-+91-9937148622 |
prerana_bgr@rediffmail.com |
Tuesday 6th October 2026 |
R.N.I. Regd No. ODIODI/2010/46693
Breaking News
25-Nov-2020
ବରଗଡ଼, (ମୁକୁନ୍ଦ ଦାସ) - ପୁଣି ବାଘ ଛାଲ ଜବତ । ବରଗଡ଼ରୁ କଲରାପତରିଆ ବାଘର ଛାଲ ଜବତ ହୋଇଛି । ବାଘ ଛାଲ ସହ ବାଘର ନଖ, ଦାନ୍ତ ଜବତ କରିଛି STF । ବରଗଡ଼ ଜିଲ୍ଲା ଭଟଲି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଖଜୁରିଆ ଠାରେ ବାଘ ଛାଲ, ନଖ ଦାନ୍ତ ଆଦି ଜବତ କରିବା ସହ ୩ ଜଣଙ୍କୁ ଅଟକ ରଖିଛି STF । ଓ୍ବାଇଲଡ଼ ଲାଇଫ କ୍ରାଇମ କଣ୍ଟ୍ରୋଲ ଭୁବନେଶ୍ୱର ଏବଂ ଏସ ଟି ଏଫ ର ମିଳିତ ଚଢ଼ାଉ କରି ବାଘ ଛାଲ ଜବତ କରିଛନ୍ତି । ତିନି ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚୁରା ଚାଳାଇଛନ୍ତି ଏସ୍ ଟିଏଫ୍ ଟିମ୍ । ବାଘ କିପରି ମଲା, ଏହି ଘଟଣା କିପରି ବରଗଡ଼ ବନ ବିଭାଗ ଜାଣି ପାରିଲା ନାହିଁ ସେ ନେଇ ତଦନ୍ତ ଜାରି ରହିଛି। ନିକଟରେ ରାଜଧାନୀରୁ ଜବତ ହୋଇଥିଲା ଏକ ବାଘ ଛାଲ ।*