯୋଗ କରିଥିଲେ ଯେ,ସେ ଗ୍ରାମାଞ୍ଚଳରୁ ୮୪ ହଜାର ଟଙ୍କା କଲେକ୍ସନ କରି ଫେରୁଥିବା ବେଳେ ରାସ୍ତାରେ କିଛି ଲୋକ ତାଙ୍କୁ ମାଡମାରି ଟଙ୍କା ଲୁଟ କରିଥିଲେ । ଏଜେଣ୍ଟଙ୍କ ଅଭିଯୋଗକୁ ଭିତ୍ତିକରି ଲୋଇସିଂହା ଥାନାରେ ମାମଲା ନମ୍ବର ୫୦୯/୨୦୨୩ ରୁଜୁ କରାଯାଇ ଆଇଆଇସି ନାଏକ ତଦନ୍ତ କରିଥିଲେ । ତେବେ ତଦନ୍ତ ବେଳେ ଜଣପଡିଥିଲା ଯେ,ନିଜେ ଏଜେଣ୍ଟ ତାଙ୍କର ଜଣେ ସାଙ୍ଗଙ୍କ ହାତରେ ଟଙ୍କା ବ୍ୟାଗ ଦେଇ ପରେ ଲୁଟ ହୋଇଥିବା ନାଟକ କରିଥିଲେ । ଏଜେଣ୍ଟକୁ ଧରି ପୋଲିସ ପଚରାଉଚୁରା କଲାପରେ ସେ ସତକୁ ମାନିଥିଲା ଓ ଯେଉଁ ସାଙ୍ଗକୁ ଟଙ୍କା ଦେଇଥିଲା ସେ ବିଷୟରେ କହିଥିଲା । ପୋଲିସ ସେହି ଘଟଣାରେ ଏଜେଣ୍ଟ ବିଜୟ ନାଏକ ଓ ପିତବାସ ମେର୍ଲିଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସେମାନେ ବ୍ୟବହାର କରୁଥିବା ୨ଟି ମୋଟରସାଇକେଲ ଓ ୭୦ ହଜାର ଟଙ୍କା ମଧ୍ୟ ତାଙ୍କଠାରୁ ଜବତ କରାଯାଇଛି । ତେବେ ଭାରତ ଫାଇନାନ୍ସର ଏଜେଣ୍ଟଥିବା ବିଜୟ ପୂର୍ବରୁ ମଧ୍ୟ ସମାନ ଢଙ୍ଗରେ ଦୁଇଥର ମାଇକ୍ରୋଫାଇନାନ୍ସ କମ୍ପାନୀର ଅର୍ଥକୁ ହଡପ କରି ପୋଲିସରେ ମିଛ କେସ ଦେଇଥିବା ଜଣାପଡିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା   08-Aug-2026
  ଜିଲ୍ଲା  
ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   08-Aug-2026
  ଜିଲ୍ଲା  
ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   08-Aug-2026
  ଜିଲ୍ଲା  
ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   08-Aug-2026
  ଜିଲ୍ଲା  
ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   08-Aug-2026
  ରାଜ୍ୟ  
ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   08-Aug-2026
  ଜିଲ୍ଲା  
*ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   08-Aug-2026
  ଜିଲ୍ଲା  
ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   08-Aug-2026
କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   08-Aug-2026
  ଜିଲ୍ଲା  
ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   08-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   08-Aug-2026
  ଜିଲ୍ଲା  
ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ   08-Aug-2026

You Might Also Like