-+91-9937148622 |

prerana_bgr@rediffmail.com |

  Monday 12th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||      ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   (12-Oct-2026)       ||      ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   (12-Oct-2026)       ||      ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ    (12-Oct-2026)       ||      ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   (12-Oct-2026)       ||      ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   (12-Oct-2026)       ||      ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   (11-Oct-2026)       ||      ଚିର୍ମା ମହିମା ଟୁଙ୍ଗି ରେ ଧର୍ମ ସଭା ଅନୁଷ୍ଠିତ   (11-Oct-2026)       ||      ଝରଣିପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2026 ଆୟୋଜିତ   (11-Oct-2026)       ||      *ଓଷ୍ଟା ନବରଙ୍ଗପୁରର ପଞ୍ଚମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ*   (11-Oct-2026)       ||      ଟିଟିଲାଗଡରେ ସାହିତ୍ୟ ସାଧନାର ସୁବର୍ଣ୍ଣ ଜୟନ୍ତୀ ସମାରୋହ   (11-Oct-2026)       ||      କୁରସୁଡ଼ ଠାରେ ୫୦ ତମ ଦୁର୍ଗାପୂଜା - ନବରାତ୍ରୀ ପୂଜା ଆରମ୍ଭ   (11-Oct-2026)       ||      ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ସାଧାରଣ ସଭା    (11-Oct-2026)       ||      ଖୁଣ୍ଟସମଲେଇରେ ଶବର ସମାଜର ଭବ୍ୟ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟଘାଟ   (11-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ   (11-Oct-2026)       ||     

HOME   ଅପରାଧ

ଅପରାଧଘଟଣାର ତଦନ୍ତରେ ସ୍ବଚ୍ଛତା ପାଇଁ ଲୋକପ୍ରତିନିଧିମାନେ ମୁହଁ ଖୋଲୁନାହାଁନ୍ତି କାହିଁକି  ?

12-May-2022



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ): ସଂପ୍ରତି ବଲାଙ୍ଗୀରଜିଲ୍ଲା କ୍ରାଇମ୍ ଡିଷ୍ଟ୍ରିକ୍ଟ୍ ପାଲଟିଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି ।  ସହରରେ ହେଉ ବା ଗ୍ରାମାଞ୍ଚଳରେ  ଏଇ ଅଳ୍ପକିଛିଦିନ ମଧ୍ୟରେ କେତେକ ବହୁଚର୍ଚ୍ଚିତ ନରହତ୍ୟା , ରାଗିଂ ଜନିତ ଆତ୍ମହତ୍ୟା , ରାଜ୍ୟବାହାରକୁ ଯାଇ ଶୋଷଣ ଓ ନିର୍ଯାତନାର ଅଭିଯୋଗ ହେଉଥିବା ଦାଦନଶ୍ରମିକ ଶବ ହୋଇ ଫେରିବା ବା ଅନ୍ୟାନ୍ୟ ଅପରାଧ ଘଟଣାର ତଦନ୍ତରେ  ଲୋକେ ଅନୁଭବ କରୁଥିବା ତ୍ରୁଟିବିଚ୍ୟୁତି କିମ୍ବା ଅନିୟମିତତାର ଜନଅସନ୍ତୋଷ ସତ୍ତ୍ୱେ , ଆପତ୍ତିଜନକ ଭାବରେ ଚୁପ୍ ରହିଯାଉଥିବା ଲକ୍ଷ୍ୟ କରାଯାଇଛି ।  ଏହାର କାରଣ କ'ଣ ହେଇପାରେ  ?

ଇତିମଧ୍ୟରେ  ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ଦୁଇଜଣ ଛାତ୍ରଛାତ୍ରୀ ଏକବର୍ଷ ମଧ୍ୟରେ ରାଗିଂ ଅଭିଯୋଗରେ ମୃତ୍ୟୁବରଣ କରିଥିବା ଘଟଣା ରାଜ୍ୟବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି । ଘଟଣାର ଦୀର୍ଘଦିନ ପରେ ବି ଏଥିରେ କାହାକୁ ଦୋଷାରୋପ ସତ୍ତ୍ୱେ  ପୁଲିସ୍ ତଦନ୍ତାଧୀନ କରାଯାଇନାହିଁ । ବହୁ ସଂଗଠନର ଦାବି ପରେ ମଧ୍ୟ ସ୍ଥାନୀୟ ନିର୍ବାଚିତ ସାଂସଦ , ବିଧାୟକଙ୍କ ପରି ଲୋକପ୍ରତିନିଧିମାନେ ମୁହଁ ଖୋଲୁ ନାହାଁନ୍ତି  !

ସେହିପରି ଗତ ୫ ତାରିଖରେ ପାଟଣାଗଡରେ ମିଥ୍ୟାବିଲ୍ କୁ ବିରୋଧ କରିବାରୁ ଜଣେ ସଚ୍ଚୋଟ ବ୍ଲକ୍ କନିଷ୍ଠଯନ୍ତ୍ରୀଙ୍କୁ ସ୍ପଷ୍ଟଦିବାଲୋକରେ ହତ୍ୟା କରାଯାଇ ତାଙ୍କ ମୃତଦେହକୁ ଫିଙ୍ଗିଦିଆଯାଇଥିଲା । ସ୍ଥାନୀୟ ରାଜନୈତିକ ଠିକାଦାରମାନେ ଏଥିରେ ସମ୍ପୃକ୍ତ ଥିବା ଖୋଲାଖୋଲି ଚର୍ଚ୍ଚା ସତ୍ତ୍ୱେ , ସେଇ ସହରର ବାସିନ୍ଦା ସାଂସଦ ବା ସ୍ଥାନୀୟ ବିଧାୟକଙ୍କ ପାଟି ଖୋଲୁନାହିଁ । ଅଧିକନ୍ତୁ ଉକ୍ତ ବ୍ଲକ୍ ର ଅଧ୍ୟକ୍ଷ ରହସ୍ୟମୟ ନୀରବତା ଅବଲମ୍ବନ କରିଆସୁଥିବା ସହିତ ବ୍ଲକ୍ ର କର୍ମଚାରୀମାନେ ଏଥିପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ଟେଣ୍ଟ୍ ପକାଇ ସାରିଥିବା ସତ୍ତ୍ୱେ , ରହସ୍ୟମୟ ଭାବେ ହଠାତ୍ ଖୋଲିନେଇ ଆନ୍ଦୋଳନକୁ ସ୍ଥଗିତ କରିଦେବା , ସମଲୋଚନା ପ୍ରକାଶ ପାଇଛି ।

ତୃତୀୟରେ ଇତିମଧ୍ୟରେ କେବଳ ବେଲପଡାବ୍ଲକ୍ ର ଯୁବା , ସୁଲେକେଲା ଓ ଧୁମାଭଟାର ୩ ଜଣ ଦାଦନଶ୍ରମିକଙ୍କର ଶବ ରାଜ୍ୟବାହାରୁ ଫେରଲାଣି ।  ଜିଲ୍ଲାର ଦାଦନଗଡ ଭାବରେ କୁଖ୍ୟାତ ଏହି ବ୍ଲକ୍ ର ନିର୍ବାଚିତ ଲୋକପ୍ରତିନିଧିମାନେ କିଏ ଓ କାହିଁକି ନୀରବ ରହିଛନ୍ତି , ଏକଥା ବୁଝାଇବାର ଆବଶ୍ୟକତା ନାଇଁ ।
ଉଦାହରଣତଃ , ଉପରୋକ୍ତ ଅପରାଧ , ବେଆଇନ୍ ମାମଲାଗୁଡିକର ତଦନ୍ତରେ ଆପତ୍ତିଜନକ କାଳକ୍ଷେପଣ , ଚପାଇଦିଆଯାଉଥିବା ଅଭିଯୋଗ ଓ ଭିନ୍ନମୋଡ ଦିଆଯାଉଥିବା ସନ୍ଦେହ ସୃଷ୍ଟି ହୋଇଛି ।

ଏହାସହିତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଘଟୁଥିବା ବିଭିନ୍ନ ଅପରାଧଘଟଣାରେ ଏହି ଲୋକପ୍ରତିନିଧିମାନଙ୍କର ରହସ୍ୟମୟ ନୀରବତାର ଅର୍ଥ ଲୋକେ ଠିକ୍ ବୁଝିପାରୁଛନ୍ତି । ଏସବୁଥିରେ ହୁଏତ ସେମାନଙ୍କ ଲୋକଙ୍କର ସମ୍ପୃକ୍ତି ରହିଛି କିମ୍ବା ଗୃହବିଭାଗ ବନାମ ସରକାରଙ୍କ ବିରୋଧରେ ଯିବାକୁ ସେମାନଙ୍କର ସତ୍ ସାହସ ନାହିଁ । ତେଣୁ ଏଠାରେ ପ୍ରଶ୍ନ ଉଠୁଛି , ଏହି ନିର୍ବାଚିତ ଲୋକପ୍ରତିନିଧିମାନଙ୍କର କେବଳ ସଭାସମିତି , ଉଦ୍ ଘାଟନ , ଫେସ୍ ବୁକ୍ ରେ ଫଟୋ ପ୍ରଚାର ଓ ଭାଷଣ ଦେବା ବ୍ୟତୀତ ଏହିସବୁ ଗୁରୁତର ବହୁଚର୍ଚ୍ଚିତ ଅପରାଧମାମଲାର ତଦନ୍ତରେ ପାଟି ଖୋଲିବାର କଣ ସତରେ ଦାୟିତ୍ୱ ନଥାଏ  ?


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   12-Oct-2026
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   12-Oct-2026
  ଜିଲ୍ଲା  
*ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   12-Oct-2026
  ଜିଲ୍ଲା  
କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   12-Oct-2026
  ଜିଲ୍ଲା  
ବରପାଲି କାଳୀ ପୂଜା କମିଟି ର ନୂତନ କର୍ମକର୍ତ୍ତା ଚୟନ   12-Oct-2026
  ଜିଲ୍ଲା  
ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା ଆଗଲପୁର ହାଇସ୍କୁଲ ପାଇଲା ଉଚ୍ଚ ମାଧ୍ୟମିକ ମାନ୍ୟତା   12-Oct-2026
  ଜିଲ୍ଲା  
ମାହେଶ୍ୱରୀ ସଂଗଠନ ଆଗଲପୁର ତରଫରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ   12-Oct-2026
  ଜିଲ୍ଲା  
ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ   12-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ତିନିଦିନିଆ ‘ଏକତା କଳା ଉତ୍ସବ-୨୦୨୬’ ଉଦ୍‌ଯାପିତ   12-Oct-2026
  ଜିଲ୍ଲା  
ମାଁ ସାଉଁତେଶ୍ୱରୀ ମହୋତ୍ସବ (ମୂଳପୀଠ) ଅଏଁଲାସାରୀଠାରେ ଉଦ୍‌ଘାଟିତ   12-Oct-2026
  ଜିଲ୍ଲା  
ସାହିତ୍ୟିକ ପ୍ରଦୀପ ମିଶ୍ରଙ୍କ ସହ ଭାବବିନିମୟ   11-Oct-2026

You Might Also Like