-+91-9937148622 |
prerana_bgr@rediffmail.com |
Saturday 25th July 2026 |
R.N.I. Regd No. ODIODI/2010/46693
Breaking News
12-May-2022
ଲୋଇସିଂହା, (ବିନୋଦ କୁମାର ଦୀପ): ଆଜି ଲୋଇସିଂହା ବ୍ଲକ ଠାରେ କେତେକ ସରପଞ୍ଚ, ସମିତି ବିଡ଼ିଓଙ୍କ ନିକଟରେ ପହଂଚି ସିଏଫସି, ଏସଏଫସି ରାଶିକୁ ନେଇ ଆଲୋଚନା ହୋଇଛି l ବାଦୀବାହାଲ ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀ ଓ ବାନୀପାଲି ସମିତି ସଭ୍ୟା ଜୋତ୍ସ୍ନାମୟୀ ନାଗଙ୍କ କହିବାନୁଯାୟୀ ସିଏଫସି ଓ ଏସଏଫସି ରାଶି ଲୋଇସିଂହା ବ୍ଲକକୁ ପ୍ରସ୍ତାବ ଆସିଛି ୧କୋଟି ୮୨ ଲକ୍ଷ ୪୪ ହଜାର ଟଙ୍କା ହେଲେ କେବଳ ୩ କିମ୍ବା ୪ଟି ପଂଚାୟତ ଲାଗି ଯାହାକି ୨୦ ଟି ପଂଚାୟତରେ ବଣ୍ଟନ ହେବାକଥା l ଏ ବାବଦରେ ଆଲୋଚନା ଲାଗି ଗତ 6 ତାରିଖରେ ସରପଞ୍ଚ ଓ ସମିତି ଲୋଇସିଂହା ବିଡ଼ିଓ ରାମଚନ୍ଦ୍ର ଖlଡ଼ିଆଙ୍କ ପାଖକୁ ଆସିଥିଲେ ହେଲେ ସେଦିନ କିଛି ଫଳପ୍ରଦ ନ ହେବାରୁ ଆଜି ପୁଣି ବିଡ଼ିଓଙ୍କ ଦ୍ୱାରସ୍ତ ହୋଇଥଲେ l ବିଡ଼ିଓ ଶ୍ରୀ ଖାଡ଼ିଆ ଏ
ବାବଦରେ ଆଲୋଚନା କରି କଥା ଦେଇଛନ୍ତି ଆଗାମୀ ସାତଦିନ ମଧ୍ୟରେ ସବୁ ପଂଚାୟତରେ ଏହି ରାଶି ବଣ୍ଟନ କରାଯିବ ଓ ଆଗାମୀ ୧୯ ତାରିଖ ଦିନ ଏହି ରାଶିକୁ କେନସେଲ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l ଆଗାମୀ ଦିନରେ ଏହାର ସମାଧାନ ନ ହେଲେ ଆନ୍ଦୋଳନରେ ଓଲ୍ହାଇବ ବୋଲି ଚେତାବନୀ ଦେଇଛନ୍ତି ଲୋଇସିଂହା ସରପଞ୍ଚ ଓ ସମିତି ବୃନ୍ଦ l