-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
21-Jul-2023
ବରଗଡ଼:-ବରଗଡ଼ ଜିଲ୍ଲା ପଦ୍ମପୁର ସବଡିଭିଜନକୁ ପ୍ରସ୍ତାବିତ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ତରଫରୁ ଆଜି ପଦ୍ମପୁର ଓକିଲ ସଂଘ କନଫେରେନ୍ସ ହଲ ଠାରେ ଦିନ ୩ଟା ସମୟରେ ପଦ୍ମପୁର ଜିଲ୍ଲା ଆନ୍ଦୋଳନ ବିଷୟରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଦ୍ମପୁର ଉପଖଣ୍ଡର ବିଭିନ୍ନ ବ୍ଳକ ତଥା ପଦ୍ମପୁର ର ବିଭିନ୍ନ ଅନୁଷ୍ଠାନ ତଥା
ବୁଦ୍ଧିଜୀବୀ ମାନେ ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ । ସମସ୍ତଙ୍କ ଜିଲ୍ଲା ଆନ୍ଦୋଳନ କୁ ତୀବ୍ର ତଥା ସମସ୍ତ ରାଜ ରାଜ ନୈତିକ ଦଳ ମାନଙ୍କୁ ନେଇ ଏକ ବୈଠକ କରିବା ପାଇଁ ପ୍ରସ୍ତାବ ନିଆଯାଇଛି । ସେଥିପାଇଁ ଆସନ୍ତା ୨୯ ତାରିଖ ଶନିବାର ଦିନ ୩ଟା ସମୟରେ ରାଜାଜୀ ଟାଉନହଲରେ ଏକ ବୈଠକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଜିର ସଭାରେ ଓକିଲ ସଂଘର ସଭାପତି ସନ୍ତୋଷ ଶତପଥୀ ଓ ସଂପାଦକ ଚିନ୍ମୟ ପଣ୍ଡା ପରିଚାଳନା କରିଥିଲେ ।