-+91-9937148622 |

prerana_bgr@rediffmail.com |

  Tuesday 29th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||     

HOME   ରାଜ୍ୟ

ବୌଦ୍ଧରେ ପରିତ୍ୟକ୍ତ ଲୁହା ସିନ୍ଧୁକରୁ ୧୩ କିଲୋ ରୁପା ଅଳଙ୍କାର ଉଦ୍ଧାର !

30-May-2022



ବୌଦ୍ଧ(ଅକୃର ସାହୁଙ୍କ ରିପୋର୍ଟ) : ବୌଦ୍ଧର ଐତିହାସିକ ଜିଲା ସଂଗ୍ରହାଳୟ ମଧ୍ୟରେ ଖୋଲା ଆକାଶ ତଳେ ପଡିଥିବା ଏକ ଲୁହା ସିନ୍ଧୁକରୁ ୧୩ କିଲୋ ୨୩୨ ଗ୍ରାମ ରୁପା ଓ ୮ ଗ୍ରାମ ଓଜନର ଅଷ୍ଟଧାତୁ ଅଳଙ୍କାର ଉଦ୍ଧାର କରାଯାଇଥିବା ଜଣାଯାଇଛି । ରାଜାଙ୍କ ସମୟର ପ୍ରାୟ ଦୁଇଶହ ବର୍ଷ ପୂରାତନ ଏହି ଅଳଙ୍କାର ବୋଲି କୁହାଯାଉଥିବାବେଳେ ଏହାର ରେକର୍ଡପତ୍ର କାହା ପାଖରେ ନଥିବା ସମସ୍ତଙ୍କୁ ବିସ୍ମିତ କରିଛି ।  ସୂଚନା ମୁତାବକ ଗତ ଦୁଇବର୍ଷ ତଳେ ବୌଦ୍ଧ ଟ୍ରେଜେରୀ କାର୍ଯ୍ୟାଳୟ ପରିଦର୍ଶନ ସମୟରେ ଜିଲାପାଳ ଲଲାଟେନ୍ଦୁ ମିଶ୍ର ତିନୋଟି ଲୁହା ସିନ୍ଧୁକ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ସେତେବେଳେ ତିନୋଟି ଲୁହା ସିନ୍ଧୁକ ମଧ୍ୟରୁ ଗୋଟିଏ ସିନ୍ଧୁକରେ ତାଲା ପଡିଥିବାବେଳେ ଗୋଟିଏ ଖାଲିଥିଲା ଏବଂ ଆଉ ଗୋଟିଏ ସିନ୍ଧୁକର ଉପର ଢାଙ୍କୁଣି ନଷ୍ଟ ହୋଇଯାଇଥିଲା ଯାହାକୁ ଟ୍ରେଜେରୀ କର୍ମଚାରୀମାନେ ଡଷ୍ଟବିନ ଭାବରେ ବ୍ୟବହାର କରୁଥିଲେ । ସେହି ସମୟରେ ଜିଲା ସଂଗ୍ରାହାଳୟ ପାଇଁ ଯୋଜନା ଚାଲିଥିବାବେଳେ ଶାସକ ରାଜାଙ୍କ ସନ୍ତକ ହିସାବରେ ଉକ୍ତ ଲୁହା ସିନ୍ଧୁକ ତିନୋଟିକୁ ସଂଗ୍ରହାଳୟ ମଧ୍ୟରେ ରଖିବାର ନିଷ୍ପତି ନେଇ ଜିଲାପାଳ ଶ୍ରୀମିଶ୍ର ତାହାକୁ ଉଦ୍ଧାର କରି ସଂଗ୍ରହାଳୟ ମଧ୍ୟକୁ ଅଣାଇଥିଲେ । ସଂଗ୍ରହାଳୟ ମଧ୍ୟରେ ଅନ୍ୟାନ୍ୟ ସାମଗ୍ରୀ ସଜାଇ ରଖାଯାଇଥିବାବେଳେ ସିନ୍ଧୁକ ତିନୋଟି ବହୁତ ଭାରି

ଥିବାରୁ ସଂଗ୍ରହାଳୟ ପରିସରରେ ବାହାରେ ପଡି ରହିଥିଲା । ପ୍ରାୟ ଏକବର୍ଷ ସଂଗ୍ରହାଳୟ ମଧ୍ୟରେ ପଡିରହିବାପରେ ରବିବାର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷକ ବସନ୍ତ କୁମାର ସାହୁ, ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ଓ ସହକାରୀ କୋଷାଗାର ଅଧିକାରୀଙ୍କ ଉପସ୍ଥିତିରେ  ଜଣେ ତାଲା ତିଆରିବାଲାକୁ ଡାକି ବନ୍ଦ ହୋଇ ରହିଥିବା ସିନ୍ଧୁକର ତାଲା ଖୋଲାଯାଇଥିଲା । ବନ୍ଦ ଥିବା ସିନ୍ଧୁକ ମଧ୍ୟରୁ ମଳିନ ଦେଖାଯାଉଥିବା କିଛି ଅଳଙ୍କାର ଦେଖାଯିବା ପରେ ତୁରନ୍ତ ଏ ସଂପର୍କରେ ଜିଲାପାଳଙ୍କୁ ସୂଚନା ଦିଆଯାଇଥିଲା । ଜିଲାପାଳଙ୍କ  ଉପସ୍ଥିତିରେ ସମସ୍ତ ପୂରାତନ ଅଳଙ୍କାର ସିନ୍ଧୁକରୁ ଉଦ୍ଧାର କରାଯାଇ ଦୁଇଜଣ ସୁନାରୀଙ୍କ ଦ୍ୱାରା ତାହାକୁ ସଫା କରାଯାଇଥିଲା । ଉଦ୍ଧାର କରାଯାଇଥିବା ଅଳଙ୍କାର ଗୁଡିକୁ ଓଜନ କରାଯିବାପରେ ୧୩ କିଲୋ ୨୩୨ ଗ୍ରାମ ର ରୁପା ଅଳଙ୍କାର ଓ ୮ ଗ୍ରାମର ଏକ ଅଷ୍ଟଧାତୁ ଅଳଙ୍କାର ମିଳିଥିବା ଜଣାଯାଇଛି । ଅଳଙ୍କାର ଗୁଡିକ ମଧ୍ୟରେ ୫୯ଟି ଛତ୍ର,୪୩ ଟି ନାଗ,୮ ଟି ମୁକୁଟ, ୨ ଟି ଚାମର ବେ,୮ ଗୋଟି ଗଦା,୭ ଗୋଟି ଥାଳି ଗିନା,୩ ଟି ଖଗଳା,୪୭ ଟି ପତ୍ର,୧୫ଟି ମାଳା ପଦକ,୨୨ ଟି ବିନ୍ଦି ସମେତ ଅନେକ ଭଙ୍ଗା ଅଳଙ୍କାର ଉଦ୍ଧାର କରାଯାଇଛି । ଅଳଙ୍କାର ଗୁଡିକ ରାଜା ରାଜୁଡା ସମୟର ହୋଇଥିବାବେଳେ ସେଥିରେ ୧୯୦୬ ମସିହାର କିଛି ରୁପା ମୁଦ୍ରା ରହିଥିବା ଜଣାଯାଇଛି । ଉଦ୍ଧାର କରାଯାଇଥିବା ପୂରାତନ ଅଳଙ୍କାରର ମୂଲ୍ୟ ବର୍ତମାନ ବଜାର ଦର ହିସାବରେ ୮ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି । ଉଦ୍ଧାର କରାଯାଇଥିବା ଅଳଙ୍କାର ଗୁଡିକୁ ଉପଜିଲାପାଳ ସନତ କୁମାର ନାଏକ,ତହସିଲଦାର ଦେବୀପ୍ରସାଦ ଦାଶଙ୍କ ଉପସ୍ଥିତିରେ ଏକ ଟିଣ ବାକ୍ସରେ ସିଲ କରାଯିବା ସହିତ ଟ୍ରେଜେରୀ ମଧ୍ୟରେ ରଖାଯାଇଥିବା ଜଣାଯାଇଛି । ପରର୍ବି ସମୟରେ ଉକ୍ତ ଅଳଙ୍କାର ଗୁଡିକୁ ଜିଲା ସଂଗ୍ରହାଳୟ ମଧ୍ୟରେ ସ୍ଥାନ ଦିଆଯିବ ବୋଲି ଜଣାପଡିଛି । ତେବେ ଏହି ଘଟଣା ପରେ ବୌଦ୍ଧ ଟ୍ରେଜେରୀ ପରିଚାଳନା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟ୍ରେଜେରୀ ମଧ୍ୟରେ ଅନେକ ମନ୍ଦିରର ଅଳଙ୍କାର ସହିତ ସରକାରୀ ସମ୍ପତି ରହିଥିବାବେଳେ ଏତେ ମାତ୍ରାରେ ଅଳଙ୍କାର ଥିବା ଲୁହା ସିନ୍ଧୁକ କିଭଳି ବାହାରେ ପଡି ରହିଥିଲା । ଯଦି ଟ୍ରେଜେରୀ ରେକର୍ଡରେ ଉକ୍ତ  ସିନ୍ଧୁକ ନାହିଁ ତାହେଲେ ଏହା କେବେ ଅଣାଯାଇଥିଲା ଏବଂ କିଏ ଆଣିଥିଲା ତାହା ମଧ୍ୟ ତଦନ୍ତ ସାପେକ୍ଷ । ତେବେ କିଛି

ଅଳଙ୍କାରରେ ବୌଦ୍ଧ ରାଜମାତା ବୋଲି ଉଲ୍ଲେଖ ରହିଥିବା ସଫେଇ ପରେ ଜଣାପଡିଛି । ତେଣୁ ସ୍ୱାଧୀନତା ପରେ ଏହି ଲୁହା ସିନ୍ଧୁକ ଗୁଡିକୁ ଆଣି ଟ୍ରେଜେରୀରେ ରଖାଯାଇଥିବା ଅନୁମାନ କରାଯାଉଅଛି । ଦୁଇ ଗୋଟି ଲୁହା ସିନ୍ଧୁକ ଖାଲି ପଡିଥିବାବେଳେ ତାହାରି ମଧ୍ୟରେ କଣ ରହିଥିଲା ଏବଂ କେବେ ଖୋଲାଗଲା ତାହାର ମଧ୍ୟ କୌଣସି ରେକର୍ଡ ନଥିବା ଜଣାଯାଇଛି । ଜୈନିକ ଟ୍ରେଜେରୀ କର୍ମଚାରୀଙ୍କ ସୂଚନା ଅନୁଯାୟୀ ଲୁହା ସିନ୍ଧୁକ ତିନୋଟି ପୁରୁଣା ଟ୍ରେଜେରୀ କାର୍ଯ୍ୟାଳୟ ବାରଣ୍ଡାରେ ପଡି ରହିଥିଲା । ନୂତନ କୋଠାକୁ ଟ୍ରେଜେରୀ କାର୍ଯ୍ୟାଳୟ ଉଠିଯିବାପରେ ଲୁହା ସିନ୍ଧୁକ ତିନୋଟିକୁ ବହୁ କଷ୍ଟରେ ସେଠାକୁ ନିଆଯାଇଥିଲା ଏବଂ ସେହିଦିନଠାରୁ ସେସବୁ ଟ୍ରେଜେରୀ ପରିସରରେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା । ତେବେ ସିନ୍ଧୁକ ମଧ୍ୟରୁ ରୁପା ଅଳଙ୍କାର ବାହାରିବା ପରେ ତାହାକୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି । ତୁରନ୍ତ ସେଗୁଡିକୁ ସଂଗ୍ରହାଳୟ ମଧ୍ୟରେ ସ୍ଥାନ ଦେବାକୁ ସାଧାରଣରେ ମତପ୍ରକାଶ ପାଉଅଛି । ଅଳଙ୍କାର ଗୁଡିକ ସଫେଇ କାର୍ଯ୍ୟରେ ସଂଜିବ କୁମାର ସାହୁ ,ଦତାଦ୍ରୟ ସାହ,ନିଳଲୋହିତ ମହାପାତ୍ର,ସ୍ୱାଧୀନ କୁମାର ପରିଡା ପ୍ରମୁଖ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   28-Sep-2026
  ଜିଲ୍ଲା  
କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   28-Sep-2026
  ଜିଲ୍ଲା  
ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   28-Sep-2026
  ଜିଲ୍ଲା  
ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   28-Sep-2026
  ରାଜ୍ୟ  
ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   28-Sep-2026
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026

You Might Also Like