-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
29-Sep-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଚରଦା ପଞ୍ଚାୟତ ଅଧିନସ୍ଥ ଫୁଲମୁଠି ଅଙ୍ଗନୱାଡି କେନ୍ଦ୍ରରେ ତିନି ଦିନ ଧରି ଚାଲିଥିବା ଆଙ୍କନ କା ଉତ୍ସବ ମଙ୍ଗଳବାର ସମ୍ପନ୍ନ ହୋଇଛି।ଏହା ୨୭ତାରିଖରୁ ଚାଲିଥିଲା ପ୍ରଥମ ଦିନରେ କେନ୍ଦ୍ରରେ ପଡୁଥିବା ଶିଶୁ ମାନଙ୍କ ମା ମାନଙ୍କ ତରଫରୁ ପ୍ରସ୍ତୁତ ପିଠା ଓ ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା ।ସେହିପରି ଅଭିଭାବକ ମାନଙ୍କ ପାଇଁ ରେସିପି ପ୍ରତିଯୋଗିତା ହୋଇଥିଲା ଦ୍ୱିତୀୟ ଦିନ କାର୍ଯ୍ୟକ୍ରମରେ ଶିଶୁ ମାନଙ୍କ ପାଇଁ ଖେଳକୁଦ ଓ ମଜାଦାର କାର୍ଯ୍ୟକ୍ରମ,ଚିତ୍ରାଙ୍କନ ପ୍ରତିଯୋଗିତା,ବୃଦ୍ଧ ଅଜା/ଆଈଙ୍କ ଦ୍ଵାରା ଗଳ୍ପ ଉପସ୍ଥାପନ କରି ଶିଶୁଙ୍କୁ ଆକୃଷ୍ଟ କରିବା,ଗୀତ,ନୃତ୍ୟ ପରିବେଷଣ ହୋଇଥିଲା ଶେଷ ଦିନ ଅର୍ଥାତ ଆଙ୍କନର ଉଦଯାପନୀ ଉତ୍ସବରେ ଆଇସିଡିଏସ ସୁପର ଭାଇଜର କନକଲତା ନେପାକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଓ ଶିଶୁ କଲ୍ୟାଣ ବିଷୟରେ ହିତାଧିକାରୀଙ୍କ ଲାଭବାନ ଉପରେ ଆଲୋକପାତ କରିଥିଲେ ।ସେହିପରି ସରକାର ପ୍ରଚଳନ କରିଥିବା ଯୋଜନାରେ ଉପକୃତ ହିତାଧିକାରୀ ମାନଙ୍କ ପାଇଁ ଭିଡିଓ ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ ହୋଇଥିଲା ଏଥିରେ ସମ୍ମାନୀତ ଅତିଥି ଭାବେ ଆଶା କର୍ମୀ ସବିତା ସାହୁ ଉପସ୍ଥିତ ଥିଲେ। ଅନୁଷ୍ଟିତ ଆଙ୍କନ ଉତ୍ସବରେ ସକ୍ରିୟ ଭାବେ ଅଂଶଗ୍ରହଣ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ଅଭିଭାବକ/ଅଭିଭାବିକା ଏବଂ ରେସିପି ପ୍ରତିଯୋଗିତାରେ ସଫଲ ହୋଇଥିବା ଶଙ୍କର ତରିଆ,ଅନିଲ ସାହୁ,ମନ୍ତୁ ସେଠୀ,ଚନ୍ଦ୍ରକାନ୍ତ କର୍ଣ୍ଣ,ସୁଜିତ ସାହୁ,ରମେଶ କୁରକୁରିଆ,ସୁଦାମ ବିଶି,ହିକୁ ଛୁରିଆ ପ୍ରମୁଖ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ଏହା ବ୍ୟତୀତ କାର୍ଯ୍ୟରତ ଅଙ୍ଗନୱାଡି କର୍ମୀ,ଆଅଗ୍ଶା କର୍ମୀ ଓ ସହାୟିକା କ୍ଟର୍ମୀ ଆମାନଙ୍କୁ ସମ୍ମାନିତ କରଯାଇଥିଲା ତିନିଦିନ ଧରି ଅନୁଷ୍ଟିତ ଏହି ଉତ୍ସବ ପରିଚାଳନାରେ ଅଙ୍ଗନୱାଡି କର୍ମୀ କଳ୍ପନା ପୂଜାରୀ,ମିଲି ମିଶ୍ର,ଜଗଦମ୍ବା କଳତା,ସହାଯିକା ଯାଜ୍ଞସିନି ସାହୁ,ନନ୍ଦିନୀ ବାଘ,ଜମୁନା ବାରିକ,ଶିକ୍ଷୟିତ୍ରୀ ରାତ୍ର ହାତଯୁଆଡ଼ି ପ୍ରମୁଖ ସହଯୋଗ କରିଥିଲେ।