-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ବିଶେଷ

ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ, ବାଲ୍ୟ ବିବାହର ସୂଚନା ପ୍ରଦାନ କଲେ ଦିଆଯିବ ପାଞ୍ଚ ହଜାର ଟଙ୍କା!

05-Dec-2020



ବ୍ରହ୍ମପୁର, (ପ୍ରେରଣା ଖବର) - ସମନ୍ୱିତ  ଶିଶୁ ବିକାଶ ଯୋଜନା ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନଓ୍ବାଡି କେନ୍ଦ୍ର, ଶୁଖିଲା ଖାଦ୍ୟର ଆବଣ୍ଟନ, ଅଣ୍ଡା ବଣ୍ଟନ, ମୋ ଗେହ୍ଳାଝିଅ, ପୁଷ୍ଟିକର ଖାଦ୍ୟ, ମିଶନ୍ ଶକ୍ତି ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇଯାଇଛି। ଅଙ୍ଗନଓ୍ଵାଡି କେନ୍ଦ୍ର ଗୁଡିକ ସଫେଇ ସହ ଏହାର ପରିବେଶ ସୌନ୍ଦର୍ଯ୍ୟକରଣ ଓ ସବୁଜମୟ କରିବା ନେଇ ବୃକ୍ଷ ରୋପଣ ଦିଗରେ ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ!!*ଅଙ୍ଗନଓ୍ବାଡି କେନ୍ଦ୍ର ପରିସରରେ ସ୍ଥାନ ଥିଲେ ନରେଗାରେ ମୋ କାରୀ ଫସଲ ଜାତୀୟ ବୃକ୍ଷ ରୋପଣ କରି କିଚେନ ଗାର୍ଡନ ନିମନ୍ତେ ପ୍ରୟାସ କରିବାକୁ କୁହାଯାଇଛି  । କୋଠାବାଡିର ରଙ୍ଗ ଖରାପ ଥିଲେ ରଙ୍ଗ ଦେବାକୁ ଜିଲ୍ଲାପାଳ କୁଲାଙ୍ଗେ ନିର୍ଦ୍ଦେଶ ପ୍ରଦାନ କରିଥିଲେ  । ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକରେ ଗ୍ୟାସ୍ ଚୂଲା ଦ୍ବାରା ରୋଷେଇ କରି କେନ୍ଦ୍ରଟିରେ ଧୂଆଁମୁକ୍ତ କରାନ୍ତୁ  । ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସୁଥିବା ଶିଶୁ ମାନଙ୍କୁ ହାତ ଧୋଇବା ଓ ଶୌଚାଳୟ ବ୍ୟବହାର କରିବା ସକାଶେ ଅଭ୍ୟାସ କରାନ୍ତୁ । ଏହି ଅଭ୍ୟାସ ହେଲେ ସେମାନେ ନିଜ ଘରେ ଶୌଚାଛୟ ବ୍ୟବହାର କରିବାକୁ ନିଜ ଅଭିଭାବକଙ୍କୁ ଜଣାଇବେ  ।ଏହି ଅଭ୍ୟାସ ଦ୍ବାରା ପରିମଳ ବ୍ୟବସ୍ଥାରେ ସୁଧାର ଆସିବ!!*ମିଶନ୍ ଶକ୍ତି ଗୃହ ଓ ଅଙ୍ଗନଓ୍ବାଡି କେନ୍ଦ୍ର ୨୨ ଟି ବ୍ଳକ୍ ରେ ନିର୍ମାଣ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ତାହାର ସ୍ଥିତି ସମ୍ପର୍କରେ ବିଡିଓ ମାନଙ୍କ ଠାରୁ ଚିଠା ମାଧ୍ୟମରେ ତଥ୍ୟ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସିଡିପିଓ ମାନେ ଅଙ୍ଗନଓ୍ବାଡି କମିଟି ଦ୍ବାରା ବାଲ୍ୟ ବିବାହ ରୋକିବା ନେଇ ନଜର ରଖନ୍ତୁ। ବାଲ୍ୟ ବିବାହ ହେଉଥିବା ନଜରକୁ ଆସେ ତେବେ ଅଙ୍ଗଓ୍ବାଡି କର୍ମୀ ଓ ସିଡିପିଓ ମାନଙ୍କୁ ଦାୟୀ କରାଯିବ। ବିବାହ ହେଉଥିବା ପୁଅ ଝିଅଙ୍କ ଆଧାର କାର୍ଡ ଯାଂଚ୍ କରି ସେମାନଙ୍କ ସମ୍ପର୍କରେ ତଥ୍ୟ ଓ ବୟସ ପଞ୍ଜିକରଣ କରାନ୍ତୁ। ବାଲ୍ୟ ବିବାହ ସମ୍ପର୍କିତ ପ୍ରାଥମିକ ସୂଚନା ପ୍ରଦାନ କଲେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ନାମ ଗୋପନ ରଖାଯାଇ ତାଙ୍କୁ ୫୦୦୦ ଟଙ୍କାର ଆର୍ଥିକ ପୁରସ୍ବାର ଦିଆଯିବା ନେଇ ଜିଲ୍ଲାପାଳ ଘୋଷଣା କରିଥିଲେ!!*ଜିଲ୍ଲାରେ ଅପପୁଷ୍ଟିରେ ଥିବା ଶିଶୁ ମାନଙ୍କ ସ୍ଥିତି ଏକ ତିନି ଜଣିଆ  କମିଟି ଗଠନ କରାଯାଇ ଯାଂଚ୍ କରାଯାଉ  । ଡାକ୍ତର, ନ୍ୟୁଟ୍ରିସନ୍ ଓ ସିଡିପିଓ ଙ୍କ ଦ୍ବାରା ଜିଲ୍ଲା ସ୍ତରୀୟ ଟିମ୍ ଗଠନ କରି ଏହି ପ୍ରକ୍ରିୟାର ତଦାରଖ କରି ଅପପୁଷ୍ଟିର ଶିକାର ହୋଇଥିବା ଶିଶୁଙ୍କୁ କିଭଳି ପୁଷ୍ଟିକର କରାଯିବ ସେ ଘେନି କାର୍ଯ୍ୟପନ୍ଥା ସ୍ଥିର କରାଯାଉ  । ଅଙ୍ଗନଓ୍ବାଡି କର୍ମୀଗଣ ଗର୍ଭବତୀ ମା ମାନଙ୍କ ସହିତ ଉତ୍ତମ ସମ୍ପର୍କ ରଖନ୍ତୁ  । ସେମାନଙ୍କୁ କନ୍ୟାଭୃଣ ହତ୍ୟା ନକରି କନ୍ୟା ରତ୍ନର ମହତ୍ବ ସମ୍ପର୍କରେ ସଚେତନ କରାନ୍ତୁ । ଜିଲ୍ଲାରେ ଗୋଟିଏ ସ୍ମାର୍ଟ ଅଙ୍ଗନଓ୍ବାଡି କେନ୍ଦ୍ର କରାଯାଉ  । ଉକ୍ତ ସ୍ମାର୍ଟ ଅଙ୍ଗନଓ୍ବାଡି କେନ୍ଦ୍ରର କାନ୍ଥରେ ଶିକ୍ଷଣୀୟ ବିଷୟ ଥାଇ ପିଲାଙ୍କୁ ଆକୃଷ୍ଟ କଲାଭଳି ରଙ୍ଗ ବେରଙ୍ଗର ଚିତ୍ର ଅଙ୍କନ କରାଯାଉ  । ଟିଭି, ଛୋଟ ଗୋଲେଇ ଟେବୁଲ ଇତ୍ୟାଦି ସାମଗ୍ରୀ ରଖାଯାଉ ଏବଂ ପିଲାମାନଙ୍କୁ ଅଙ୍ଗଭଙ୍ଗୀ ସଙ୍ଗୀତ ଇତ୍ୟାଦି ମାଧ୍ୟମ ଦ୍ବାରା ଶିକ୍ଷା ଦିଆଯାଉ!!*ଏହି ମଡେଲ ଯଦି ଠିକ୍ ରୂପେ କାର୍ଯ୍ୟକାରୀ ହେବ ଏବଂ ପିଲାଙ୍କ ଆଗଭର ବଢୁଛି ତେବେ ସେହି ଅନୁସାରେ ଜିଲ୍ଲାର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକ ସ୍ମାର୍ଟ ଅଙ୍ଗନଓ୍ବାଡି କେନ୍ଦ୍ରରେ ପରିଣତ କରାଯିବ ବୋଲି ଜିଲ୍ଲାପାଳ ମତ ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ ସମସ୍ତ ତଥ୍ୟ ପ୍ରଦାନ କରି ସମୀକ୍ଷା କରିଥିଲେ  । ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ଜିଲ୍ଲା ଯୋଜନା ମ୍ୟାନେଜର୍ ଅରୁଣ କୁମାର ନାୟକ, ସାଶ୍ବତ କୁମାର ସାହୁ, ଦେବବ୍ରତ ମହାନ୍ତି  ପ୍ରମୁଖ ଉପସ୍ଥିତ ଥିଲେ!!*ଏହା ପୂର୍ବରୁ ଜିଲ୍ଲାପାଳ ଲିଙ୍ଗ ନିରୁପଣ ହେଉଥିବାର ସୂଚନା ଦେଲେ ଓ ଗୁଣିଗାରିଡି ପ୍ରମାଣ ଦେଲେ ମଧ୍ୟ୍ୟ ୫ ହଜାର ଟଙ୍କା  ପୁରସ୍କାର ଘୋଷଣା କରିଥିଲେ. ବାଲ୍ୟବିବାହ ହେଉଥିବାର ଅଙ୍ଗନଓ୍ବାଡି କର୍ମୀ ଏ ସମ୍ପର୍କରେ ପ୍ରାଥମିକ ସୂଚନା ଦେଲେ ସେମାନଙ୍କୁ ମଧ୍ୟ ୫୦୦୦ ଟଙ୍କାର ଆର୍ଥିକ ପୁରସ୍କାର ଦିଆଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ  । ଯେଉଁ ପରିବାରରେ ଝିଅ ଜନ୍ମ ନିଏ ସେମାନଙ୍କ ପିତାମାତା ଓ ପରିବାର ବର୍ଗଙ୍କୁ ଉତ୍ସାହିତ କରି କନ୍ୟାରତ୍ନ ବିଷୟରେ ବୁଝାନ୍ତୁ  । ଏହା ଦ୍ବାରା ସେମାନେ କନ୍ୟା ର ଜନ୍ମ ଓ ଲାଳନ ପାଳନ ଦିଗରେ ଆଗ୍ରହ ପ୍ରକାଶ କରି କନ୍ୟା ସନ୍ତାନ ଜନ୍ମ ହେତୁ ଖୁସି ହେବେ ଓ ତାର ଉତ୍ତମ ଲାଳନ ପାଳନ କରିବେ। ନିର୍ଭୟ କଢି ଯୋଜନା ସକାଶେ ସଚେତନତା କାର୍ଯ୍ୟ ବ୍ୟାପକ କରାନ୍ତୁ!!


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like