-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
23-Apr-2022
ନାକଟିଦେଉଳ(କନ୍ଦର୍ପ ବେହେରା)- ନାକଟିଦେଉଳ ଥାନା ବେଠିଆବେନି ଗ୍ରାମରେ ବଏଲର ଫାର୍ମରୁ ଚୋରି ଅଭିଯୋଗରେ ଗ୍ରାମବାସୀ ଜଣକୁ କାବୁ କରି ପୋଲିସ୍ ର ଜିମା ଦେଇଥିବା ବେଳେ ଆଉ ଜଣେ ଚୋର ଫେରାର୍ ମାରିଥିବା ପୋଲିସ୍ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି ।
ପୋଲିସ୍ ସୂତରୁ ପ୍ରକାଶ ଯେ,ଗତ ତା ୨୧ /୪/୨୦୨୨ ରିଖ ରାତି ପ୍ରାୟ ୧ଘ. ୩୦ ମିନିଟ୍ ସମୟରେ ନାକଟିଦେଉଳ ଥାନା ବେଠେିଆବେନି ଗ୍ରାମର କେଦାର ଦେହୁରୀଙ୍କ ବଏଲର୍ ଫାର୍ମକୁ ଦୁଇ ଜଣ ଚୋର ଆସି ତାଙ୍କ ଫାର୍ମ ରୁ ଦୁଇଟି ମୋବାଇଲ୍ ଫୋନ୍ ଏବଂ ୧୦ ହଜାର ଟଙ୍କା ଚୋରି କରି ନେଇଥିଲେ । ସେଇ ପାଖ ଆଉ ଏକ ଫାର୍ମରୁ ଅନୁରୁପ ଭାବରେ ଚୋର ଦୁଇଜଣ ପଶି ଶିବଶଙ୍କର ଦେହୁରୀଙ୍କ ଫାର୍ମରୁ ଗୋଟିଏ ମୋବାଇଲ୍ ଫୋନ୍ ଏବଂ କୈଳାସ ଦେହୁରୀଙ୍କ ବେକରୁ ଏକ ରୂପା ଚେନ୍ ଚୋରମାନେ ଚୋରି କରେ ଫେରାର୍ ହେବାକୁ ଉଦ୍ୟମ କରୁଥିବା ବେଳେ ଚୋର ଜଣଙ୍କୁ କାବୁ କରିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଚୋର କୈଳାସ ଦେହୁରୀଙ୍କୁ କାମୁଡି ଦେଇ ପଳାଇବାରେ ସକ୍ଷମ ହୋଇଥିଲା । ଜଣେ ଚୋରକୁ କାବୁ କରିଧରିଥିବା ବେଳେ ସେ କାର୍ତିକ ନାଏକ ରେଢାଖୋଲର ବୋଲି ପ୍ରକାଶ କରିଥିଲା । ପୋଲିସ୍ କୁ ଖବର ଦେବାରୁ ଭୋରରୁ ପୋଲିସ୍୍ ଘଟଣା ସ୍ଥଳରେ ପହଂଚି ଚୋର କାର୍ତିକ ନାଏକଙ୍କୁ ଗିରଫ କରିଥିଲା । ଧରାପଡିଥିବା ଚୋର କାର୍ତିକ ନାଏକଙ୍କ ଠାରୁ ତିନୋଟି ମୋବାଇଲ୍ , ରୂପା ଚେନ୍ ଏବଂ ଏକ କାଠ ବେଂଟ ଜବତ କରିଛି । ଚୋର କାର୍ତିକ ନାଏକର ଘର ରେଢାଖୋଲ ଥାନା ନୂଆଁସାହି ରେ ବୋଲି ପୋଲିସ୍ କହିଛି । ନାକଟିଦେଉଳ ଥାନା କେସ୍ ନଂ ୮୫ତା ୨୨/୪/୨୦୨୨ ୟୁ/ଏସ୍ ୩୯୭/୩୯୪/୩୪ ଆଇପିସି ରେ ମାମଲା ରୁଜୁ କରି ଆଜି ଚୋର କାର୍ତିକ ନାଏକକୁ କୋର୍ଟ ଚାଲାଣ କରିଛି । ଅନ୍ୟ ଚୋରକୁ ପୋଲିସ୍ ଖୋଜୁଥିବାର ଜଣା ପଡିଛି ।