-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
23-Apr-2022
ସୁବର୍ଣ୍ଣପୁର: ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଅଧ୍ୟକ୍ଷ ଡାକ୍ତର ପ୍ରବୀଣ ତୋଗାଡ଼ିଆ ଙ୍କ ସୁବର୍ଣ୍ଣପୁର ଜ଼ିଲ୍ଲା ଗସ୍ତ ରେ ଆଜି ସ୍ଥାନୀୟ ସର୍କିଟ ହାଉସଠାରେ ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ।ଜିଲ୍ଲାର ସୁବର୍ଣ୍ଣପୁରୀ ପାଟବସ୍ତ୍ରର ପ୍ରଶଂସା କରିବା ସହିତ ପଶ୍ଚିମ ଓଡିଶାର ବୁଣାକାରମାନଙ୍କ ଆର୍ଥିକ ଉନ୍ନତି କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିବା କହି ପାଟ ବସ୍ତ୍ର ଉତ୍ପାଦନ କାରୀ,ଓ଼ ବିକ୍ରେତା ଙ୍କ ମଧ୍ୟ ରେ ସମନ୍ୱୟ ରଖି ବୁଣାକାର ଙ୍କ ଲାଭ ବଢାଇବା ପାଇଁ ପ୍ରତିଶୁତି ଦେଇଛନ୍ତି । ଏବଂ ବୁଣାକାର ମାନଙ୍କ ଉଚିତ ପାରିଶ୍ରମିକ ସହିତ ସୁବର୍ଣ୍ଣପୁରୀ ପାଟବସ୍ତ୍ର ଓ ହସ୍ତତନ୍ତ ଆନ୍ତର୍ଜାତିକ ବଜାରରେ ଚହଳ ପକାଇଥିବା ବେଳେ ସୁବର୍ଣ୍ଣପୁରକୁ ଏକ ହବରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରହିଥିବା କହିଛନ୍ତି ।ସେହିପରି ଦେଶ ରେ ଏକ କୋଟି ପଦବୀ ଖାଲି ଥିବା ବିଷୟ, ଗୋ ସଂପଦର ସୁରକ୍ଷା ,ଗୋଚାରଣ ଭୂଇଁର ସୁରକ୍ଷା ,ହିନ୍ଦୁ ସଂପ୍ରଦାୟର ସୁରକ୍ଷା ସହିତ ଶାନ୍ତି ଜୀବନ ଯାପନ ତଥା ପଶ୍ଚିମ ଓଡିଶାର ବୁଣାକାର ତଥା ଦେଶର ଶ୍ରମଜିବୀଙ୍କ ଜୀବନ ଜିବିକା ଉପରେ ଉଦବେଗ ପ୍ରକାଶ କରିଛନ୍ତି l ଏବଂ ଦେଶ ତଥା କୌଣସି ବି ଜାଗାରେ ହିନ୍ଦୁ ଙ୍କୁ ଅସୁରକ୍ଷିତ ହେବା କୁ ଦେବି ନାହିଁ ବୋଲି ମତ ରଖିଥିଲେ l ।ଅନ୍ତତଃ ଶ୍ରମଜିବୀମାନଙ୍କୁ ବାର୍ଷିକ ଛଅ ହଜାର ଟଂକା କେନ୍ଦ୍ର ସରକାର ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି l ରାଷ୍ଟ୍ରୀୟ ସ୍ଵ -ରୋଜଗାର ଯୋଜନା ଉପରେ ବିସ୍ତାର ଭାବେ ଆଲୋଚନା କରି ଏକ କୋଟି ଖାଲି ପଦବୀ କୁ ତୁରନ୍ତ ପୁରଣ କରିବାକୁ କେନ୍ଦ୍ର ସରକାର ଙ୍କୁ ଦାବୀ କରିଛନ୍ତି l ସହରରେ ବୟନ ଶିଳ୍ପ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ବୁଣାକାରମାନଙ୍କୁ ସାକ୍ଷାତ କରିବା ସହିତ ବିଭିନ୍ନ ଯାଗାରେ ବୟନ କଳା ,ହସ୍ତତନ୍ତ ଉତ୍ପାଦିତ ସାମଗ୍ରୀ ବୁଲି ଦେଖିଛନ୍ତି ।ହିନ୍ଦୁ ସଂପ୍ରଦାୟର ସରଳ ଓ ସୁନ୍ଦର ଜୀବନ ଯାପନ ପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରିବା ପାଇଁ ଅନୁରୋଧ
କରିଛନ୍ତି ।ଆନ୍ତରାଷ୍ଟ୍ରିୟ ହିନ୍ଦୁ ପରିଷଦ ତଥା ଆନ୍ତରାଷ୍ଟ୍ରିୟ ବଜରଂଗ ଦଳର ଅଧ୍ୟକ୍ଷ ପ୍ରବୀଣ ତୋଗାଡିଆ ଅଯୋଧ୍ୟା ,କାଶୀ ଓ ମଥୁରା ଉପରେ ନିଜର ପ୍ରତିକ୍ରିୟା ବି ରଖିଛନ୍ତି ।ରାମ ମନ୍ଦିର ନିର୍ମାଣକୁ ସ୍ବାଗତ କରିବା ସହିତ ଦୀର୍ଘ ଦିନର ହିନ୍ଦୁ ସଂପ୍ରଦାୟର ଆଶା ପୂରଣ ହୋଇଛି ବୋଲି ମତ ପ୍ରଦାନ କରିଛନ୍ତି । କୋଶଳ ଆବାସିକ ବିଦ୍ୟାଳୟ ରେ ଡା, ତୋଗାଡ଼ିଆ ମଧ୍ୟାହ୍ନ ଭୋଜନ କରି ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ଼ ଉପସ୍ଥିତ ବୁଦ୍ଧିଜୀବୀ ଙ୍କୁ ଏକ ସୁସ୍ଥ ଓ଼ ସୁରକ୍ଷିତ ରାଷ୍ଟ୍ର ଗଠନ ଦିଗରେ ସମସ୍ତ ଙ୍କ ପ୍ରୟାସ ଓ଼ ଏହା ଦାଇତ୍ୱ ମଧ୍ୟ ବୋଲି ପରାମର୍ଶ କରି ସୁବର୍ଣ୍ଣପୁର ଜ଼ିଲ୍ଲା ର ଲୋକଙ୍କ ଆଚାର ବ୍ୟବହାର ଓ଼ ଆତିଥ୍ୟ ରେ ଖୁବ ଖୁସି ବ୍ୟକ୍ତ କରିଥିଲେ l