-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
30-Nov-2020
ପୁରୀ (ସୁବାସିତ ମହାପାତ୍ର) ସୋମବାର କାର୍ତ୍ତିକ ପୂର୍ଣ୍ଣିମା (ରାସ ପୂର୍ଣିମା) ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ "ରାଜଧିରାଜ" ବେଶ (ସୁନାବେଶ) ତଥା ଦୋଳଗୋବିନ୍ଦ ଅଭିଷେକ ହେତୁ ସ୍ୱତନ୍ତ୍ର ନୀତିମାନ ଅନୁଷ୍ଟିତ ହୋଇଅଛି । ଆଜି ଶ୍ରୀଜୀଉମାନଙ୍କ କାର୍ତ୍ତିକ ପୂର୍ଣ୍ଣିମା ବା ଅବସରରେ ପୂର୍ବ ପ୍ରସ୍ତୁତି ପ୍ରକାରେ ପୂର୍ବ ରାତ୍ର ପହୁଡ଼ ଘ.୧୧.୨୫ମି.ରେ ହୋଇଥିଲା ପ୍ରତଃ ଘ.୫.୦୦ ରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସମ୍ପର୍ଣ୍ଣ ହୋଇ,ଭିତର ଶୋଧ ଘ.୫.୫୦ ମି ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ପ୍ରାତଃ ଘ.୫.୫୫ ମି ରେ ସମ୍ପର୍ଣ୍ଣ ହୋଇ ସକାଳ ଘ.୬.୦୦ ଟା ରେ ମଇଲମ ବଢି, ତଡପ ଲାଗି ଘ.୬.୩୦ ରେ ହୋଇଥିଲା ।ଏହାପରେ ଅବକାଶ ପୂଜା ଠା,ଘ.୬.୪୦ ରେ ବଢି, ଅବକାଶ ପୂଜା ଘ. ୬.୪୫ ମି ରେ ଆରମ୍ଭ ଅବକାଶ ପୂଜା ଶେଷ ଘ.୭.୦୦ ମି ରେ ସମ୍ପର୍ଣ୍ଣ ହେବାପରେ ମହାପ୍ରଭୁଙ୍କ"ରାଜଧିରାଜ" ବେଶ ଆରମ୍ଭ ହୋଇ ଘ.୮.୩୦ ମି ରେ ବେଶ ଶେଷ ହୋଇଥିଲା । ଶ୍ରୀପୁରୁଷୋତ୍ତମ ଶ୍ରୀଜଗନ୍ନାଥ ହେଉଛନ୍ତି ରାଜଧିରାଜ । ତାଙ୍କର ନୀତି,ରୀତି,ବେଶ, ଭୋଗ ଇତ୍ୟାଦିରେ ରାଜକୀୟ ଠାଣି ପରିଲକ୍ଷିତ ହୋଇଥାଏ, ସ୍ବତଲିପି ମୁତାବକ ବର୍ଷ ମଧ୍ୟରେ ପ୍ରାୟ ୨୦ ରୁ ଉର୍ଦ୍ଧ ବେଶ ମଧ୍ୟରୁ ଶ୍ରୀଜୀଉମାନଙ୍କର"ସୁନାବେଶ ବା ରାଜ ବେଶ" ଅନ୍ୟତମ ଆଜି ଏହି ବେଶ ରେ ଠାକୁର ମାନେ ବିବିଧ ସ୍ଵର୍ଣ ଅଳଙ୍କାର ରେ ଭୂଷିତ ହୋଇଥିଲେ ।