-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ଜିଲ୍ଲା

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ

29-Sep-2026



ବଲାଙ୍ଗିର(ପ୍ରେରଣା ଖବର)- ବଲାଙ୍ଗିର ମାଟିର ବରପୁତ୍ର ମହାନ ସ୍ୱାଧିନତା ସଂଗ୍ରାମୀ ଜନନେତା ତଥା ବିଶିଷ୍ଟ ଆଦିବାସୀ ନେତା ଯୁଗେଶ୍ୱର କୁମୁରାଙ୍କ ସ୍ମୃତିରେ ଚୁଡାପାଲି ଠାରେ ବର୍ଣ୍ଣାଢ୍ୟ ପରିବେଶରେ ବିଶାଳ ଭବ୍ୟ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି । ଜୟକୃଷ୍ଣ ମିଶ୍ରଙ୍କ ଆବାହକତ୍ୱରେ ଯୋଗେଶ୍ୱର କୁମୁରା ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି ସ୍ମୃତି ସଭା କୁ ଶରତ ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ଅଶ୍ୱିନୀ କୁମାର ନାୟକ ଯୋଗ ଦେଇ ପ୍ରତିମୃର୍ତ୍ତି ରେ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଶ୍ରୀ ବିଶି ଙ୍କ ମନ୍ତବ୍ୟରେ ବଲାଙ୍ଗିର ର ସ୍ୱାଧିନତା ଆନ୍ଦୋଳନ ଇତିହାସରେ ଯୋଗେଶ୍ୱର କୁମୁରା ଙ୍କ ନାମ ଗୌରବମୟ ଅକ୍ଷରରେ ଲିପିବଦ୍ଧ । ସେ କେବଳ ଜଣେ ସ୍ୱାଧିନତା ସଂଗ୍ରାମୀ ନୁହେଁ ବରଂ ସାମନ୍ତବାଦୀ, ଶୋଷଣ, ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସାଧାରଣ ପ୍ରଜାଙ୍କ ସ୍ୱରକୁ ସଂଗଠିତ କରିଥିବା ଜଣେ ସାହାସି ଜନନେତା ଥିଲେ । ସ୍ଥାନୀୟ ଐତିହାସିକ ସ୍ମୃତି ଅନୁସାରେ ୨୯ ସେପ୍ଟେମ୍ବର ୨୦୧୯ ରେ ଚୁଡାପାଲିରୁ ବଲାଙ୍ଗିର ଅଭିମୁଖେ ତାଙ୍କ ନେତୃତ୍ୱରେ ପ୍ରାୟ ୧୦ହଜାର ରୁ ଅଧିକ ପ୍ରଜାଙ୍କୁ ନେଇ  ନ୍ୟାୟ, ଅଧିକାର, ସ୍ୱାଭିମାନ ଓ ଶୋଷଣମୁକ୍ତ ସମାଜ ପାଇଁ ସ୍ୱର ଉତ୍ତୋଳନ କରି ଐତିହାସିିକ ପ୍ରଜାମେଳି ଆୟୋଜିତ କରିଥିଲେ । ସେହି ଐତିହାସିକ ଜନସମାବେଶ ଅଂଚଳର ପ୍ରଜା ଆନ୍ଦୋଳନ ଓ ଜନଜାଗରଣ ର ଏକ ଅମର ଅଧ୍ୟାୟ ଭାବେ ସ୍ମରଣୀୟ ହୋଇ ରହିଛି । ସ୍ୱାଧିନତା ପରବର୍ତ୍ତି ସମୟରେ 1952 ମସିହାରେ ସେ ସଂସଦୀୟ ନିର୍ବାଚନରେ ମଧ୍ୟ ପ୍ରାର୍ଥୀ ହୋଇ  88,689 ଭୋଟ ପାଇ   ଗଣତାନ୍ତ୍ରିକ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସେ ଆହୁରି କହିଥିଲେ ଯେ ପଶ୍ଚିମ ଓଡିଶା ଓ ବଲାଙ୍ଗିର ଅଂଚଳର ଅନେକ ଆଦିବାସୀ, ଦଳିତ, କୃଷକ ଓ ସାଧାରଣ ପ୍ରଜା ନେତାଙ୍କ ସ୍ୱାଧିନତା ସଂଗ୍ରାମର ଅବଦାନ ଏ ଯାବତ ଯଥୋଚିତ ଭାବରେ ଐତିହାସିକ ଦଳିଳ, ପାଠ୍ୟକ୍ରମ ଓ ଜନସ୍ମୃତିରେ ସ୍ଥାନ ପାଇ ନାହିଁ । ସେମାନଙ୍କ ଜିବନ, ସଂଗ୍ରାମ ଓ ବଳିଦାନକୁ ଗବେଷଣା, ସଂରକ୍ଷଣ ଓ ନୂତନ ପିଢି ସମ୍ମୁଖରେ ପହଂଚାଇବା ପାଇଁ ଓଡିଶା ସରକାର ତୁରନ୍ତ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ସ୍ମୃତି ପୀଠ ଚୁଡାପାଲି କୁ ଘୋଷଣା କରନ୍ତୁ । ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିର ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ସହ ବୁଦ୍ଧିଜିବୀ ନିଳମଣି ଦଣ୍ଡସେନା, ରାଜୁ ଦିପ, ଚମରା ଧରୁଆ, ଶୁଶିଲ ବେହେରା, ପଂକଜ ମାଲ, ସନ୍ତୋଷ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।  ସମାରୋହରେ ଉପସ୍ଥିତ ସମସ୍ତେ ମହାନ ସ୍ୱାଧୀନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରି ତାଙ୍କ ଦେଶପ୍ରେମ, ସାହସ, ତ୍ୟାଗ, ଜନସେବା, ସ୍ୱାଭିମାନ ଓ ସଂଘର୍ଷର ଆଦର୍ଶକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ସଂକଳ୍ପ ନେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like