-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
27-Nov-2023
ପାଟଣାଗଡ଼(ଦିଲୀପ ପଣ୍ଡା)ଅନ୍ୟ ରାଜ୍ୟକୁ ଚାଲାଣ କରାଯାଉଥିବା ସମୟରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ପୋଲିସ ୧୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏଥି ସହ ଏକ ଗାଡିକୁ ଜବତ କରି ଚାଳକ ଓ ଦଲାଲଙ୍କୁ ଗିରଫ କରିଛି । ପାଟଣାଗଡ଼ ବ୍ଲକ ମରୁଆଁ ଓ ଖପ୍ରାଖୋଲ ବ୍ଲକ ମାଟିଆ ଭଟା ଗ୍ରାମର ଦାଦନ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ଜାଣି ପୋଲିସ ପାଟଣାଗଡ଼-ପଦ୍ମପୁର ରାସ୍ତାରେ ଚଢ଼ଉ କରିଥିଲା । ଏକ ବଲେରୋ(ଓଆର୍ ୫ଏ -୨୮୭୭)କୁ ମରୁଆଁରେ ଅଟକାଇ କାଗଜପତ୍ର ଯାଂଚ କରିବାରୁ କିଛି ପାଇ ନ ଥିଲା । ପରେ ଗାଡିରେ ଥିବା ୪ଜଣ ପୁରୁଷ, ୫ମହିଳା ଓ ୮ଜଣ ଶିଶୁଙ୍କୁ ଉଦ୍ଧାର କରି ଘରକୁ ପଠାଇ ଦିଆଯାଇ ଥିଲା । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଗାଡି ଚାଳକ ପୀତାମ୍ବର ମେହେର ଓ ଦାଦନ ଦଲାଲ ବିଷ୍ଣୁ ପ୍ରସାଦ କୁମରିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଂଜୁର ହେବାରୁ ସେମାନଙ୍କୁ ଜେଲ୍ କୁ ପଠାଇ ଦିଆଯାଇଥିବା ପୋଲିସ ସୂଚନା ଦେଇଛି ।