-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||     

HOME   ଜୀବନଶୈଳୀ

ଆଜି ମନେ ପଡନ୍ତି ରବି ରାୟ: ଲୋକସଭାର ପ୍ରଥମ ଓଡ଼ିଆ ବାଚସ୍ପତି

26-Nov-2020



ଭୁବନେଶ୍ବର, (ପ୍ରେରଣା ଖବର) - ଲୋକସଭାର ପ୍ରଥମ ଓ ଅଦ୍ୟାବଧି ଏକ ମାତ୍ର ଓଡ଼ିଆ ବାଚସ୍ପତି ହେଉଛନ୍ତି ରବି ରାୟ। ସେ ଥିଲେ ଲୋକସଭାର ନବମ ବାଚସ୍ପତି। ଜନତା ଦଳର ସା˚ସଦ ଭାବେ ୧୯ ଡିସେମ୍ବର‌୍‌ ୧୯୮୯ରୁ ୯ ଜୁଲାଇ ୧୯୯୧ ପର୍ଯ୍ୟନ୍ତ ସେ ଦାୟିତ୍ବ ତୁଲାଇଥିଲେ। ବାଚସ୍ପତି ଭାବେ ତାଙ୍କ ମୋଟ କାର୍ଯ୍ୟକାଳ ୧ ବର୍ଷ ୨୦୨ ଦିନ ଥିଲା। ଲୋକସଭାରେ ‘ଶୂନ୍ୟ କାଳ’ର ବ୍ୟବସ୍ଥା ସେ ଆରମ୍ଭ କରାଇଥିଲେ। ଏହି ସମୟରେ ସେ କେନ୍ଦ୍ରାପଡ଼ା ଲୋକସଭା ଆସନକୁ ପ୍ରତିନିିଧିତ୍ବ କରିଥିଲେ। ସେ ଥିଲେ ଗାନ୍ଧୀବାଦୀ ରାଜନୀତିଜ୍ଞ। ୧୯୪୮ରେ ସୋସାଲିଷ୍ଟ୍ ପାର୍ଟିରେ ଯୋଗଦେଇଥିଲେ। ତାହା ପରେ ସ˚ଯୁକ୍ତ ସୋସାଲିଷ୍ଟ୍ ପାର୍ଟି, ଜନତା ପାର୍ଟି ଓ ଜନତା ଦଳ।*

*୧୯୨୬ ନଭେମ୍ବର‌୍‌ ୨୬ରେ ପୁରୀ ଜିଲ୍ଲା ଅନ୍ତର୍ଗତ ଭଅଁରାଗଡ଼ ଗ୍ରାମରେ ସେ ଜନ୍ମ ହୋଇଥିଲେ। ରାଭେନ୍‌ସା କଲେଜ୍‌ରୁ ଇତିହାସରେ ସ୍ନାତକ ଉତ୍ତୀର୍ଣ୍ଣ ହେବା ପରେ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଆଇନ ପଢ଼ିଥିଲେ। ରାଭେନ୍‌ସାରେ ପଢ଼ିବା ପୂର୍ବରୁ ସ୍ବାଧୀନତା ସ˚ଗ୍ରାମରେ ଯୋଗଦେଇଥିଲେ। ସ୍ବାଧୀନତାର କିଛି କାଳ ପୂର୍ବରୁ ରେଭେନ୍‌ସା ମହାବିଦ୍ୟାଳୟରେ ତିରଙ୍ଗା ଉଡ଼ାଇ ଗିରଫ ହୋଇଥିଲେ। ସେ ଥିଲେ ଆଗ ଧାଡ଼ିର ଛାତ୍ର-ନେତା। ରେଭେନ୍‌ସା ଛାତ୍ର ସ˚ସଦର ସଭାପତି ଥିଲେ। ସେ ମଧ୍ୟ ଥିଲେ ମଧୁସୂଦନ ଆଇନ ମହାବିଦ୍ୟାଳୟ ଛାତ୍ର ସ˚ସଦର ପ୍ରଥମ ସଭାପତି। ସମାଜବାଦୀ ରାଜନୈତିକ ଚିନ୍ତାଧାରା ଦ୍ବାରା ମୂଳରୁ ହିଁ ପ୍ରଭାବିତ ଥିଲେ। ସ୍ବାଧୀନତା ପରେ ବିଧିବଦ୍ଧ ଭାବେ ସୋସାଲିଷ୍ଟ୍ ପାର୍ଟିରେ ଯୋଗଦେଇଥିଲେ। ୧୯୫୩-୫୪ ଅଖିଳ ଭାରତୀୟ ସମାଜବାଦୀ ଯୁବକ ସ˚ଘର ଯୁଗ୍ମ ସ˚ପାଦକ ଥିଲେ। ସେ ଥିଲେ ରାମ ମନୋହର ଲୋହିୟାଙ୍କ ଅନୁଗାମୀ। ଓଡ଼ିଶାରେ ସୋସାଲିଷ୍ଟ୍ ପାର୍ଟିର ମୂଳଦୁଆ ପକାଇଥିଲେ। ପ୍ରଥମେ ଏହି ଦଳର ଜାତୀୟ କାର୍ଯ୍ୟକାରିଣୀରେ ସଦସ୍ୟ ଥିଲେ। ୧୯୬୦ରେ ଏହି ଦଳର ସାଧାରଣ ସ˚ପାଦକ ହୋଇଥିଲେ। ୧୯୬୭ରେ ପୁରୀ ଲୋକସଭା ଆସନରୁ ବିଜୟୀ ହୋଇଥିଲେ। ୧୯୭୪ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଜାନୁଆରି ୧୯୭୯ରୁ ଜାନୁଆରି ୧୯୮୦ ଯାଏ ମୋରାରଜୀ ଭାଈ ଦେସାଈଙ୍କ କ୍ୟାବିନେଟ୍‌ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଥିଲେ। ୧୯୮୯ ଓ ୧୯୯୧ରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୟୀ ହୋଇଥିଲେ।*

*ବ୍ୟକ୍ତିଗତ ଜୀବନରେ ସେ ଥିଲେ ସରଳ, ସଚ୍ଚୋଟ, ସ୍ବଚ୍ଛ ଓ ଅମାୟିକ। ପଇସା କମାଇବା ପାଇଁ ରାଜନୀତି କରୁ ନ ଥିଲେ।  ସ˚ପୂର୍ଣ୍ଣ ଦୁର୍ନୀତି-ମୁକ୍ତ ବ୍ୟକ୍ତିତ୍ବ। ଅଣ-ରାଜନୈତିକ ସ˚ଗଠନ ‘ଲୋକ ଶକ୍ତି ଅଭିଯାନ’ ସହ ସ˚ପୃକ୍ତ ଥିଲେ। ଏହା ମାଧ୍ୟମରେ ଉଚ୍ଚ ସ୍ତରରେ ହେଉଥିବା ଦୁର୍ନୀତି ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ, ମାତ୍ରାଧିକ କେନ୍ଦ୍ରୀୟକରଣର ବିରୋଧ କରିଥିଲେ। ଏଥି ପାଇଁ ସାରା ଭାରତ ବୁଲି ସଭା-ସମିତି ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ। ବିଭିନ୍ନ ରାଜନୈତିକ ଓ ସାମାଜିକ ପ୍ରସଙ୍ଗରେ ବିଭିନ୍ନ ଖବରକାଗଜରେ ନିୟମିତ ଲେଖାଲେଖି କରୁଥିଲେ। ‘ସିଟିଜେନ୍‌ସ ଇନିସିଏଟିଭ୍‌ ଫର‌୍‌ ପିସ୍‌’ର ସକ୍ରିୟ ସଦସ୍ୟ ଥିଲେ। ଏହା ମାଧ୍ୟମରେ ନକସଲପନ୍ଥୀ ଓ ମାଓବାଦୀ ସମସ୍ୟାର ମାନବୀୟ ଏବ˚ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରଚେଷ୍ଟା କରିଥିଲେ।*

*ତିବ୍ବତ ମୁକ୍ତି ଆନ୍ଦୋଳନର ଆଜୀବନ ସମର୍ଥକ ଥିଲେ। ଦଲାଇ ଲାମାଙ୍କ ଦ୍ବାରା ‘ଲାଇଟ୍‌ ଅଫ୍‌ ଟ୍ରୁଥ୍‌’ରେ ସମ୍ମାନିତ ହୋଇଥିଲେ। ‘ଉତ୍କଳ ରତ୍ନ’ ଓ ‘କଳିଙ୍ଗ ରତ୍ନ’ ଦ୍ବାରା ମଧ୍ୟ ସମ୍ମାନିତ ହୋଇଥିଲେ। ‘ମାଟିରୁ ଆକାଶ’ ତାଙ୍କର ଆତ୍ମଚରିତ। ହିନ୍ଦୀ ପତ୍ରିକା ‘ଚଉଖମ୍ବା’, ଓଡ଼ିଆ ପତ୍ରିକା ‘ଜନ’ ଓ ‘ସମତା’ ଏବ˚ ଇ˚ରେଜୀ ପତ୍ରିକା ‘ଦ ଅଦର‌୍‌ ସାଇଡ୍‌’ କିଛି କାଳ ତାଙ୍କ ସ˚ପାଦନାରେ ପ୍ରକାଶିତ ହୋଇଥିଲା। ୧୯୭୭-୭୮ ସେ ପ୍ରେସ୍‌ କାଉନ୍‌ସିଲ୍‌ର ଅଧ୍ୟକ୍ଷ ଥିଲେ। ଜରୁରିକାଳୀନ ପରିସ୍ଥିତି ବେଳେ ଗିରଫ ହୋଇ କିଛି କାଳ ଜେଲ୍‌ରେ ଅଟକ ଥିଲେ। ୨୦୧୭ ମାର୍ଚ‌୍‌ ୬ରେ କଟକ କଲ୍ୟାଣୀ ନଗରସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ