-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
21-Jul-2023
ବଲାଙ୍ଗୀର(ଦେବାଶିଷ ବହିଦାର ): ଅଲ୍ ଓଡିଶା ଇପିଫ୍ ପେନସନ ଆସୋସିଏସନର ବଲାଙ୍ଗୀର ଜିଲ୍ଲା ଶାଖା କର୍ମକର୍ତ୍ତା ପକ୍ଷରୁ ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓଙ୍କୁ ତାଙ୍କ ପେନସନ ବୃଦ୍ଧି, ସର୍ବନିମ୍ନ ଇପିଫ୍ ପେନସନ ୯ ହଜାର କରିବା ସଙ୍ଗେ ମହଙ୍ଗା ଭତ୍ତା ଓ ଚିକିତ୍ସା ବୀମା ଯୋଗାଇ ଦେବା ପାଇଁ ସାଂସଦଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଦାବିକୁ ସାଂସ ଶ୍ରୀମତୀ ସିଂହଦେଓ ଆସନ୍ତା ଲୋକ ସଭାରେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଗୋଚର କରାଇବା ପାଇଁ ସଂଘ କର୍ମକର୍ତ୍ତାମାନଙ୍କୁ ପ୍ରତିଶୃତି ଦେଇଥିଲେ। ଏହି ଲିଖିତ ଦାବି ପ୍ରଦାନ କରିବା ସମୟରେ ବଲାଙ୍ଗୀର ଜିଲ୍ଲା ଇପିଫ୍ ସଂଘ ସଭାପତି ବିଶ୍ବ ପ୍ରକାଶ ମିଶ୍ର, ଉପସଭାପତି ଅମୂଲ୍ୟ ମିଶ୍ର ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।