-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ଜିଲ୍ଲା

ପଲିଥିନ୍‍ ସାଜିଛି ସାହାରା; ବର୍ଷେ ହେଲା ଡହଳ ବିକଳ ଜୀବନ ବିତାଉଛନ୍ତି ଦମ୍ପତି

05-Dec-2020



କନ୍ଧମାଳ, (ପ୍ରେରଣା ଖବର) : ପଲିଥିନ୍‍ ସାଜିଛି ସାହାରା। ବର୍ଷେ ହେଲା ଡହଳ ବିକଳ ଜୀବନ ବିତାଉଛନ୍ତି ଏକ ବରିଷ୍ଠ ଦମ୍ପତି। ଗତ ଦିନରେ ହୋଇଥିବା ଲଗାଣ ବର୍ଷାରେ ଘର ଭାଙ୍ଗିଗଲା। ଫଳରେ ଅର୍ଥ ଅଭାବ ଯୋଗୁଁ ଘର ଆଉ ମରାମତି ହୋଇ ପାରୁନାହିଁ। ଏପଟେ ପୁଅ ରୋଜଗାର ପାଇଁ ଦାଦନ ଖଟିବାକୁ ରାଜ୍ୟ ବାହାରେ। ଘର ଭାଙ୍ଗିବାର ଇତି ମଧ୍ୟରେ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ହୋଇ ସାରିଲାଣି। ମିଳିଛି କେବଳ ପଲିଥିନ୍‍ ଖଣ୍ଡିଏ। ସେହି ପଲିଥିନ୍‍ ହିଁ ପାଲଟିଛି ସାହାରା। ବର୍ଷେ ହେଲା ପଲିଥିନ୍‍ ତଳେ ଜୀବନ ବିତାଉଛନ୍ତି ଏହି ଦମ୍ପତି। କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ବଲସକୁମ୍ଫା ପଞ୍ଚାୟତର ଲଣ୍ଡୁପଡ଼ା ଗ୍ରାମର ଘଟଣା।ଖବର ପ୍ରକାରେ, ଗ୍ରାମର ସ୍ୱାମୀ ମନୋହର ଦେହୁରୀ(୭୪) ଓ ସ୍ତ୍ରୀ ପୁଇନ ଦେହୁରୀ (୬୮) ଏବେ ଜୀବନ ବିତାଉଛନ୍ତି ବହୁ ଦୟନିୟ ଅବସ୍ଥାରେ। ଗତ ଦିନରେ ଘର ଭାଙ୍ଗଯିବା ଫଳରେ ସେମାନେ ସରପଞ୍ଚ  ଓ ରାଜସ୍ୱ ନିରୀକ୍ଷକଙ୍କ ଜଣାଇବାପରେ ଖଣ୍ଡିଏ ପାଲ ଦିଆଯାଇଛି। ଇତି ମଧ୍ୟରେ ଏକ ବର୍ଷ ବିତିଗଲାଣି। ପାଲର ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡ଼ିଥିବା ବେଳେ ସରକାରୀ ଯୋଜନାର ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ,ବ୍ଳକର ଦ୍ୱାରସ୍ଥ ହୋଇଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସହାୟତା ମିଳିନାହିଁ ବୋଲି କହିଛନ୍ତି ଏହି ବୃଦ୍ଧ ଓ ବୃଦ୍ଧା ଦମ୍ପତି। ଏପଟେ ପୁଅ ଦାଦନ ପାଇଁ ଯାଇଥିବା ବେଳେ ଅର୍ଥର ଅଭାବ ସହିତ କରୋନା କଟକଣା ଯୋଗୁଁ ଲକ୍‍ ଡ଼ାଉନ୍‍ ଓ ସଟ୍‍ ନାଉନ୍‍ ଆଦି ନିୟମ ଫଳରେ ସେ ଆଉ ଫେରିପାରୁନାହିଁ। ଏହି ଦମ୍ପତିଙ୍କୁ ସରକାରୀ ସରକାରୀ ପକ୍ଷରୁ ୧୦ କେଜି ଚାଉଳ ସହିତ ଉଭୟଙ୍କୁ ୫୦୦ ଟଙ୍କା ଲେଖାଏଁ ବାର୍ଦ୍ଧକ ଭତ୍ତା ପ୍ରଦାନ କରାଯାଉଛି। ଏତିକିରେ ସେମାନେ କୌଣସି ପ୍ରକାର ଜୀବନ ବଂଚାଇଥିବା ବେଳେ ଘର ପାଇଁ ଏବେ ନାନା ସମସ୍ୟାରେ ପଡ଼ିଛନ୍ତି। ଘରଟିଏ ପାଇଁ ବହୁବାର କାକୁତି ମିନତି ହୋଇଥିଲେ ମଧ୍ୟ କେହି କିଏ ଆହା ପଦେ କହିନାହାନ୍ତି ବୋଲି କହିଛନ୍ତି ଏହି ଦମ୍ପତି। ତେବେ ସେମାନେ ଯୋଗ୍ୟ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି ଏହି ଯୋଜନାରେ ସାମିଲ୍‍ କରାଯାଉନାହିଁ ତାହା ସେମାନଙ୍କୁ ଚିନ୍ତାରେ ପକାଇଛି ବୋଲି କହିଛନ୍ତି ଏହି ପରିବାର। ଅନ୍ୟପକ୍ଷରେ ଏନେଇ ବଲସକୁମ୍ଫା ସରପଞ୍ଚଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସଫଳ ହୋଇନଥିଲା। ତେବେ ଘଟଣା ସମ୍ପର୍କରେ ଖଜୁରିପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ରବିନ୍ଦ୍ରନାଥ କହଁରଙ୍କ ସହିତ ଯୋଗାଯୋଗ କରିବାରେ ଉକ୍ତ ପରିବାର ନାମ ଯଦି ସରକାରୀ ନିୟମ ତାଲିକାଭୁକ୍ତା ହୋଇଥିବ ତାହା ନିଶ୍ଚିତ ଭାବେ ସେମାନଙ୍କ ଆବାସ ଯୋଜନାରେ ସାମିଲ୍‍ କରାଯିବ ଓ ଯଦି ହୋଇନଥିବ ତାହା ହେଲେ ଘଟଣାର ତଦନ୍ତ କରାଯାଇ ସେମାନଙ୍କ ତାଲିକାଭୁକ୍ତ କରିବା ଦିଗରେ ପଦକ୍ଷେପ ନେଇ ସେମାନଙ୍କ ଉକ୍ତ ଯୋଜନାରେ ସାମିଲ୍‍ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।
 


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like