-+91-9937148622 |

prerana_bgr@rediffmail.com |

  Monday 5th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   (04-Oct-2026)       ||      ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   (04-Oct-2026)       ||      ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   (04-Oct-2026)       ||      ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   (04-Oct-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   (04-Oct-2026)       ||      *ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   (04-Oct-2026)       ||      ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   (04-Oct-2026)       ||      ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   (04-Oct-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   (04-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||     

HOME   ଜିଲ୍ଲା

ଯୁବତୀ ଙ୍କୁ ପ୍ରଲୋଭନ ଦେଖାଇ ଗର୍ଭବତୀ କରି ଫେରାର ଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଦାବି

26-Nov-2020



ଟିଟିଲାଗଡ଼(ପ୍ରେରଣା ଖବର):ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ଼ ଥାନା ଅଞ୍ଚଳରେ ଜଣେ ଯୁବକ ସହ ପ୍ରଥମେ ପ୍ରେମ ସମ୍ପର୍କ ସ୍ଥାପନ କରି ତଥା ବିବାହ ର ପ୍ରଲୋଭନ ଦେଖାଇ ଝିଅକୁ ଧରି ଗାଁ ରୁ ଫେରାର ହୋଇଯିବା ଓ ନିଜ ର ସାଙ୍ଗ ସହ ସମ୍ପର୍କ ରଖିବାକୁ ବାଧ୍ୟ କରି ଦେଇ ଗର୍ଭବତୀ ଅବସ୍ଥାରେ ଯୁବତୀ ଙ୍କୁ ଛାଡ଼ିଦେଇ ଉଭୟ ଫେରାର ହୋଇଯିବା ପରି ଘଟଣା ବେଶ ହଟଚମଟ ଖେଳାଇ ଦେଇଛି । ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ କନର୍ଲା ଗ୍ରାମ ର ଝର ତାଣ୍ଡି (ଛଦ୍ମନାମ) ନାମ୍ନୀ ଜଣେ ୨୧ ବର୍ଷୀୟ ଯୁବତୀ ଙ୍କୁ ଉକ୍ତ ଗ୍ରାମର ଲଳିତ ଚନ୍ଦନ(୨୫) ନାମକ ଜଣେ ଯୁବକ ନିଜ ସାଙ୍ଗରେ ନେଇ ବେଙ୍ଗଲୋର ଫେରାର ହୋଇଯାଇଥିଲେ । ପ୍ରାୟ ଦୁଇ ମାସ ଉକ୍ତ ଲଳିତ ର ରହୁଥିବା ଘରେ ଉଭୟେ ସ୍ୱାମୀ, ସ୍ତ୍ରୀ ପରି ରହିଥିଲେ,ଏପରି କି ଶାରିରୀକ ସମ୍ପର୍କ ରଖି ଆସୁଥିଲେ ।ଏକ କମ୍ପାନୀ ରେ ଲଳିତ କାମ କରି ବେଶ ସ୍ୱାମୀସ୍ତ୍ରୀ ଭାବେ ରହିଥିଲେ । ହେଲେ ହଠାତ ଦିନେ ପୂର୍ବରୁ ଲଳିତ ଯୋଜନାବଦ୍ଧ ଭାବେ ତାର ଜଣେ ବନ୍ଧୁ ତାପସ ଜାଲ(୨୪) ସହ ଲଳିତ ଉକ୍ତ ଘରକୁ ଆଣି ପରିଚୟ କରାଇଦେଇ ସେ ମନ୍ଧ୍ୟ ସାଙ୍ଗରେ ରହିବ ବୋଲି କହିଥିଲା ।ଉକ୍ତ ବନ୍ଧୁ ଜଣକ ପୂର୍ବରୁ ଉକ୍ତ ବେଙ୍ଗଲୋର ରେ ରହୁଥିଲେ । ଏ ନେଇ ଝର ଅରାଜି ହୋଇ ସୁଦ୍ଧା ନିରୁପାୟ ହୋଇଯାଇଥିଲେ । ଏପରି କି ପ୍ରାୟ ୪/୫ ଦିନ ଠିକରହିବା ଓ ସେମାନେ ଗୋଟିଏ କମ୍ପାନୀ ରେ କାମ କରିଆସୁଥିଲେ। ପରେ ଲଳିତ ତାର ବନ୍ଧୁ ତାପସ ସହ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଭାବେ ରହିବା ପାଇଁ ଝର କୁ କହିଥିଲା । ଏହା ଅସ୍ବୀକାର କରିବାରୁ ଉଭୟ ତାଙ୍କ ସହ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିବା ଓ ମାଡ଼ ଧର କରି ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଇଆସୁ ଥିବା କହିଛନ୍ତି । ପ୍ରାୟ ପନ୍ଦର ଦିନ ପରେ ଲଳିତ କେଉଁ ଆଡେ ଚାଲିଯାଇଥିଲା । ସେ ନ ଫେରିବା ବେଳେ ତାପସ ଓ ସେ ପ୍ରାୟ ୬ ମାସ ଠିକ ଭାବେ ମିଶିରହିଥିଲେ । 

 ଏ ସମୟ ମଧ୍ୟରେ ଝର ଗର୍ଭବତୀ ଥିବା ତାପସ ଜାଣିଥିଲା ।ତାପସ କୌଶଳ କ୍ରମେ ନିଜ ଗାଁ କୁ ଫେରିଯିବା ଓ ଘରେ କହି ଦୁହେଁ ବିବାହ କରିବା ବୋଲି କହି ବେଙ୍ଗଲୋର ରୁ ଟିଟିଲାଗଡ଼ କୁ ଆସିଥିଲେ । ଟିଟିଲାଗଡ଼ ରେଳ ଷ୍ଟେସନ ନିକଟରେ ଥିବା ଏକ ଲଜ ରେ ଦୁହେଁ ପ୍ରାୟ ପାଞ୍ଚ ଦିନ ରହିଥିଲେ । ଷଷ୍ଠ ଦିନ ସନ୍ଧ୍ୟା ପ୍ରାୟ ୫ ଟା ସମୟ ରେ ଉକ୍ତ ଲଜ ରେ ଛାଡି କେଉଁଆଡ଼େ ଚାଲିଯାଇଥିଲା । ତାପସ ନିଜ ମୋବାଇଲ ଝର ନିକଟରେ ଛାଡି ଦେଇ ଚାଲିଯାଇଥିବାରୁ ସେ ଆଉ ଯୋଗାଯୋଗ କରି ନ ପାରି ତିନି ଦିନ ଧରି ଅପେକ୍ଷା କରି ଶେଷରେ ନିଜ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ।ଗ୍ରାମ ରୁ ଝର ଙ୍କ ମାଆ, ବାପା ଓ  ପରିବାର ଲୋକେ ଆସି ତାଙ୍କୁ ଲଜ ରୁ ଉଦ୍ଧାର କରିଥିଲେ।  ତୁରନ୍ତ ଏ ନେଇ ଟିଟିଲାଗଡ଼ ଥାନା ରେ ଝର ଓ ପରିବାର ଲୋକେ ଏତଲା ଦାୟର କରିଥିଲେ । ଏ ନେଇ ମହିଳା ଓ ଶିଶୁ ଡେସ୍କ ଅଧିକାରୀ ଶ୍ରୀମତୀ ସାବିତ୍ରୀ ହିକା ଭାରତୀୟ ଦଣ୍ଡବିଧାନ ନିୟମ ଅନୁଯାୟୀ ସି ଆର ପି ସି ଧାରା ୧୪୫ ଅନ୍ତର୍ଗତ ଏକ ମାମଲା ସଂଖ୍ୟା -୪୩୮ କ୍ରମେ ଧାରା ୪୯୮-ଏ,୪୯୮,୪୧୭,୩୪ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରିଥିବା ବେଳେ ଦୁଇ ଅଭିଯୁକ୍ତ ଫେରାର ଥିବା ଜଣାଯାଇଛି । ବର୍ତ୍ତମାନ ଅସହାୟ ଅବସ୍ଥାରେ ନିଜ ଘରକୁ ନନେଇ ପରିବାର ଲୋକେ  ସ୍ୱତନ୍ତ୍ର ଭାବେ ଅଲଗା କରି ରଖିଥିବା ଜଣାଇଛନ୍ତି ।ଏ ଅବସ୍ଥାରେ ଝର ତାପସ ସହ ସ୍ତ୍ରୀ ଭାବେ ରହିବାକୁ ସେ ରାଜିଅଛନ୍ତି ବୋଲି ଆମ ନିକଟରେ ଜଣାଇଛନ୍ତି। ଉକ୍ତ ତାପସ ଓ ଲଳିତ ଦ୍ୱୟ ଏବେ ପୂର୍ବରୁ କାର୍ଯ୍ୟକରୁଥିବା କମ୍ପାନୀ କୁ ମଧ୍ୟ ଆଜି ସୁଦ୍ଧା   ଯାଇ ନ ଥିବା ବେଳେ ତାଙ୍କୁ ଯଥାଶୀଘ୍ର ଗିରଫ କରିବା ସହ ଝର କିପରି  ସେ ଦିଗରେ ଜିଲ୍ଲା ପ୍ରଶାସନ ତରଫରୁ ଉପଯୁକ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ପ୍ରକାଶ ପାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେଶସେବା ନିବୃତ ଯବାନ କୁ ଭିଟାମାଟି ଫେରିବା ପରେ ସ୍ୱାଗତ ସମ୍ବର୍ଦ୍ଧନା।   04-Oct-2026
  ଜିଲ୍ଲା  
ଆମପାଣି ଯୋନ ସ୍ତରୀୟ ଆଞ୍ଚଳିକ ଡମ୍ବ ସମାଜ ର ନୂଆଁଖାଇ ଭେଟଘାଟ   04-Oct-2026
  ଜିଲ୍ଲା  
ନଭେମ୍ବର ୨୮ରେ ବିନିକା ଗୋଜୁଲାଷ୍ଟମୀ ମହୋତ୍ସବ   04-Oct-2026
  ଜିଲ୍ଲା  
ସିଦ୍ଧାର୍ଥ ଜୁନିଅର କଲେଜରେ ଜିଲ୍ଲାସ୍ତରୀୟ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ସଚେତନତା ପ୍ରଶିକ୍ଷଣ ଶିବିର   04-Oct-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା ଅନୁଷ୍ଠିତ।   04-Oct-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଓ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ*- *ଝାଡୁ କଲେ କଲେକ୍ଟର, ଏସପି ଓ ଏ ଡି ଏମ*-   04-Oct-2026
  ଜିଲ୍ଲା  
ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରିଣୀ ବୈଠକ♦️ସରକାର ଙ୍କ ଆଦିବାସୀ ଦମନନିତୀ ପ୍ରତିବାଦରେ ଆନ୍ଦୋଳନ ଚେତାବନୀ   04-Oct-2026
  ଜିଲ୍ଲା  
ଗମ୍ଭାରୀପାଲି ସ୍ଥିତ ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ଷୋହଲ ପୂଜା ଆରମ୍ଭ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ଚାମ୍ପିୟନସିପ୍‌ର ଉଦ୍‌ଯାପନୀ ଉତ୍ସବ   04-Oct-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026

You Might Also Like