-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
30-Nov-2020
ବରଗଡ଼/ଅତାବିରା, (ପ୍ରେରଣା ଖବର): ବରଗଡ଼ ଜିଲ୍ଲା ଅତାବିରା ଆନନ୍ଦ କଲ୍ୟାଣ ମଣ୍ଡପ ଠାରେ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏସ୍ସିଏସ୍ଟି, ଓବିସି ରିଲିଜିଅସ ମାଇନୋରିଟି ଏକତା ମଞ୍ଚ ପକ୍ଷରୁ ଅନୁଷ୍ଠିତ ଏହି ସମାରୋହର ପ୍ରଥମ ଅଧିବେଶନରେ ନୂଆଦିଲ୍ଲୀ ଫେରୱାର୍ଡ ପ୍ରେସର କନ୍ସଲଟିଙ୍ଗ ଏଡିଟର ଡ. ଗୋଲ>ି ଏମ୍. ଜର୍ଜ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ଓଡ଼ିଶା ଓବିସି ମଂଚର ନ ଧୀମାନ ଶଙ୍କର ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ସମ୍ବିଧାନର ପ୍ରିଏମ୍ବୁଲ ପାଠ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ଓବିଏସ୍ ର ସଭାପତି ତଥା ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଶରତ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଏବଂ ଏସ୍ଏସ୍ଏ ର ଅର୍ଗାନାଇଜର ତାରିଣୀ ସୁନା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସମ୍ବିଧାନ ଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବର୍ଣ୍ଣନା କରିବା ସହ ସମ୍ବିଧ।।ନର ପ୍ରୟୋଗ କିପରି ଦେଶକୁ ସମୃଦ୍ଧଶାଳୀ କରିପାରିବ ସେ ସଂପର୍କରେ ବୁଝାଇଥିଲେ ।
ଭାରତୀୟ ସମ୍ବିଧାକୁ ବିଶ୍ୱର ସର୍ବବୃହତ ସମ୍ବିଧାନ ଭାବରେ ତିଆରି କରିବାରେ ବାବା ସାହେବ ବି.ଆର. ଆମ୍ବେଦକରଙ୍କ ଯୋଗଦାନ ସଂପର୍କରେ ମଂଚାସୀନ ଅତିଥି ମାନେ ଆଲୋଚନା କରିଥିଲେ । ଏହି ସମାରୋହରେ ବରଗଡ଼ ସମେତ ବଲାଙ୍ଗୀର, ସମ୍ବଲପୁର ତଥା ଛତିଶଗଡ ରାଜ୍ୟର ଶତାଧିକ ଏସ୍ଏସ୍ଟି ଭାଇଭଉଣୀ ଯୋଗ ଦେଇଥିଲେ । ଏହି ଅବସରରେ ରେ ସମ୍ବିଧାନର ଜନକ ଭୀମରାଓ ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ହେବା ସହ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା । ସମାରୋହକୁ ସଫଳ କରିବାରେ ଦଳିତ ସମାଜର ସମସ୍ତ ସଭ୍ୟ ଓ ସମ୍ବିଧାନପ୍ରେମୀଙ୍କ ସକ୍ରିୟ ସହଯୋଗ ରହିଥିଲା ।