-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
05-Oct-2026
ଟିଟିଲାଗଡ଼(ପ୍ରେରଣା ଖବର): ରବିବାର ଦିନ ଟିଟିଲାଗଡ ପୌର ପରିଷଦର କଲ୍ୟାଣ ମଣ୍ଡପ ଠାରେ ଉପଖଣ୍ଡ ସ୍ତରୀୟ କରାଟେ ଚାମ୍ପିଅନସିପ୍ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ବାଳକ ଓ ବାଳିକା ବର୍ଗରୁ ସମୁଦାୟ ୨୦୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି କାତା ଏବଂ ଫାଇଟ୍ ପ୍ରଦର୍ଶନ କରିଥିଲେ। ଉନ୍ନତ ପ୍ରଦର୍ଶନ ସହ ଟିଟିଲାଗଡ଼ ଟିମ୍ ଚାମ୍ପିଅନ୍ ହୋଇଥିବା ବେଳେ କଳାହାଣ୍ଡି ଟିମ୍ ରନର୍ସ-ଅପ୍ ଆଖ୍ୟା ଅର୍ଜନ କରିଛି।
ଏହି ପ୍ରତିଯୋଗିତାରେ ୧୨ ଜଣ ବିଚାରକ ଦାୟିତ୍ୱ ତୁଲାଇଥିଲେ। ସେନ୍ସେଇ ସୁରଶୀ ଜାଲ ୟାଦବ, ହୃଦୟ ଶବର, ବ୍ୟାସଦେବ ବେହେରା, ବିନୋଦ ସୁନା, ଗୋପାଳ ଚନ୍ଦ୍ର ଦୀପ, ଅଶ୍ୱିନ କୁମାର ଭୋଇ, ଚନ୍ଦ୍ରଶେଖର ଥେଟ, ଭୂପେନ୍ଦ୍ର କୁମାର, ରାହୁଲ ଜାଲ, ସୟନ କୁମାର ବେହେରା, ଗୋପାଳକୃଷ୍ଣ ସାହୁ ଏବଂ ଶ୍ରଦ୍ଧାଞ୍ଜଳୀ ଜାଲ ପ୍ରମୁଖ ଉପସ୍ଥିତ ରହି ମ୍ୟାଚ ପରିଚାଳନା କରିଥିଲେ।
ଉକ୍ତ କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ କୁମାର ଜୈନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉଦ୍ଯାପନୀ ସମାରୋହରେ ଓମ ଭ୍ୟାଲି ସ୍କୁଲର ପ୍ରତିଷ୍ଠାତା ଲାୟନ୍ ଶ୍ରୀ ଦୀପକ କୁମାର ସାହୁ ଉପସ୍ଥିତ ରହି କୃତୀ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।ଏହି ସମଗ୍ର ପ୍ରତିଯୋଗିତାକୁ ଟିଟିଲାଗଡ଼ ଉତ୍କଳ କରାଟେ ସ୍କୁଲର ସଭାପତି ମନୋଜ କୁମାର ମିଶ୍ର, ଉପ-ସଭାପତି ସତ୍ୟଦର୍ଶୀ ପଣ୍ଡା ଏବଂ ସମ୍ପାଦକ ସୁରେଶ ଚନ୍ଦ୍ର ଜାଲ୍ ସୂଚାରୁରୂପେ ଆୟୋଜନ ଓ ପରିଚାଳନା କରିଥିଲେ।