-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   (07-Aug-2026)       ||      ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   (07-Aug-2026)       ||      ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||      ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   (07-Aug-2026)       ||      *ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   (07-Aug-2026)       ||      ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||     

HOME   ଜିଲ୍ଲା

ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ

07-Aug-2026



ବଲାଙ୍ଗୀର(ପ୍ରେରଣା ଖବର):  ଆଜି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ସ୍ଥାନୀୟ ସର୍କିଟ ହାଉସଠାରେ ବିଭିନ୍ନ ବିଭାଗର ପ୍ରକଲ୍ପକାମ ଉପରେ ଜିଲ୍ଲାସ୍ତରୀୟ ଅଧିକାରୀ ଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏଥିରେ ଶିକ୍ଷା, କୃଷି, ପାନୀୟଜଳ, ଲୋୟରସୁକତେଲ, ଜଳସେଚନ ଓ କ୍ଷୁଦ୍ରଜଳସେଚନ ବିଭାଗର ଅଧିକାରୀଗଣ ଓ ଯନ୍ତ୍ରୀଗଣ ଯୋଗଦେଇଥିଲେ । ସମୀକ୍ଷା ବୈଠକରେ ବର୍ତ୍ତମାନ ଚାଷ ସମୟରେ ଚାଷିମାନେ ସାର ପାଉନଥିବା ଓ ଚଢାଦରରେ ସାର ବିକ୍ରି ହେଉଥିବା ପ୍ରସଙ୍ଗ ଆଲୋଚନା ହୋଇଥିଲା । ଚାଷିମାନଙ୍କୁ ତୁରନ୍ତ ଉଚିତଦରରେ ସାର ଯୋଗାଇବାକୁ କୃଷିବିଭାଗକୁ ନିର୍ଦ୍ଦେଶ କରିଥିଲେ । ସେହିପରି ଶିକ୍ଷା ବିଭାଗ ରେ ବ୍ୟାପକମାତ୍ରାରେ ଅନୀୟମିତତାକରି  ଶିକ୍ଷକମାନଙ୍କ ବଦଳି କରାଯାଇଛି । ସେଥିପାଇଁ କେଉଁ କେଉଁ ଆଧାରରେ କେଉଁ ଶିକ୍ଷକଙ୍କୁ ବଦଳି କରାଯାଇଛି ତାହାର ଏକ ସୁବିସ୍ତୃତ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ନିର୍ଦ୍ଦେଶ କରିଥିଲେ । ଠିକ ସେହିପରି କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ଲକ୍ଷ୍ମୀଯୋରନାଳରେ କରାଯାଇଥିବା ଚେକଡେମ ଗୁଡିକ ତୃଟିପୂର୍ଣ୍ଣ ରହିଛି ସେହି କାରଣରୁ ଠିକରେ ଜଳନିସ୍କାସନ ହୋଇପାରୁନଥିବା ବିଷୟରେ ଆଲୋଚନା ହୋଇଥିଲା । ଏହା ସହିତ ସତ୍ୟନାରାୟଣ ପଡାଠାରେ ନିର୍ମାଣ ହୋଇଥିବା ପୋଲ କ୍ଷୁଦ୍ରଜଳସେଚନ ବିଭାଗ କରିଥିବା ବିଷୟକୁ ଏସଡିଓ ସ୍ୱୀକାର କରିଥିଲେ । ପୂର୍ବରୁ ଏହାକୁ ପୌରପାଳିକା ନିର୍ମାଣ କରିଥିଲା କିନ୍ତୁ ପରେ ଲକ୍ଷ୍ମୀଯୋରକାମ ବେଳେ ବଡହ୍ୟୁମପାଇପ ପକାଇ ଏମଆଇପି ବିଭାଗ କରାଇଥିବା ବିଷୟରେ ଏସଡିଓ ଶ୍ରୀ ମାନଭଞ୍ଜନ ଶତପଥି ସ୍ୱୀକାର କରିଥିଲେ । ତୁରନ୍ତ ତାଙ୍କର ଉପରିସ୍ଥ ଟେକ୍ନୀକାଲଟିମ ସହିତ ଆଲୋଚନା କରି ଲକ୍ଷ୍ମୀଯୋର ସମସ୍ୟାର ସମାଧାନ କରିବାକୁ ବିଧାୟକ ନିର୍ଦ୍ଦେଶ କରିଥିଲେ । ସତ୍ୟନାରାୟଣ ପଡାରେ ଏକ ଉଚ୍ଚପୋଲ ନିର୍ମାଣ ସହିତ ଗନ୍ଧରେଲଡେମର ଉନ୍ନତିକରଣ ପାଇଁ କରାଯାଇଥିବା ୧୩କୋଟି ଟଙ୍କାର ଡିପିଆରକୁ ନେଇ ଆଲୋଚନା ହୋଇଥିଲା । ସେହିପରି ଦେଓଗାଁରେ ଚାଲିଥିବା ମେଗା ପାନୀୟ ଜଳଯୋଗାଣ ପ୍ରକଲ୍ପ କାମର ମନ୍ଥରତା ନେଇ ବିଧାୟକ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଠିକାସଂସ୍ଥାକୁ ତାଗିତ ତଥା ନୋଟିସ କରି କାମକୁ ସଂପୂର୍ଣ୍ଣ କରାଇବାକୁ ବିଧାୟକ ନିର୍ଦ୍ଦେଶ କରିଥିଲେ । ସେହିପରି ବିସ୍ଥାପିତ କଲୋନୀଗୁଡିକରେ ପାନୀୟଜଳର ସୁବିଧା କରାଇବା,ସ୍କୁଲଖୋଲିବାକୁ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ କରିଥିଲେ । ଜଳସେଚନ ବିଭାଗ ପକ୍ଷରୁ ନବନିର୍ମିତ ଛତମଖନା ଆଇଏସଏସରେ ବ୍ୟାପକ ତୃଟିଥିବା ଯୋଗୁଁ ବନ୍ୟାଜଳ ନିସ୍କାସନ ହୋଇନପାରି ପ୍ରକଲ୍ପରେ ଅନେକ ସ୍ଥାନରେ ଭାଙ୍ଗିଯାଇଥିବା ବିଷୟରେ ଯନ୍ତ୍ରୀମାନଙ୍କୁ ପଚାରିଥିଲେ ।  ଅଲ୍ପଦିନର ପ୍ରକଲ୍ପରେ କିଭଳି କଟଅପ ୱାଲ ଓ ଏମବେଙ୍କମେଣ୍ଟ ଭାଙ୍ଗିଯାଇଛି ତାହାର ସବିଶେଷ ତଥ୍ୟ ଦେବାକୁ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ କରିଥିଲେ । ବୈଠକରେ ଉପସ୍ଥିତ ଥିବା ଅତିରିକ୍ତ ମୁଖ୍ୟନିର୍ମାଣଯନ୍ତ୍ରୀ ଛତାମଖନା ଆଇଏସଏସ ନିର୍ମାଣ ବେଳେ ଡିଜାଇନରେ ପରିବର୍ତ୍ତନ କରାଯାଇଥିବା ସ୍ୱୀକାର କରିଥିଲେ । ତେବେ ଲୋୟରସୁକତେଲ ବନ୍ୟାଜଳ ନିସ୍କାସନ ବେଳେ ଏହି ପ୍ରକଲ୍ପରେ କେମିତି ଅଧିକ ଜଳ ନିସ୍କାସନ ହୋଇପାରିବ ସେନେଇ ଡିଜାଇନରେ ଧ୍ୟାନ ଦିଆଯାଇନଥିବା ମଧ୍ୟ ସ୍ୱୀକାର କରିଥିଲେ । ତେଣୁ ଡେମର ନିର୍ମାଣଜନିତ ତୃଟି ଓ ସୁରକ୍ଷା ନେଇ ନେଇ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଦ୍ୱାରା ତଦନ୍ତ କରିବାକୁ ବିଭାଗୀୟ  ଅତିରିକ୍ତ ମୁଖ୍ୟନିର୍ମାଣଯନ୍ତ୍ରୀଙ୍କୁ ନିର୍ଦ୍ଦେଶ କରିଥିଲେ । ଜିଲ୍ଲାରେ ସଂପ୍ରତି ହୋଇଥିବା ବନ୍ୟା କ୍ଷୟକ୍ଷତିର ତୁରନ୍ତ ଆକଳନ କରି ସରକାରଙ୍କୁ ରିପୋର୍ଟ ପଠାଇ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ପ୍ରଶାସନକୁ ବିଧାୟକ ଶ୍ରୀ ସିଂଦେଓ ନିର୍ଦ୍ଦେଶ କରିଥିଲେ । ବିଧାୟକ କଳିକେଶଙ୍କ ଏହି ସମୀକ୍ଷାବୈଠକରେ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ, ସଦରବ୍ଲକ ଅଧ୍ୟକ୍ଷା ସରିତା ବାଗ,ଦେଓଗାଁ ବ୍ଲକର ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର,ସଦରବ୍ଲକର ପୂର୍ବଅଧ୍ୟକ୍ଷ ଗୋଲାପ ବାଗ, ବିଜେଡିଦଳର ଟିମା ମହାନ୍ତି, ପ୍ରଦ୍ୟୁମ୍ନ ହୋତା, ରାଜେନ୍ଦ୍ର ହୋତା,ଛାତ୍ରବିଜେଡିର ସୁମନ ନନ୍ଦ, ଆଇଟିସେଲର ବିଭୁତିଭୂଷଣ ମିଶ୍ର,ଦେବଦତ୍ତ ବେହେରା,ଲେଙ୍କା ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   07-Aug-2026
  ଜିଲ୍ଲା  
ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   07-Aug-2026
  ଜିଲ୍ଲା  
ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   07-Aug-2026
  ଜିଲ୍ଲା  
ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   07-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   07-Aug-2026
  ରାଜ୍ୟ  
ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   07-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   07-Aug-2026
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026

You Might Also Like