-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
08-Aug-2026
(ଡୋଲେଶ୍ୱର ବାଗ )
ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ପାଟଦରା ଅଞ୍ଚଳ କଠାଫାଟ ଗ୍ରାମରେ ଅଭାବନୀୟ ଘଟଣା। ମଦ ନିଶାରେ ନିଜ ସମ୍ପର୍କୀୟ ଭାଈକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଅଛି l ଗତ ୩ ତାରିଖରେ ପାଟଦରା ଅଞ୍ଚଳର ଦୁଇ ଭାଇ ଓ ଦୁଇ ଭାଇଙ୍କ ସ୍ତ୍ରୀ ମାନେ ମିଶି ଭତ୍ତା ଟଙ୍କା ଆଣିବାକୁ ଯାଇଥିଲେ। ଅକାଲୁ ପହରିଆ ଓ ତାଙ୍କ ପତ୍ନୀ ଏବଂ ରବି ପହରିଆ ଓ ତାଙ୍କ ପତ୍ନୀ ବୋଡ଼େନକୁ ଭତ୍ତା ଟଙ୍କା ନେବା ପାଇଁ ଆସିଥିଲେ l ଅକାଳୁ ଓ ରବି ସମ୍ପର୍କୀୟ ଭାଈ l ଦୁଇ ଭାଈ ସାଙ୍ଗେ ମଦ ପିଇଲେ l କଥା କଥାରେ ରବି ଅକାଳୁକୁ ଠେଙ୍ଗାରେ ପିଟି ପିଟି ମାରି ଦେଇ ଫେରାର ହୋଇ ଯାଇଥିଲେ l ଘଟଣାର ୪/୫ ଦିନ ପରେ ପୋଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଥିଲେ।ହତ୍ୟାକାରୀ ରବି ଓ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାକୁ ଜବତ କରିଛି l ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି ବୋଲି ନୂଆପଡ଼ା ପୋଲିସ ଆରକ୍ଷୀ ଅଧୀକ୍ଷକ ଅମୃତ ପାଲ ସିଂ ପ୍ରକାଶ କରିଛନ୍ତି।