-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
13-Oct-2022
ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସର ଜାଣତରେ ହେଉ କି ଅଜାଣତରେ ଅବୈଧ ଦେହ ବ୍ୟବସାୟ କାରବାର ଚାଲିଛି । ଏହିକ୍ରମରେ ଆଜି ସନ୍ଧ୍ୟାରେ ବଲାଙ୍ଗୀର ସହରସ୍ଥ ଶାସ୍ତ୍ରୀ ନଗର ଅଂଚଳରେ ବଲାଙ୍ଗୀୀର ଟାଉନ ପୋଲିସ ଚଢ଼ଉ କରି ୭ ଜଣ ଦେହଜୀବୀ ଓ ତାଙ୍କ ସହ ୩ ଜଣ ଗ୍ରାହକ ଓ ଜଣେ କିଙ୍ଗପିନ୍ କୁ ଗିରଫ କରିଛି । ବହୁ ଦିନରୁ ଏଠାରେ ଏକ ଭଡା ଘରେ ଏପରି ଦେହ ବ୍ୟବସାୟ ଚାଲିଥିବା ପୋଲିସ ଜାଣିବାକୁ ପାଇଛି । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଆଜି ଏହି ଚଢ଼ଉ କରିଛି । ପୋଲିସ ର ତଦନ୍ତ ଓ ଘର ମାଲିକଙ୍କୁ ପଚରାଉଚୁରା ପରେ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଟାଉନ ଥାନା ଏସ୍ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।