-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
08-Aug-2026
(ରଂଜିତ ମହାନ୍ତି )
ବରୀ ବ୍ଳକ ସ୍ୱାଇଁଖଣ୍ଡ ପଞ୍ଚାୟତର ଜଂପଡ଼ା ଗ୍ରାମର ଜଣେ ସୁଯୋଗ୍ୟ ସନ୍ତାନ ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ସଙ୍କୀର୍ତନ ଓ ଭଜନ ଶିଳ୍ପୀ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିବା ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ ଘଟିଛି lଦୀର୍ଘ ଦୁଇ ବର୍ଷ ହେବ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଆଜି ଭୁବନେଶ୍ବର ର ଏକ ଘରୋଇ ଡାକ୍ତରଖାନାରେ ସୁରେନ୍ଦ୍ର କୁମାର ସାହୁ ସମସ୍ତ ଙ୍କୁ ଛାଡି ଆଜି ବିଦାୟ ନେଇଛନ୍ତି l ଯାଜପୁର ଜିଲ୍ଲା ବରୀ ଅଞ୍ଚଳ ତଥା ସମଗ୍ର ଓଡିଶାର ସଂସ୍କୃତି ପ୍ରେମୀ ପାଇଁ ଏକ ଅପୂରଣୀୟ କ୍ଷତି l ସ୍ୱର୍ଗତ ସାହୁ ନିଜର ସୁମଧୁର କଣ୍ଠରେ ନଦୀଆ କୀର୍ତ୍ତନ, ଓଡିଶୀ, ଛାନ୍ଦ, ଚମ୍ପୁ ଓ ହରିନାମ ସଂକୀର୍ତନ ପରିବେଷଣ କରି ଓଡିଶା ସମେତ କଲିକତା, ବାଙ୍ଗାଲୋର, ଦିଲ୍ଲୀ, ମୁମ୍ବାଇ ସ୍ଥାନ ମାନଙ୍କ ରେ ସ୍ୱତନ୍ତ ପରିଚୟ ସୃଷ୍ଟି କରିପାରିଥିଲେ l ଚଳିତ ରଥଯାତ୍ରାରେ ଜଂପଡ଼ା ଗ୍ରାମର ଶ୍ରୀ ଗୁଣ୍ଡିଚା ମନ୍ଦିରରେ ସାନ୍ଧ୍ୟ ଦର୍ଶନରେ ଶେଷ ଭଜନ ପରିବେଷଣ କରିଥିବା ବେଳେ ତାଙ୍କର ମୃଦଙ୍ଗ ବଜାଇବା ଠାଣି ଅନନ୍ୟ ଥିଲା l ତାଙ୍କ ବିୟୋଗ ରେ ସ୍ଥାନୀୟ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି l ସୁରେନ୍ଦ୍ର ଜଣେ ଅତି ଧର୍ମ ପରାୟଣ ଲୋକ ଥିଲେ l ତାଙ୍କ ବିୟୋଗ ଜଂପଡ଼ା ତଥା ବରୀ ପାଇଁ ଅପୂରଣୀୟ କ୍ଷତି ବୋଲି ଉତ୍କଳୀୟ ସ୍ୱାଭିମାନ ଅନୁଷ୍ଠାନ ର ସଭାପତି ମନୋଜ ନାୟକ କହିଛନ୍ତି.l ମୃତ୍ୟୁର ଖବର ପାଇ ବରୀ ଅଞ୍ଚଳ ର ବିଶିଷ୍ଟ ସମାଜସେବୀ ତାଙ୍କ ଜଂପଡ଼ା ବାସଭବନରେ ପହଂଚି ଶେଷ ଦର୍ଶନ କରିଥିଲେ l ତାଙ୍କ ବିୟୋଗରେ ଜଂପଡ଼ା ଶୋକର ଛାୟା ଖେଳିଯାଇଛି l ଗ୍ରାମବାସୀ ମାନେ ତାଙ୍କ ମରଶରୀର କୁ ବିରାଟ ଶୋଭାଯାତ୍ରାରେ ନେଇ ଗ୍ରାମ ମଶାଣି ରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ