-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
08-Aug-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସ୍ଥିତ ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କ ସୁରକ୍ଷା,ସଶକ୍ତିକରଣ, ଆତ୍ମବିଶ୍ବାସ ଓ ସୁସ୍ଥ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ର ଉଦ୍ଘାଟନୀ ସଭା ମହାବିଦ୍ୟାଲୟର ଅଧ୍ୟକ୍ଷ ଡ଼. ଧୀରେନ୍ଦ୍ର କୁମାର ନାୟକଙ୍କ ସଭପତିତ୍ବରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରମତୀ ରେଖା ପ୍ରଧାନ ଯୋଗଦେଇ ନିଜ ବକ୍ତବ୍ୟରେ ଛାତ୍ରୀମାନଙ୍କୁ ନିଜ ଅଧିକାର,ସୁରକ୍ଷା, ଆତ୍ମବିଶ୍ବାସ ଓ ସଶକ୍ତିକରଣ ସମ୍ପର୍କରେ ସଚେତନ ହେବାକୁ ଆହ୍ବାନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଗୋପାଳ କୃଷ୍ଣ ଦାଶ, ବାଣୀ ପ୍ରସାଦ ବିଶ୍ୱାଳ ଯୋଗ ଦେଇଥିଲେ। ସଭାରେ ଶକ୍ତିଶ୍ରୀ ସଂୟୋଜିକ ଦିବ୍ୟାଲୋକା ମହାପାତ୍ର ଏହାର ଉଦ୍ଦେଶ୍ୟ,କାର୍ଯ୍ୟପଦ୍ଧତି ଓ ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମକୁ ଅର୍ଥନୀତି ଅଧ୍ୟାପକ ବିଶ୍ଵନାଥ ମିଶ୍ର ପରିଚାଳନା କରିଥିବା ବେଳେ ସଂସ୍କୃତ ଅଧ୍ୟାପକ ହରିଚ୍ଚନ୍ଦ୍ର ହୋତା ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶକ୍ତିଶ୍ରୀ ସାଥୀ ଶିବାନୀ ବେହେରା,ଟ୍ରେନର ସାବିତ୍ରୀ ସାହୁ,ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରୀମାନେ ଉପସ୍ଥିତ ଥିଲେ।