-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   (17-Aug-2026)       ||      ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   (17-Aug-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ    (17-Aug-2026)       ||      ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୪ଟି ଦରଖାସ୍ତ ଗ୍ରହଣ   (17-Aug-2026)       ||      ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||      ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ    (17-Aug-2026)       ||      ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   (17-Aug-2026)       ||      ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   (17-Aug-2026)       ||     

HOME   ରାଜ୍ୟ

ଭୀମଭୋଇ ମେଡିକାଲକଲେଜରେ ରାଗିଂ ଅଭିଯୋଗ  !  ହଷ୍ଟେଲ ଛାତରୁ ଡେଇଁ ଛାତ୍ରଙ୍କ ଆତ୍ମହତ୍ୟା  ନା  ଠେଲିଦେଇ ହତ୍ୟା ନା ପିଟୁ ପିଟୁ ମରିଯିବାରୁ ତଳେ ଶୁଆଇ ଦିଆଯାଇଥିଲା  ??? ବାପମାଆ କହିଲେ  :  ଆମ ପୁଅକୁ ମାରିଦେଲେ  ! କଲେଜ କର୍ତ୍ତୃପକ୍ଷ ଓ ସହପାଠୀଙ୍କ ରାଗିଂକୁ ଅସ୍ବୀକାର  

23-Apr-2022



ବଲାଙ୍ଗୀର :(ମଳୟ ମିଶ୍ରଙ୍କ ରିପୋର୍ଟ ):  ଗତକାଲି ଦିନପ୍ରାୟ ୩ ଟାବେଳେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ଇଟର୍ନ ହଷ୍ଟେଲ ସାମ୍ନା ରାସ୍ତାରେ ପଡିଥିବା ଜଣେ ପ୍ରଥମବର୍ଷର ଛାତ୍ରର ମୃତଦେହ ଉଦ୍ଧାର କରାଯାଇଛି । ମାତ୍ର ୧୦ ଦିନତଳେ ଆସିଥିବା ହରିୟାଣାର ଈଶାନ୍ତ କୁମାର ନାମକ ଏହି ଛାତ୍ରଙ୍କ ଏଭଳି ଆକସ୍ମିକମୃତ୍ୟୁକୁ ନେଇ ବିଭିନ୍ନ ଅଭିଯୋଗ ଓ ଚର୍ଚ୍ଚା ଶୁଣାଯାଇଛି । ଆଜି ହରିୟାଣାରୁ ମୃତ ଛାତ୍ରର ବାପମାଆ ପରିବାରବର୍ଗ ଏଠାରେ ଆସି ପହଞ୍ଚିଲା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ମୃତ ଛାତ୍ରଙ୍କ ମାଆ କାନ୍ଦି କାନ୍ଦି ତାଙ୍କ ପୁଅକୁ କଲେଜର ସିନିଅର ଛାତ୍ରମାନେ ଗତ ତିନିଦିନହେଲା ରୀତିମତ ରାଗିଂ କରୁଥିବା ଏବଂ ଏସମ୍ପର୍କରେ ତାଙ୍କ ପୁଅ ତାଙ୍କୁ ଫୋନ୍ ରେ କାନ୍ଦି କାନ୍ଦି ଗୁହାରି କରୁଥିବା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ତାଙ୍କ ମାମୁଁ ମଧ୍ୟ ଏହି ସମାନ ଅଭିଯୋଗ ପ୍ରକାଶ କରିଛନ୍ତି । ତେବେ କଲେଜର ଡିନ୍ ଓ କେତେକ ସହପାଠୀ ସିନିଅର୍ ଛାତ୍ର କଲେଜରେ ରାଗିଂ ହେଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଆଜି ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ତାଙ୍କର ଶବବ୍ୟବଚ୍ଛେଦ କରାଯାଇଛି । ତେବେ କାହିଁକି କେଜାଣି ଶବବ୍ୟବଚ୍ଛେଦ ନ କରିବାକୁ ତାଙ୍କ ପରିବାର ଲୋକେ ଅଡି ବସିଥିବା ଦେଖାଯାଇଥିଲା । ତେବେ ସଦର ଏସଡିପିଓ , ଟାଉନ ଥାନାଧିକାରିଣୀ ଓ ମେଡିକାଲ କଲେଜର ଏଫ ଏମ ଟି ପ୍ରଫେସର ବୁଝାଇବାରୁ ସେମାନେ ଶେଷରେ ରାଜି ହୋଇଥିବା ପ୍ରକାଶ ।

ମୃତଛାତ୍ର ଜଣକ ନିଉ ବଏଜ୍ ଇଟର୍ନ ହଷ୍ଟେଲର  ୩ୟ ମହଲାରେ ୩୧୨ ନମ୍ବର ରୁମ୍ ରେ ଏକାକୀ ରହୁଥିଲେ । ଘଟଣାଦିନ ସେ ସ୍ବାଭାବିକ ଭାବେ କ୍ଲାସ୍ ସାରି ଲଞ୍ଚ୍ ଖାଇସାରି ଥିଲେ । ତେବେ କେଉଁ କାରଣରୁ ସେ ପ୍ରଚଣ୍ଡ ଖରାବେଳେ ହଷ୍ଟେଲର ପାଞ୍ଚମହଲାର ଛାତକୁ ଯାଇଥିଲେ ବା ସେ ସେଠାରେ ଚପଲ ରଖି କାହିଁକି ଚାରିଫୁଟ୍ ର ପ୍ରୋଟେକ୍ ସନ୍ ବାଡା ଡେଇଁ ତଳକୁ ଡେଇଁପଡିଲେ ବା ତାଙ୍କୁ କେହି ଠେଲିଦେଇଥିଲା ବା  ଅନ୍ୟକିଛି ଘଟିଲା , ଏହା ଅଦ୍ୟାବଧି ଜଣାପଡିପାରିନାହିଁ । ତେବେ ସେ ମୁହଁମାଡି ହଷ୍ଟେଲ ସାମ୍ନାରେ ପଡିଥିବା ଦେଖି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଓ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା । କଲେଜର କିଛି ଛାତ୍ର ଓ ମେଡିକାଲ କଲେଜ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ଚିକିତ୍ସାପାଇଁ ନେଇଯାଇଥିଲେ । ତେବେ ଦେଖିଥିବା ଲୋକଙ୍କଠାରୁ ପ୍ରକାଶ ଯେ ତାଙ୍କର ଗୋଟିଏ ଗୋଡର ବଳାଗଣ୍ଠି ପାଖରେ ସାମାନ୍ୟ ଆଞ୍ଚୁଡାଦାଗ ବ୍ୟତୀତ ଦେହର କୌଣସିଠାରେ କିଛି ଆଘାତ ଚିହ୍ନ ଥିବା ଦେଖାଯାଉ ନଥିଲା !  ଏତେଉଚ୍ଚରୁ ପଡି ତାଙ୍କର ମୁଣ୍ଡଫୁଣ୍ଡ ଫାଟି ନଥିବା , ରକ୍ତବାହାରୁ ନଥିବା ଇତ୍ୟାଦି ସନ୍ଦେହ ସୃଷ୍ଟି କରିଛି । ତେବେ ଆଜିର ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି ।

ଉଲ୍ଲେଖନୀୟ ଯେ ଏହା ଏହି ମେଡିକାଲକଲେଜରେ ପ୍ରଥମ ଅଘଟଣ ନୁହେଁ । କିଛିମାସତଳେ ବଲାଙ୍ଗୀରର ଜଣେ ଛାତ୍ରୀ ଝର୍କାରେଲିଂରେ ବେକ ବାନ୍ଧି ନିହାତି ଅସ୍ବାଭାବିକଭାବେ ଆତ୍ମହତ୍ୟା କରିଥିବା ଘଟଣା ଘଟିଥିଲା । ଅଦ୍ୟାବଧି ଏହାର ରହସ୍ୟ ଉନ୍ମୋଚିତ ହୋଇପାରିନାହିଁ । ସେତେବେଳେ ମଧ୍ୟ ଏବେ ଦାୟିତ୍ୱରେ ରହିଥିବା ଡିନ୍ ଡା. ସବିତା ମହାପାତ୍ର କଥାରେ ତାଳମେଳ ନଥିବା ଭଳି କଥା କହିଥିଲେ । ଏହି ଘଟଣାରେ ମଧ୍ୟ ସେ ରାଗିଂ ଅଭିଯୋଗକୁ ଅସ୍ବୀକାର କରିଛନ୍ତି 

ଘଟଣାଟି ସମଗ୍ର ରାଜ୍ୟରେ  ଚର୍ଚ୍ଚାର ବିଷୟ ହୋଇପଡିଛି  । ଏହା ଆତ୍ମହତ୍ୟା , ହତ୍ୟା , ଦୁର୍ଘଟଣା ନା ଆଉକିଛି ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଉଥିଲାବେଳେ ପୋଷ୍ଟମର୍ଟମ୍ ହାଉସ୍ ରେ ଆଜି ଘଣ୍ଟାଏକାଳ ପୁଲିସ୍ , ପରିବାରଲୋକେ ଓ ମେଡିକାଲ ଷ୍ଟାଫ୍  ଙ୍କ ମଧ୍ୟରେ ସାମ୍ବାଦିକଙ୍କ ଉପସ୍ଥିତିରେ ମସୁଧା କଲାଭଳି ଦୃଶ୍ୟ ସନ୍ଦେହ ସୃଷ୍ଟି କରିଛି ।

ଅଜବ୍ କଥା ଯେ କେତେକ ଗଣମାଧ୍ୟମରେ ସାତମହଲାକୋଠାରୁ ପଡିଥିବା ପ୍ରକାଶ ପାଇଥିଲାବେଳେ , କେତେକଥିରେ ପାଞ୍ଚମହଲା ବୋଲି ପ୍ରକାଶ ପାଇଛି ।  ସେହିପରି ଘଟଣାସମୟରେ ଡିଉଟିରେ ଥିବା ଜଣେ ସିକ୍ୟୁରିଟି ଗାର୍ଡ  ସାତମହଲାକୋଠାରୁ ପଡିଥିବା , ସେଠାରେ ତିନିଜଣ ପିଲା ଥିବା ଓ ସେ ପଡିଲା ଭଳି କିଛି ଶବ୍ଦ ଶୁଣିଥିବା ଗଣମାଧ୍ୟମରେ କହିଛି । ଉଲ୍ଲେଖନୀୟ ଯେ ମେଡିକାଲକଲେଜର କୋଠାଟି ସାତମହଲାବିଶିଷ୍ଟ ହୋଇଥିବାବେଳେ ଛାତ୍ରଜଣକ ରହୁଥିବା ଇଟର୍ନ ହଷ୍ଟେଲଟି ପାଞ୍ଚମହଲାର । ପିଲାଟି ରହୁଥିବା ରୁମ୍ ରେ ତାଲାପଡିଥିବା ଓ ଚାବି ମୃତକର ପକେଟ୍ ରୁ ମିଳିଥିଲା । ତେଣୁ ପିଲାମାନେ କୋଉ କୋଠାରେ ଲଞ୍ଚ୍ ଖାଇଲେ ଓ ଖାଇସାରି କୋଉଠି ଯାଇ ବିଶ୍ରାମ ନେଇଥିଲାବେଳେ ଏ ଅଘଟଣ ଘଟିଲା  କେହି କହିପାରୁ ନାହାଁନ୍ତି । ପ୍ରାୟ ଅପରାହ୍ନ ୩ ଟାବେଳେ ଛାତାଜଣକ ହଷ୍ଟେଲ ସାମ୍ନା ରାସ୍ତାରେ ତଳେ ମୁହଁମାଡି ଅକ୍ଷତ ଅବସ୍ଥାରେ ପଡିଥିବା ଦେଖାଯାଇଥିଲା । ଏଣୁ କେତେକ ସାମ୍ବାଦିକଙ୍କ ଅସମର୍ଥିତ ସୂତ୍ରରୁ ଅନୁମାନ କରାଯାଏ ଯେ ଛାତ୍ରଜଣକୁ ରାଗିଂ କରି ପିଟାପିଟିରେ କିଛି ଘଟିବାରୁ ତାକୁ ଆଣି ତଳେ ଶୁଆ ଦିଆଯାଇଛି କି  ?

ସେ ଯାହାହେଉ , ଏସ ପି ଘଟଣାସ୍ଥଳକୁ ଯାଇ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି ଓ ଏସଡିପିଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆଇଆଇସିଙ୍କ ଦ୍ବାରା ତଦନ୍ତ ଚାଲିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   17-Aug-2026
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   17-Aug-2026
  ଜିଲ୍ଲା  
ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   17-Aug-2026
  ଜିଲ୍ଲା  
ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   17-Aug-2026
  ଜିଲ୍ଲା  
ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   17-Aug-2026
  ରାଜ୍ୟ  
ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   17-Aug-2026
  ଜିଲ୍ଲା  
*କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   17-Aug-2026
  ଜିଲ୍ଲା  
ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   17-Aug-2026
  ଜିଲ୍ଲା  
*ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   17-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   17-Aug-2026

You Might Also Like