-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
23-Apr-2022
ବଲାଙ୍ଗିର ବିଦ୍ୟାଳୟର ସଭାପତି ଖିରଧର କୁମ୍ଭାରଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ଅନିଲ କୁମାର ରଣା ସଭାର ଉଦ୍ଦେଶ୍ୟ ଜ୍ଞାପନ କରି କହିଥିଲେ କରୋନା ମହାମାରୀ ପରେ ସ୍କୁଲକୁ ଛାତ୍ର ଛାତ୍ରୀଙ୍କୁ ଆକର୍ଷିତ ତଥା ଶିକ୍ଷଣ ଅଭିବୃଦ୍ଧି ପାଇଁ ସରକାରଙ୍କ ଗାଇଡ ଲାଇନ ଅନୁସାରେ ଏହି ଉତ୍ସବ ପାଳିତ ହୋଇଅଛି । ଏଥିରେ ମୁଖ୍ୟ ଅତିଥି ରୂପେ ଗଇଁନ୍ତଲା ସରପଞ୍ଚଙ୍କ ପ୍ରତିନିଧି, ସମ୍ମାନିତ ଅତିଥ ରୂପେ ଗଇଁନ୍ତଲା ସମିତି ସଭ୍ୟଙ୍କ ପ୍ରତିନିଧି ଯୋଗଦେଇ ବିଦ୍ୟାଳୟର ଏପରି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ । ବିଦ୍ୟାଳୟରେ ସ୍କୁଲ କୋଠରୀ ନ ଥିବା ପ୍ରଶାସନକୁ ଜଣାଇବା ପାଇଁ ଉଦ୍ୟମ କରିବେ ବୋଲି ମତ ରଖିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଆନନ୍ଦ ମଟାରୀ ଛାତ୍ର ଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ କୁଇଜ, ତର୍କ, ରଚନା, ହସ୍ତାକ୍ଷର ଲିଖନ, ଡ୍ରଇଂ, ଗଳ୍ପ କଥନ, ଗୀତ ତଥା ନାଚ ପ୍ରତିଯୋଗିତା ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ପୁରସ୍କାର ବଣ୍ଟନ କରାଯାଇଥିଲା । ବିଦ୍ୟାଳୟର ପରିଚାଳନା କମିଟିର ସଭ୍ୟ ସଭ୍ୟା ୱାର୍ଡ ମେମ୍ବର ଗ୍ରାମବାସୀ ସହଯୋଗ କରିଥିବେ ବେଳେ ଶିକ୍ଷକ ଲୋକନାଥ ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ର ଛାତ୍ରୀଙ୍କ ଦ୍ୱାରା ଅନୁଷ୍ଠିତ କଲଚରାଲ କାର୍ଯ୍ୟକ୍ରମ ବହୁ ସମୟ ପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ ମନୋରଞ୍ଜନ କରିଥିଲା ।