-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
07-Aug-2026
ବଲାଙ୍ଗୀର(ପ୍ରେରଣା ଖବର):ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ବଲାଙ୍ଗୀର ପକ୍ଷରୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ଏକ ସଭା ଆୟୋଜନ ହୋଇଥିଲା।ଜିଲ୍ଲା ଓଷ୍ଟା ସଭାପତି ପ୍ରଦୀପ ପୁଟେଲ,ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ର,ଜିଲ୍ଲା କାର୍ଯକାରୀ ସଭାପତି ଅନିଲ ସାହୁ,ରାଜ୍ୟ ଉପସଭାପତି ସୁଧୀର ନାଏକ ଙ୍କ ନେତୃତ୍ୱରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ,ଉଚ୍ଚଶିକ୍ଷା ମନ୍ତ୍ରୀ,ଆଇନ ମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଈଶଲୱାର ଓ ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ର ଙ୍କ ଜରିଆରେ ପ୍ରଦାନ କରାଯାଇଛି।ଏହି ସ୍ମାରକ ପତ୍ର ରେ ସମସ୍ତ ଯୋଗ୍ୟ ସ୍କୁଲ ଓ କଲେଜ କୁ ଜିଆଇଏ ଅନ୍ତର୍ଭୁକ୍ତ କରାଯାଇ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜ ର ଶିକ୍ଷକ ଏବଂ କର୍ମଚାରୀଙ୍କୁ ପେନସନ ଓ ସେବା ସର୍ତ୍ତ ପ୍ରଦାନ କରିବା,ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜ ର ଶିକ୍ଷକ ଓ ଅଣଶିକ୍ଷକ ପଦବୀରେ ନିଯୁକ୍ତି ଶୀଘ୍ର ଆରମ୍ଭ କରାଯାଉ ଏବଂ ଅବସର ଗ୍ରହଣ ର ବୟସ ୬୦ ବର୍ଷ ରୁ ବଢ଼ାଇ ୬୨ବର୍ଷ କରାଯାଉ,ସମସ୍ତ ବର୍ଗର କର୍ମଚାରୀଙ୍କ ବେତନ ବୈଷମ୍ୟ ଦୂର କରାଯାଉ,ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ୬ଟି ନୋସନାଲ ବେତନ ବୃଦ୍ଧି ପ୍ରଦାନ କରାଯାଉ,ସମସ୍ତ ଅନୁଦାନ ପ୍ରାପ୍ତ ଓ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜ କୁ ସରକାରୀକରଣ କରାଯାଇ ସମସ୍ତଙ୍କ ପାଇଁ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରାଯାଉ ବୋଲି ଉଲ୍ଲେଖ ହୋଇଛି।ଏହି
ସ୍ମାରକ ପତ୍ର ପ୍ରଦାନ ସମୟରେ ଓଷ୍ଟା ରାଜ୍ୟ ଉପସଭାପତି ସୁଧୀର ନାଏକ,ଜିଲ୍ଲା ସଭାପତି ପ୍ରଦୀପ ପୁଟେଲ,ଜିଲ୍ଲା ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ର,ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅନିଲ ସାହୁ,ସଭ୍ୟ ନରେନ୍ଦ୍ର ମିଶ୍ର,ଶରତ ରାଉତ,ଗୋବର୍ଦ୍ଧନ ସାହୁ,ଅମୂଲ୍ୟ ବେହେରା,ମନୋଜ ବେହେରା,ଐଶର୍ଯ୍ୟ ଶେଖର ଦେବତା ପ୍ରମୁଖ ଶିକ୍ଷକ ମାନଙ୍କ ପ୍ରମୁଖ ଦାବୀ ଗୁଡିକ ଉପରେ ଉଦବୋଧନ ଦେଇଥିଲେ।ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅନିଲ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ବଲାଙ୍ଗୀର ବ୍ଲକ ଓଷ୍ଟା ସମ୍ପାଦକ ସଞ୍ଜୟ ତ୍ରିପାଠୀ।କାର୍ଯ୍ୟକ୍ରମ ରେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ଥିଲେ।ଶିକ୍ଷକ ଭକ୍ତବନ୍ଧୁ ପୁରୋହିତ,ଲଲାଟକେଶରୀ ପଧାନ, ଅରବିନ୍ଦ ପଧାନ,ଅନୁପ ବାଗ,ଦିଲୀପ ପଧାନ ଓ ଗୋବିନ୍ଦ ବଗର୍ତ୍ତୀ ସହଯୋଗ କରିଥିଲେ।