-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
07-Aug-2026
ବିନିକା(ହିମାଂଶୁ ଶେଖର ପୁଟେଲ)ଦୀର୍ଘ ମାସେ କାଳ ହେଲା ସମ୍ପ୍ରତି ବିନିକା ଅଞ୍ଚଳରେ ବର୍ଷା ଲାଗି ରହିଛି।ବର୍ଷା ଲାଗି ରହିବା ଯୋଗୁଁ ନଦୀ,ନାଲ,କୂଅ,ପୋଖରୀରେ ପାଣି ଭର୍ତ୍ତି ହୋଇ ଯାଇଥିବା ବେଳେ ରାସ୍ତା ଘାଟରେ ମଧ୍ୟ ପାଣି ଲହଡ଼ି ମାରୁଛି।ଅନ୍ୟ ପକ୍ଷରେ ଝାଟି ମାଟି ଘରର କାନ୍ଥ ବି ବର୍ଷାର ପାଣିରେ ଭିଜି ଭୁଶୁଡ଼ି ପଡ଼ିଛି।ଫଳରେ ବସବାସ କରୁଥିବା ଗରୀବ ହିନ ପରିବାର ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି।ପୁଣି କେତେକ ଜୀବନ ବିକଳରୁ ବର୍ତ୍ତି ଯାଇଥିବା ଜଣାପଡ଼ିଛି ।ଗତକାଲି ରାତିରେ ତୁହାକୁ ତୁହା ବର୍ଷା ଲାଗି ରହିବା ଫଳରେ ଜଣେ ଗରିବ ବିହୀନ ପରିବାରର ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଉକ୍ତ ପରିବାରରେ ଥିବା ବୃଦ୍ଧ ଦମ୍ପତି ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଘଟନାଟି ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିଂଘିଯୁବା ପଞ୍ଚାୟତ କମିରା ଗାଁର ।ମିଳିଥିବା ସୂଚନା ଅନୁସାରେ ଗତକାଲି ରାତ୍ରିରେ ଚିତରଞ୍ଜନ ଓ ତାଙ୍କ ପତ୍ନୀ ଘରେ ଶୋଇଥିବା ବେଳେ ବର୍ଷା ଯୋଗୁଁ ଘର କାନ୍ଥ ପାଣିରେ ଭିଜି ପଡିଯାଇଥିଲା ହେଲେ ସେହି ବୃଦ୍ଧ ଦମ୍ପତି ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ । ବର୍ତ୍ତମାନ ପରିବାର ଏବେ ଖୋଲା ଆକାଶ ତଳେ ତରପାଲିନ ଟାଙ୍ଗି ଜୀବନ କାଟୁଛନ୍ତି ।ଘଟଣା ପରେ ନିଜେ ଚିତ୍ତରଞ୍ଜନ ସ୍ଥାନୀୟ ରାଜସ୍ୱନିରୀକ୍ଷଙ୍କ କାର୍ଯ୍ୟାଳୟ ସିଂଘିଯୁବାକୁ ଆସି ଲିଖିତ ଭାବେ ଜଣାଇଛନ୍ତି । ତେବେ ଦେଖିବାକୁ ବାକିରହିଲା ଅସହାୟ ଏଇ ବୃଦ୍ଧ ପରିବାରକୁ ପ୍ରଶାସନ ତରଫରୁ କେବେ ସରକାରୀ ସହାୟତା ମିଳୁଛି ।ଅନ୍ୟ ପକ୍ଷରେ ଉକ୍ତଗରିବ ପରିବାରଟି ପେଟରେ ଦାନା ଓ ରହିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ତେଣୁ ପ୍ରଶାସନ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଓ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ତରଫରୁ ଦାବୀ ହେଉଛି।