-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2023
ନବରଙ୍ଗପୁର:-ଡାବୁଗାଁ ଥାନା ଅଧିନ ଉମରାହାଣ୍ଡି ଗ୍ରାମ ନିକଟ ଅଙ୍ଗୀ ନଦୀରୁ ମିଳିଲା ମୃତ ଯୁବକର ଆପାଚି ଗାଡି। କିଛିଦିନ ପୂର୍ବରୁ ମଇଦଲପୁର ଥାନା ବାବାଜୀଗୁଡା ଜଙ୍ଗଲରୁ ଉଦ୍ଧାର ହୋଇ ଥିଲା ମାଟି ତଳେ ପୋତା ହୋଇଥିବା ଅବସ୍ଥାରେ ମୃତ ଯୁବକର ଗଳିତ ଶବ । ମୃତକ ଜଣକ ଝରିଗାଁ ଥାନା ଛଟାଗୁଡା ଗାଁର ରାଜା ମାଲାକାର(୨୩)। ରାଜାଙ୍କ ନିଖୋଜ ମାମଲାକୁ ଭିତ୍ତିକରି ପୁଲିସ ୨ଜଣ ଯୁବକଙ୍କୁ କାବୁ କରିବା ପରେ ଘଟଣା ସମ୍ପର୍କରେ ଜଣାପଡିଥିଲା ।
ସୂଚନାକୁ ଆଧାର କରି ପୋଲିସ ଅଧୀନ ବାବାଜୀଗୁଡା ଖୋଜାଖୋଜି ଆରମ୍ଭ ମାଟିରେ ପୋତା ହୋଇଥିବା ଅବସ୍ଥାରେ ଶବଟିକୁ ଉଦ୍ଧାର କରିଥିଲା। ପୁଲିସ କାବୁ କରିଥିବା ଦୁଇ ଯୁବକଙ୍କ କହିବା ଅନୁସାରେ, ରାଜାଙ୍କ ସହ ଏମାନେ କୋଡିଗାଁ ଥାନା ଅଞ୍ଚଳରେ ଏକ ଚୋରି କରିବାକୁ ଯାଇଥିଲେ । ତେବେ ବିଦ୍ୟୁତ ଆଘାତରେ ରାଜାଙ୍କର ମୃତ୍ୟୁ ହେବାରୁ ଶବକୁ ଜଙ୍ଗଲରେ ଫୋପାଡି ଦେଇ ଆସିଥିବା ଦୁଇ ଯୁବକ ପୁଲିସ ଆଗରେ କହିଥିଲେ । ଶବ ଜଙ୍ଗଲ ମଧ୍ୟକୁ କିପରି ଆସିଲା ସେ ନେଇ ପୁଲିସ ତଦନ୍ତ କରିବା ସମୟରେ ଆଜି ଗୁରୁବାର ଅପରାହ୍ନରେ ଡାବୁଗାଁ ବ୍ଲକ ଉମରାହାଣ୍ଡି ନଦୀରୁ ମୃତ ଯୁବକର ଆପାଚି ଗାଡିକୁ ଉଦ୍ଧାର କଲା ପୋଲିସ । ଆଜି ଗାଡି ଉଦ୍ଧାର କରିବା ସମୟରେ ଉପସ୍ଥିତ ଥିଲେ ଡାବୁଗାଁ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ ଏବଂ ଡାବୁଗାଁ ପୋଲିସ ,କୋଡେଙ୍ଗା ପୋଲିସ ଓ ଅଗ୍ନିଶମ ବହିନୀର କର୍ମଚାରୀ ମାନେ
( ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର)