-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
14-Oct-2022
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ୪୦ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ପ୍ରାଥମିକ ଚିକିତ୍ସାଳୟରେ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁର୍ଷୁଣ୍ଢୀ ଗଜଲକ୍ଷ୍ମୀ ପୂଜା କମିଟି ଓ ଆମ ଓଡ଼ିଶା ମିଲିତ ଆନୁକୁଲ୍ୟରେ ଅନୁଷ୍ଠିତ ରକ୍ତ ଦାନ ଶିବିର ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ ଓ ମୁର୍ଷୁଣ୍ଢୀ ପ୍ରାଥମିକ ଚିକିତ୍ସାଳୟର ଡା.ଶିବାନନ୍ଦ ଚାଉଲିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିବିରକୁ ଶୁଭାରମ୍ଭ
କରିଥିଲେ। ଏଥିରେ ୪୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ସମସ୍ତ ରକ୍ତ ଦାତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସୋନପୁର ବ୍ଳଡ ବ୍ୟାଙ୍କ ର କର୍ମକର୍ତ୍ତାଙ୍କ ଦ୍ବାରା ରକ୍ତ ସଂଗ୍ରହ ହୋଇଥିଲା। ପୂଜା କମିଟିର ସଭାପତି ଲବ କୁମାର ସାହୁ,ଉପଦେଷ୍ଟା ରାଜଗୋପାଳ ପାଣିଗ୍ରାହୀ ଓ କୁଶ କୁମାକମର ସାହୁ, ଉପ ସଭାପତି କୁଶ କୁମାର ସାହୁ, ଉପ ସଭାପତି ଧନଞ୍ଜୟ ସାହୁ, ସମ୍ପାଦକ ତ୍ରୟଞ୍ଜିବୀ ମିଶ୍ର, କୋଷାଧ୍ୟକ୍ଷ ସତ୍ୟମୋହନ ବେଦପାଣି, ମନୋଜ ନାଏକ, ସହ ସମ୍ପାଦକ ବିଦ୍ୟାଧର ଖୁର୍ଡିଆ, ପଦ୍ମନାଭ ପ୍ରଧାନ, ସନ୍ତୋଷ ସମର୍ଥ,
ଆଦିତ୍ୟ ପ୍ରସାଦ ସାହୁ, ସୁନିଲ ପ୍ରଧାନ, ସତ୍ୟବ୍ରତ ଦ୍ବାରୀ, ଲୋକନାଥ ସାହୁ, ଗୋପୀନାଥ ସାହୁ, ଶ୍ୟାମ ନନ୍ଦ, ବଳରାମ ପଧାନ, ସଞ୍ଜିବ କୁମାର ସାହୁ, ଚିତ୍ତରଞ୍ଜନ ସାହୁ, ସହଦେବ ମହାକୁର, ହିମାଂଶୁ ପ୍ରଧାନ, ସୋମ୍ୟରଞ୍ଜନ ରଥ ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ।