-+91-9937148622 |

prerana_bgr@rediffmail.com |

  Saturday 4th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ:ଶପଥ ପାଠ ଓ କୁଇଜ ମାଧ୍ୟମରେ ସଚେତନତା    (03-Jul-2026)       ||      ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   (03-Jul-2026)       ||      ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   (03-Jul-2026)       ||      କୁତୁର୍ଲା ପେକ୍ସ ପରିଦର୍ଶନ କଲେ ନରସିଂହ♦️ ଧାନ ବିକ୍ରିର ଶେଷ ଦିନରେ ମଧ୍ୟ ଉଠିପାରୁନାହିଁ ଚାଷୀଙ୍କ ଧାନ♦️୧୮ ଜଣ ଚାଷୀଙ୍କ ଆସିନାହିଁ ଟୋକନ, ଚାଷୀ ହତାଶ   (03-Jul-2026)       ||      ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଗଣମାଧ୍ୟମ ଏବଂ ସମ୍ପର୍କିତ ସମ୍ମିଳନୀ♦️ ଓଡ଼ିଶାରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ୧୩ଜଣ ଡିଆଇପିଆରଓ ଙ୍କ ଯୋଗଦାନ    (03-Jul-2026)       ||      ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା ଏବଂ ୨୫ରେ ବାହୁଡା଼ ଯାତ୍ରା   (03-Jul-2026)       ||      ଓଡ଼ିଶାରେ ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ୧୦ ଜଣ ବରିଷ୍ଠ  ଆଇ ଏ ଏସ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ    (03-Jul-2026)       ||      ଜାପାନୀ ସଂସ୍ଥା ସହ ଐତିହାସିକ ଚୁକ୍ତି, ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ଜାପାନୀ ବ୍ୟବସାୟୀକ ନେତୃବୃନ୍ଦଙ୍କ ସହ ସହଭାଗିତା, ରାଜ୍ୟରେ ହେବ ବ୍ୟାପକ ପୁଞ୍ଜିନିବେଶ   (03-Jul-2026)       ||      କମଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ପଟେଲଙ୍କ ସେବା ନିବୃତ୍ତ,   (03-Jul-2026)       ||      ଅବସରନେଲେ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ ମହାନ୍ତି    (03-Jul-2026)       ||      ମାୟାବର୍ହ୍। ହାଇସ୍କୁଲରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ   (03-Jul-2026)       ||      ଝରୀଗାଁ ତହସିଲଦାର ଙ୍କ ବିରଦ୍ଧରେ ଥାନରେ ଲିଖିତ ଅଭିଯୋଗ*   (03-Jul-2026)       ||      ଭି.ବି.-ଜି ରାମ ଜି (VB-G RAM G) ଅଧିନିୟମ–୨୦୨୫’ର ସଫଳ କାର୍ଯ୍ୟକାରିତା ଏବଂ ଏହା ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶୁଭାରମ୍ଭ କାର୍ଯ୍ୟକ୍ରମ    (02-Jul-2026)       ||      ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ ତ୍ରୁଟି ଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାରଙ୍କ ନିଷ୍ପତି” - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡ. ଏନ୍‌. ତିରୁମାଲା ନାୟକ   (02-Jul-2026)       ||      ଫାର୍ମାସିଷ୍ଟ କଲେଜରେ ବିଶ୍ଵ ବନ ମହୋତ୍ସବ ସପ୍ତାହ   (02-Jul-2026)       ||      *ସୋନପୁର ଠାରେ ଆନ୍ଧ୍ର ଭାରତ ସରକାରଙ୍କ ଦ୍ଵାରା ବିକଶିତ ଭାରତ ଜି ରାମ ଜି ୨୦୨୫ ର ଜାତୀୟ ସ୍ତର କାର୍ଯ୍ଯ କ୍ରମ ର ଶୁଭାରମ୍ଭ*-   (02-Jul-2026)       ||      ସଦରବ୍ଲକ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଓ ବରିଷ୍ଠ କିରାଣୀ ଙ୍କ ବିରୁଦ୍ଧରେ ପୋଲିସରେ ରିପୋର୍ଟ ଦୁର୍ନୀତିଖୋର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗୁହାରି   (02-Jul-2026)       ||      ଶୁଭାରମ୍ଭ ହେଲା ବିକଶିତ ଭାରତ - ଜୀ ରାମ ଜୀ   (02-Jul-2026)       ||      ବିଶ୍ୱାତ୍ମ ବିଦ୍ୟା ମନ୍ଦିରରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ, ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ବାର୍ତ୍ତା   (02-Jul-2026)       ||      ପୋଲିସ ପକ୍ଷରୁ ମାଦକ ଦ୍ରବ୍ୟ ନିଷ୍କାସନ ତଥା ମାଦକ ଦ୍ରବ୍ୟ ବିରୋଧୀ ସାମୁହିକ ସଂକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ "ନିଶାମୁକ୍ତ ଓଡ଼ିଶା ଅଭିଯାନ   (02-Jul-2026)       ||     

HOME   ଅପରାଧ

ପାଟଣାଗଡ ବ୍ଲକ୍ ଜେଇ ହତ୍ୟା କାଣ୍ଡ : ଦୁଇମାସ ସମୟ ନେଲା ପୋଲିସ

25-May-2022



ବଲାଙ୍ଗୀର  :  ( ମଳୟ ମିଶ୍ରଙ୍କ ରିପୋର୍ଟ  ) ପାଟଣାଗଡ ଅଞ୍ଚଳରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଓ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ୫ ଦିନ ପୂର୍ବରୁ ଚେତାବନୀ ଦେଇ ଗତ ୨୩ ତାରିଖରେ ଏସ୍ ଡି ପିଓଙ୍କ ଅଫିସ୍ ବନାମ ପାଟଣାଗଡ ଥାନା ଆଗରେ ଧାରଣା ଦେଇଥିଲା କୋଶଳ ମୁକ୍ତି ମୋର୍ଚ୍ଚା ନାମକ ସ୍ଥାନୀୟ ସଂଗଠନ । ଥାନା ପରିସରରେ ପୁଲିସ୍ ଟେଣ୍ଟ୍ ଟଣାକୁ ଅନୁମତି ନଦେବାରୁ ଆନ୍ଦୋଳନକାରୀମାନେ ୪୫ ଡିଗ୍ରୀ ପ୍ରଚଣ୍ଡ ଖରାରେ ଧାରଣା ଦେଇଥିଲେ  ଓ ସେଥିରୁ ୩ ଜଣ ଅସୁସ୍ଥ ହୋଇପଡି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଦିନଯାକ ଖରାରେ ଏସ୍ ପିଙ୍କୁ ଅପେକ୍ଷା କରି ସେମାନେ ବସିରହିବା ପରେ ରାତି ୯ ଟାରେ ବଲାଙ୍ଗୀରରୁ ଆଡିସ୍ ନାଲ୍ ଏସ୍ ପି ଦିଲିପ ପଟେଲ ପହଞ୍ଚି ଆଗାମୀ ୨ ମାସ ମଧ୍ୟରେ ହତ୍ୟାକାରୀଙ୍କୁ ଧରିବାକୁ ପ୍ରତିଶ୍ରୁତି ଦେଲାପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ପ୍ରକାଶ

। ତେବେ ଆନ୍ଦୋଳନକାରୀମାନଙ୍କୁ ସାମ୍ବାଦିକଙ୍କ ସମ୍ମୁଖରେ ଆଡିସ୍ ନାଲ୍ ଏସ୍ ପି ଉକ୍ତ ଜେଇଙ୍କୁ ରାତିରେ ହତ୍ୟା କରାଯାଇ ଫିଙ୍ଗିଦିଆଯାଇଥିଲା ବୋଲି ପ୍ରକାଶ କରିଥିବା ପ୍ରକାଶ ।  ଅଦ୍ୟାବଧି ଉକ୍ତ ଜେଇଙ୍କର ଶବବ୍ୟବଚ୍ଛେଦ ରିପୋର୍ଟ ଆସି ନଥିବା ଓ ପରଦିନ  ଏହା ବଲାଙ୍ଗୀର ଯାଇ ଆଣିବାକୁ ସେ ଥାନାଧିକାରୀଙ୍କୁ କହିଥିବା ମଧ୍ୟ ସେ କହିଥିଲେ । ଏହାକୁ ନେଇ ଆନ୍ଦୋଳନକାରୀ,ସ୍ଥାନୀୟ ସାମ୍ବାଦିକ ଓ ଲୋକମାନଙ୍କ ମଧ୍ୟରେ କେତେକ ଦ୍ବନ୍ଦ ଓ ସଂଶୟ ପ୍ରକାଶ ପାଇଛି । 

ଏହି ଚର୍ଚ୍ଚାରୁ ପ୍ରକାଶ ଯେ , ଗତ ୫ ତାରିଖରେ ଯୋଗୀ ମୁଣ୍ଡା ଯାଇ ମୁଖ୍ୟରାସ୍ତାରେ ତାଙ୍କ ମୋପେଡ୍ ରେ ଫେରିଲାବେଳେ  ଦିନ ପ୍ରାୟ ସାଢେ ୧୧ ଟାବେଳେ ବନକାବିଅର ଛକରୁ ନିଖୋଜ୍ କୁହାଯାଉଥିବା ଓ ପରଦିନ ସେଠାରୁ ପ୍ରାୟ ୧ କିମି ଦୂର ଏକ ଜଙ୍ଗଲ ଡୁଙ୍ଗୁରି ନିକଟସ୍ଥ ଗାଡିଯିବାକୁ ପ୍ରାୟ ବାଟଘାଟ ନଥିବା ଏକ କପାକ୍ଷେତରୁ ତାଙ୍କର କ୍ଷତବିକ୍ଷତ ମୃତଦେହ ସମେତ ମୋପେଡ୍ ଟିକୁ ପୁଲିସ୍ ଉଦ୍ଧାର କରିଥିବାବେଳେ, ତାଙ୍କୁ ସେହି ଦିନ ଦିନବେଳା ସାଢେ ୧୧ଟାରୁ ୧୨ ଟା ମଧ୍ୟାହ୍ନ ମଧ୍ୟରେ ହତ୍ୟା କରାଯାଇଥିବା ଏଯାବତ୍ ଗଣମାଧ୍ୟମରେ ସିସିଟିଭି ଓ ପୁଲିସ୍ ର ପଞ୍ଚନାମା ଇତ୍ୟାଦିର ଆଧାରରେ କୁହାଯାଇ ଆସିଥିବାର ଚର୍ଚ୍ଚା ହୋଇଆସୁଥିବାବେଳେ  ରାତିରେ ହତ୍ୟା କରାଯାଇଥିବା ଆଡିସ୍ ନାଲ୍  ଏସ୍ ପି କହିବା; ନୂଆ ତଥ୍ୟ ପ୍ରକାଶ କରିଛି !  ତାଙ୍କୁ ଏ ସମ୍ପର୍କରେ ସାମ୍ବାଦିକମାନେ ପଚାରିବାରୁ ଏସଡିପିଓ , ଥାନାଧିକାରୀମାନେ ମଧ୍ୟ ତାଙ୍କ କହିଥିବା କଥାରେ ସହମତ ହୋଇଥିବା ପ୍ରକାଶ । ତେଣୁ ସେହିଦିନ ବନକାବିଅର କିମ୍ବା ଯୋଗୀମୁଣ୍ଡା ନିକଟରୁ ମୁଖ୍ୟରାସ୍ତା ଉପରୁ ମୋପେଡ୍ ସମେତ ମୃତ ଜେଇ ଜଣକ କେଉଁଠି ଥିଲେ , ଏ ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ୍ । ଯଦି ଏହା ସତ୍ୟହୋଇଥାଏ , ତେବେ ତାଙ୍କୁ ରାସ୍ତାଉପରୁ କୌଣସି ଗାଡିରେ ଉଠାଇନିଆଯାଇ ଅପହରଣ କରି କୌଣସି ସ୍ଥାନରେ ହାତଗୋଡ ବାନ୍ଧି ଅଟକ ରଖାଯାଇଥିବା ଚର୍ଚ୍ଚାର ସତ୍ୟତା ଥାଇପାରେ । ଏବଂ ତାଙ୍କୁ ଦିନଯାକ ଅଟକ ରଖାଯିବାର ଏଭଳି ଜାଗା ଯୋଗୀମୁଣ୍ଡା , ପଣ୍ଡାମୁଣ୍ଡା, କପାକ୍ଷେତ ପାଖାପାଖି ନିକାଞ୍ଚନସ୍ଥାନ କେଉଁଠି ଥାଇପାରେ  ? ଅବଶ୍ୟ ପ୍ରଥମେ ପୁଲିସ୍ ଥାନାକୁ ଡକାଇ ଛାଡିଦେଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କର ଗୋଦାମଘର ସେହି ନିକଟରେ ରହିଥିବା ଚର୍ଚ୍ଚା ହେଉଛି  । ସେତେବେଳେ ଥାନାଧିକାରୀ ଛୁଟିରେ ଥିବାରୁ ଏସଡିପିଓ ତଦନ୍ତ କରିଥିଲେ ଓ ତା'ପରେ ଛୁଟିରେ ଚାଲିଯାଇଥିଲେ । ଏହା  ମୋର୍ଚ୍ଚାର ଦାବିଆନ୍ଦୋଳନ ଅଭିଯୋଗର ମଧ୍ୟ ଅନ୍ତର୍ଭୁକ୍ତ ।

ଶବବ୍ୟବଚ୍ଛେଦ ରିପୋର୍ଟର ମୃତ୍ୟୁସମୟର  ଆଧାରରେ ଯଦି ଏ ଏସ ପି ଏହା କହିଥା'ନ୍ତି , ତେବେ ଏହା ଏକ ଅପହରଣ ଓ ହତ୍ୟା ବୋଲି ସ୍ପଷ୍ଟ ହୋଇଯାଉଛି । କେତେକ ସାମ୍ବାଦିକଙ୍କ ମତରେ ଏଏସପି ଅବଲୀଳାକ୍ରମେ ଏପରି କହିଦେଇଥାଇ ପାରନ୍ତି । କିନ୍ତୁ ଏକ ଚର୍ଚ୍ଚିତ ସମ୍ବେଦନଶୀଳ ସରକାରୀ କର୍ମଚାରୀଙ୍କ ହତ୍ୟାମାମଲାରେ ଥାନାରେ ଧାରଣାରତ ଆନ୍ଦୋଳନକାରୀଙ୍କୁ ଏସପିଙ୍କ ପ୍ରତିନିଧି ଏଏସପିଙ୍କର ଏଭଳି କଥା ଭିତ୍ତିହୀନ ହୋଇ ନପାରେ ।
ଆହୁରି ମଧ୍ୟ , କେବଳ ଏଏସପି ଏହା ରାତିରେ ଘଟିଥିବା ପ୍ରକାଶ କରିନାହାଁନ୍ତି , ଜଣେ ସ୍ଥାନୀୟ ଚାଷୀନେତା ମଧ୍ୟ, ଏହା ରାତିରେ ଘଟିଥିବା କଥାଛଳରେ ପ୍ରକାଶ କରିବା ସହିତ ଏହାକୁ ଏକ ' ଅନିଚ୍ଛାକୃତ ମର୍ଡର ' ବୋଲି କହିଛନ୍ତି । ଏହି 'ଅନିଚ୍ଛାକୃତ ମର୍ଡର ' ଶବ୍ଦର ଅର୍ଥ କ'ଣ ସତରେ  ?

ଆହୁରି ମଧ୍ୟ ସେ ହତ୍ୟାକାରୀଙ୍କୁ ଧରିବାକୁ ଦୀର୍ଘ ୨ ମାସ ସମୟ ନେବା ଅସ୍ବାଭାବିକ ମନେହୁଏ । ଏହା ମଧ୍ୟ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଓ ଲୋକଙ୍କୁ ଖ ଟ୍ କା ଲାଗିଲା । ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ , ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ କେତେକ ରାଜନୈତିକ ପୃଷ୍ଠପୋଷକତାରେ ରହିଥିବା ଠିକାଦାରଙ୍କୁ ପୁଲିସ୍ ଚାପରେ ଧରୁନାହିଁ  ଏବଂ ଏହି କାରଣରୁ ସଂପ୍ରତି ବ୍ରଜରାଜନଗରରେ ହେଉଥିବା ଉପନିର୍ବାଚନକୁ ଦୃଷ୍ଟିରେ ରଖି ପୁଲିସ୍ ଉପରମହଲର ଇଙ୍ଗିତରେ ଏଭଳି ଲମ୍ବାସମୟ ନେଇଛି  ? ଯଦି ଏହା ସତ୍ୟ, ତେବେ ସାଙ୍ଘାତିକ୍  !  ବିସ୍ମୟର ବିଷୟ ଯେ , ମାତ୍ର ୧୮ ଦିନର ତଦନ୍ତରେ ପୁଲିସ୍ ର କାଳକ୍ଷେପଣରେ ଅଧୈର୍ଯ୍ୟ ହୋଇପଡି ପ୍ରଚଣ୍ଡଖରାକୁ ଖାତିର୍ ନକରି ପ୍ରାଣମୂର୍ଚ୍ଛା ଧାରଣା ଦେଇଥିବା ମୋର୍ଚ୍ଚା କିଭଳି ପୁଲିସ୍ ର ଏତେ ଦୀର୍ଘ ସମୟସୀମାକୁ ମାନିନେଲା  ? 

ସେ ଯା'ହେଉ, ଆରମ୍ଭରୁ ପୁଲିସ୍ ଯେ ଏହି ଘଟଣାରେ ଖାମ୍ ଖିଆଲି ମନୋଭାବ ପ୍ରଦର୍ଶନ କରିଆସୁଛି, ଏହା ଲୋକଙ୍କର ବୁଝିବାକୁ ଆଉ ବାକି ନାହିଁ । କିମ୍ବା ଏହାପଛରେ ସରକାରୀ ଯୋଜନାର ଅର୍ଥଅନୁଦାନର ବାଟମାରଣାର ଏକ ଜ୍ବଳନ୍ତ ଉଦାହରଣ ପାଟଣାଗଡରେ ପର୍ଦ୍ଦାଫାଶ୍ ହୋଇଛି, ଏହା ଆଗାମୀଦିନରେ ସରକାରଙ୍କ ପ୍ରତି ଅସୁବିଧା ସୃଷ୍ଟି କରିବାର ସମ୍ଭାବନାକୁ ଅସ୍ବୀକାର କରାଯାଇ ପାରୁନାହିଁ । ହୁଏତ ଜାଣିଶୁଣି ୫ ଟି ଠାରୁ ଗୋଷ୍ଠୀଖଳା, ଫାର୍ମପଣ୍ଡ୍ , ମନରେଗା ଓ ଅନେଆ ଛୋଟବଡ ଯୋଜନାର ପିସି କାରବାର, ଠିକାଦାରୀ ଓ ଅନିୟମିତତା ଏଠି ଚରମସୀମାରେ ପହଞ୍ଚିଛି  ?
ସ୍ବଭାବତଃ ମୃତ ଜେଇ ଜଣକ ଜଣେ ନିରୀହ ଓ ମିଥ୍ୟାବିଲ୍ , ନିମ୍ନମାନର କାମକୁ   ଆଦୌ ପ୍ରଶୟ ଦେଉ ନଥିବା ଓ ଏକ ପୁରୁଣା ମୋପେଡ୍ ରେ ଯାଆଆସ କରୁଥିବା ସଚ୍ଚୋଟ କନିଷ୍ଠ ଯନ୍ତ୍ରୀ ହୋଇଥିବାରୁ ତାଙ୍କ ସପକ୍ଷରେ ଏଭଳି ସ୍ବତଃ ଜନସମର୍ଥନ ଜାଗ୍ରତ ହୋଇଛି, ଯାହା ଅଧୁନାତନ ଯୁଗରେ ବିରଳ । ତେବେ ସେ କମ୍ପ୍ୟୁଟରରେ ବିଲ୍ କରିବାରେ ଅନଭିଜ୍ଞ ଥିବାରୁ ଓ ମିଥ୍ୟାବିଲ୍ କରୁ ନଥିବାରୁ ତାଙ୍କ ଅଧୀନରେ ହେଉଥିବା ବହୁ କାମର ବିଲ୍ ପ୍ରସ୍ତୁତିରେ ଅହେଗ ବିଳମ୍ବ ହେଉଥିବା ଅଭିଯୋଗ ହେଉଥିଲା । ଏହି କାରଣରୁ ବିଡିଓ ମଧ୍ୟ ତାଙ୍କର ଦୁଇମାସର ଦରମା ବନ୍ଦ କରିଥିଲେ । ତେବେ ତାଙ୍କ ଅଧୀନରେ କେଉଁ କେଉଁ କାମର ବିଲ୍ ବିଳମ୍ବ ହୋଇଛି ଓ କେଉଁ ଠିକାଦାରମାନଙ୍କୁ ନିୟୋଜିତ କରାଯାଇଛି ; ଏହା ବିଡିଓ , ସହକାରୀ ଯନ୍ତ୍ରୀ ଓ ଅନ୍ୟମାନଙ୍କୁ ନିଶ୍ଚିତ ଭାବେ ଜଣାଥିବ । ତଦନ୍ତକାରୀ ପୁଲିସ୍ ପକ୍ଷରେ ଏହା ବାହାର କରିବା ଏତେ ଅସମ୍ଭବ ନୁହେଁ ।ଆହୁରି ମଧ୍ୟ, ତାଙ୍କଠାରୁ ଲକ୍ଷାଧିକଟଙ୍କା ଉଧାର ନେଇ ଫେରାଉନଥିବା ଠିକାଦାରମାନଙ୍କୁ ମଧ୍ୟ ଏଥିରେ ସନ୍ଦେହର ପରିସରଭୁକ୍ତ କରାଯିବା ଆବଶ୍ୟକ । ଏଥିରୁ ଏହି ଜଘନ୍ୟହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇ ପାରିବ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ:ଶପଥ ପାଠ ଓ କୁଇଜ ମାଧ୍ୟମରେ ସଚେତନତା   03-Jul-2026
  ଜିଲ୍ଲା  
ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   03-Jul-2026
  ଜିଲ୍ଲା  
ମାୟାବର୍ହ୍। ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ସପ୍ତାହ ପାଳିତ ପ୍ରକୃତି ମିତ୍ର ସ୍କୁଲ ଭାବରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଗର୍ବିତ   03-Jul-2026
  ଜିଲ୍ଲା  
କୁତୁର୍ଲା ପେକ୍ସ ପରିଦର୍ଶନ କଲେ ନରସିଂହ♦️ ଧାନ ବିକ୍ରିର ଶେଷ ଦିନରେ ମଧ୍ୟ ଉଠିପାରୁନାହିଁ ଚାଷୀଙ୍କ ଧାନ♦️୧୮ ଜଣ ଚାଷୀଙ୍କ ଆସିନାହିଁ ଟୋକନ, ଚାଷୀ ହତାଶ   03-Jul-2026
  ଜିଲ୍ଲା  
ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ଗଣମାଧ୍ୟମ ଏବଂ ସମ୍ପର୍କିତ ସମ୍ମିଳନୀ♦️ ଓଡ଼ିଶାରୁ ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ୧୩ଜଣ ଡିଆଇପିଆରଓ ଙ୍କ ଯୋଗଦାନ   03-Jul-2026
  ଜିଲ୍ଲା  
ଶ୍ରୀ ଶ୍ରୀ ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି: ଆସନ୍ତା ୧୬ରେ ଶ୍ରୀଗୁଣ୍ଡିଚା ଏବଂ ୨୫ରେ ବାହୁଡା଼ ଯାତ୍ରା   03-Jul-2026
  ଜିଲ୍ଲା  
ଓଡ଼ିଶାରେ ଭୋଟର ତାଲିକା ର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ୧୦ ଜଣ ବରିଷ୍ଠ  ଆଇ ଏ ଏସ ଅଧିକାରୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ   03-Jul-2026
  ଜିଲ୍ଲା  
ଜାପାନୀ ସଂସ୍ଥା ସହ ଐତିହାସିକ ଚୁକ୍ତି, ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ଜାପାନୀ ବ୍ୟବସାୟୀକ ନେତୃବୃନ୍ଦଙ୍କ ସହ ସହଭାଗିତା, ରାଜ୍ୟରେ ହେବ ବ୍ୟାପକ ପୁଞ୍ଜିନିବେଶ   03-Jul-2026
  ଜିଲ୍ଲା  
କମଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ପଟେଲଙ୍କ ସେବା ନିବୃତ୍ତ,   03-Jul-2026
  ଜିଲ୍ଲା  
ଅବସରନେଲେ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ ମହାନ୍ତି   03-Jul-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ ପାଳିତ   03-Jul-2026
  ଜିଲ୍ଲା  
ଝରୀଗାଁ ତହସିଲଦାର ଙ୍କ ବିରଦ୍ଧରେ ଥାନରେ ଲିଖିତ ଅଭିଯୋଗ*   03-Jul-2026

You Might Also Like