-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2026
ଡାବୁଗାଁ, (ପ୍ରିୟଦର୍ଶିନୀ ପାତ୍ର)
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ୧୪୨ଟି ଅଙ୍ଗନବାଡି କେନ୍ଦ୍ରରେ ଗତ ୨ ଦିନ ହେବ ଚାଲିଥିବା 'ଆଙ୍ଗନ କା ଉତ୍ସବ' କାର୍ଯ୍ୟକ୍ରମ ମଙ୍ଗଳବାର ସମାପନ ହୋଇଛି। *ପ୍ରଥମ ଦିବସରେ* ପୋଷଣ ଯୁକ୍ତ ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ପୋଷଣ ଯୁକ୍ତ ଶସ୍ୟରେ ପ୍ରସ୍ତୁତ ଖାଦ୍ୟକୁ ପିଲାଙ୍କ ପରିବାର ସଦସ୍ୟମାନେ ପ୍ରଦର୍ଶନ କରିଥିଲେ। *ଦ୍ୱିତୀୟ ଦିବସରେ* ଶିଶୁ, ଅଭିଭାବକ, ଗର୍ଭବତୀ ମହିଳା ଓ ଏଏମସି ସଦସ୍ୟଙ୍କ ଉପସ୍ଥିତିରେ ମନୋରଞ୍ଜନ କାର୍ଯ୍ୟକ୍ରମ, ଚିତ୍ରାଙ୍କନ, ଅଜା-ଆଈଙ୍କ ଦ୍ୱାରା ଗପ ଶୁଣିବା ଭଳି କାର୍ଯ୍ୟକ୍ରମ ହୋଇଥିଲା। *ତୃତୀୟ ଦିବସରେ* ଶିଶୁଙ୍କ ପିତା-ମାତା, ଗର୍ଭବତୀ, ଅଙ୍ଗନବାଡି କର୍ମୀ ଓ ଏଏମସି ସଦସ୍ୟଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ କଲ୍ୟାଣ ଯୋଜନା ସମ୍ପର୍କରେ ଆଲୋଚନା ଓ ପୁରସ୍କାର ବିତରଣ କରାଯାଇଥିଲା।ପ୍ରଥମ ଦିବସରେ ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ପୁଷ୍ପାରାଣୀ ପଟ୍ଟନାୟକ, ସିଡିପିଓ ମିନତୀ ଦାସ ଓ ସୁପରଭାଇଜର ଗୁଡ୍ଡି ଭୁକ୍ତା ସମସ୍ତ ଅଙ୍ଗନବାଡି ପରିଦର୍ଶନ କରିଥିଲେ। ତୃତୀୟ ଦିବସରେ ସିଡିପିଓ ଶ୍ରୀମତୀ ଦାସ ଓ ଡାବୁଗାଁ ସୁପରଭାଇଜର ତ୍ରିଲତା ବାରିକ ପୁରସ୍କାର ବିତରଣ କରିଥିଲେ।
ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଅଙ୍ଗନବାଡି ସହ ଲୋକଙ୍କୁ ଯୋଡିବା ଏବଂ ସଚେତନ କରିବା ବୋଲି ସିଡିପିଓ କହିଛନ୍ତି।