-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
25-Nov-2020
ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଏହି କୁନି କଳିକାର ପ୍ରତିଭାର ମହକ ଛୋଟ ଦିନରୁ ଅନୁଭବ କରି ହୋଇଥିଲା । ବରଗଡ଼ ସହର ୱାର୍ଡ ନଂ- ୧୩ (କଲେଜ ରୋଡ) ର ନିଜ ବାପା ମାଁ ଙ୍କ ସହ ରହୁଥିବା ଅଳିଅଳ ଝିଅ ହେଉଛନ୍ତି ତସ୍ମେଶ୍ରୀ ରଥ । ସ୍ନେହରେ ସମସ୍ତେ ଡାକନ୍ତି ସାଇନି । ବାପା ମନୋଜ ରଥ ଓ ମାତା ମଞ୍ଜୁସl ଙ୍କ ଆଳିଅଳ ଝିଅ ସାଇନି ବହୁମୁଖୀ ପ୍ରତିଭାର ଧନୀ ଅଟନ୍ତି l ଗୋଟିଏ ସଂଯୁକ୍ତ ପରିବାର ଯେଉଁଠି. ସାଇନି ଙ୍କ ବାପା ମାଆ ଙ୍କ ସମେତ ଅଜାଆଇ, ବଡବାପା, ବଡ଼ ମା, ପିଉସା, ପିଉସୀ, ତିନି ଭଉଣୀ ଓ ଗୋଟିଏ ଭାଇଙ୍କୁ ନେଇ ଏକ ସୁଖୀ ପରିବାର lସାଇନlଙ୍କ ବୟସ ମାତ୍ର ୮ ବର୍ଷ । କିନ୍ତୁ ଏହି କୁନି କଳିକା ବର୍ତ୍ତମାନ ପର୍ଯ୍ୟନ୍ତ ନାଚ,ଗୀତ ଓ ଅଭିନୟରେ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ଅନେକ ପୁରସ୍କାର ଓ ସମ୍ମାନ ପାଇସାରିଛନ୍ତି । ଏଥିସହ ଚିତ୍ରାଙ୍କନ, ବକ୍ତୃତା, କୁଇଜ୍ ଓ ପ୍ରବନ୍ଧ ଆଦି ପ୍ରତିଯୋଗିତାରେ ସାଇନି ସବୁବେଳେ ସଫଳତା ହାସଲ କରି ଆସିଛନ୍ତି ।
ବରଗଡ଼ ବିକାଶ ଫାଷ୍ଟ ଷ୍ଟେପ୍ ସ୍କୁଲରେ ତୃତୀୟ ଶ୍ରେଣୀର ପାଠ ପଢ଼ୁଥିବା ସାଇନି କେବଳ ନାଚଗୀତରେ ନିପୁଣା ନୁହନ୍ତି, ଅଧ୍ୟୟନରେ ମଧ୍ୟ ବେଶ ଆଗୁଆ । କିଡ୍ସ ସ୍କୁଲରେ ପାଠ ପଢ଼ୁଥିବା ସମୟରେ ସାଇନି ବେଷ୍ଟ ଷ୍ଟୁଡେଣ୍ଟଅପ୍ ଦ ଇୟର ଉପାଧି ହାସଲ କରଛନ୍ତି । ବିଭିନ୍ନ ଅଲମ୍ପିୟାଡ ଏକ୍ସାମ୍ରେ ସାଇନିଙ୍କ କୃତିତ୍ୱ ତାଙ୍କ ବହୁମୁଖୀ ପ୍ରତିଭାର ଅନ୍ୟ ଏକ ଦିଗ ଅଟେ । ଭବିଷ୍ୟତରେ ଜଣେ ଆଇଏଏସ୍ ଅଫିସର ହୋଇ ସମାଜର ସେବା କରିବାର ଲକ୍ଷ ରଖିଥିବା ସାଇନିଙ୍କ ସମସ୍ତ ସ୍ୱପ୍ନ ପୂରଣ ହେଉ, ତାଙ୍କ ଭବିଷ୍ୟତ ଜୀବନ ସମୃଦ୍ଧମୟ ହେଉ, ଭଗବାନଙ୍କ ଠାରେ ପ୍ରାର୍ଥନା ।