-+91-9937148622 |

prerana_bgr@rediffmail.com |

  Monday 24th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   (24-Aug-2026)       ||      ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    (24-Aug-2026)       ||      ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   (24-Aug-2026)       ||      କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   (23-Aug-2026)       ||      ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର    (23-Aug-2026)       ||      ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   (23-Aug-2026)       ||      ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   (23-Aug-2026)       ||      ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   (23-Aug-2026)       ||      ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ    (23-Aug-2026)       ||      କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ    (23-Aug-2026)       ||      ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   (23-Aug-2026)       ||      ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   (23-Aug-2026)       ||      *ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ ଉଦଘାଟିତ - ୨-୦ ଗୋଲ ରେ ରିଜର୍ଭ ପୋଲିସ ଦଳ ଵିଜୟୀ*-   (23-Aug-2026)       ||      ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ ।   (23-Aug-2026)       ||      ବନ୍ୟା ବିପନ୍ନ ୪ ଜିଲ୍ଲା ପାଇଁ ଅଣ୍ଟା ଭିଡିଲା ଭାରତ ମସଲା ବାଣ୍ଟିଲା ୧୦,୦୦୦ ଶୁଖିଲା ଖାଦ୍ୟ ପ୍ୟାକେଟ୍   (23-Aug-2026)       ||      *ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୋନପୁର ଶାଖା ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ*-   (23-Aug-2026)       ||      ଲଘୁଚାପ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ   (23-Aug-2026)       ||      *ତେଲେଣ୍ଡା ଶ୍ରୀ ରଣେଶ୍ଵର ଶୈବ ପୀଠ ଓ ମାଁ ରାମଚଣ୍ଡୀ ଙ୍କ ଠାରେ ଗଙ୍ଗା ମହା ଜଳଶାୟୀ ଅନୁଷ୍ଠିତ*-   (23-Aug-2026)       ||      ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||     

HOME   ରାଜ୍ୟ

କଣ୍ଟାବାଞ୍ଜିବାସୀଙ୍କ ସ୍ଵପ୍ନ ପୂରଣ ହେଲା : ଦିଲ୍ଲୀ, ବମ୍ବେ ପରେ ଏବେ କଣ୍ଟାବାଞ୍ଜିରୁ ସିଧାସଳଖ ହାୱଡ଼ାକୁ ଗଡ଼ିଲା ଏକ୍ସପ୍ରେସ ଟ୍ରେନ

12-Apr-2022



କଣ୍ଟାବାଞ୍ଜି/ପାଟଣାଗଡ଼,: ଦିଲ୍ଲୀ, ବମ୍ବେ ପରେ ଏବେ କଣ୍ଟାବାଞ୍ଜିରୁ ସିଧାସଳଖ ହାୱଡ଼ାକୁ ଗଡ଼ିଲା ଏକ୍ସପ୍ରେସ ଟ୍ରେନ । ଆଜି କଣ୍ଟାବାଞ୍ଜିି ସହରବାସୀଙ୍କ ଦୀର୍ଘ ବର୍ଷର ଦାବି ପୂରଣ ହୋଇଛି । ଏନେଇ ସ୍ଥାନୀୟ ରେଳ ଷ୍ଟେସନରେ ପୂର୍ବତନ ରେଳପଥ ସମ୍ବଲପୁର ଡିଭିଜନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି

ଭାବେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରି ସିଂଦେଓ, ସମ୍ମାନିତ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ପୂର୍ବତଟ ରେଳପଥ ସମ୍ବଲପୁର ଡିଭିଜନ ପ୍ରବନ୍ଧକ ପ୍ରଦୀପ କୁମାର ଉପସ୍ଥିତ ଥିଲେ । ସାଂସଦ ଓ ବିଧାୟକ ସବୁଜ ପତକା ଦେଖାଇବା ପରେ ବିଧିବଦ୍ଧ ଭାବେ ଇସ୍ପାତ ଏକ୍ସପ୍ରେସ କଣ୍ଟାବାଞ୍ଜିରୁ ଗଡ଼ିବା ଆରମ୍ଭ କରିଥିଲା । ଇସ୍ପାତ ଏକ୍ସପ୍ରେସ ସପ୍ତାହକୁ ୪ଦିନ ଅର୍ଥାତ ସୋମବାର, ବୁଧବାର, ଶୁକ୍ରବାର ଓ ଶନିବାର ଚାଲିବ । କୋଚ୍ ଇଣ୍ଡିକେଟର, ଫୁଟ ଓଭର ବ୍ରିଜର ମଧ୍ୟ ଆଜି ସାଂସଦ ଏବଂ ବିଧାୟକ ଉଦଘାଟନ କରିଥିଲେ ।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ରେଳମନ୍ତ୍ରୀ ଅଶି୍ୱନୀ ବୈଷ୍ଣବ କଣ୍ଟାବାଞ୍ଜିି ଆସିଥିଲେ । ସେହି ସମୟରେ କଣ୍ଟାବାଞ୍ଜିର ଜନସାଧାରଣଙ୍କ ସହ ବିଭିନ୍ନ ସଂଗଠନର ସଦସ୍ୟମାନେ ମନ୍ତ୍ରୀଙ୍କୁ ସାକ୍ଷାତ କରି ଟିଟିଲାଗଡ଼ରୁ କଣ୍ଟାବାଞ୍ଜିି ପର୍ଯ୍ୟନ୍ତ ହାୱଡା ଇସ୍ପାତ ଏକ୍ସପ୍ରେସ ଟ୍ରେନ ସମ୍ପ୍ରସାରଣ କରିବାକୁ ଦାବି କରିଥିଲେ । ମନ୍ତ୍ରୀ କଣ୍ଟାବାଞ୍ଜିବାସୀଙ୍କ ଦାବିକୁ ଆଜି ପୂରଣ କରିଥିବା ସାଂସଦ କହିଥିଲେ । ଦୀର୍ଘ ବର୍ଷ ହେବ ସହରର ବିଭିନ୍ନ ସଂଗଠନ, ରେଳ ଉପଭୋକ୍ତା କମିଟି, ରାଇଟ ଟୁ ଫାଇଟ, ୟୁଥ ପାୱାର ଭଳିି ଅନେକ ସଂଗଠନ ଏହି ଦାବି ନେଇ ରେଳରୋକ ଆନ୍ଦୋଳନ କରିବା ସହ ଅନେକ ସମୟରେ ଦାବିପତ୍ର ମାଧ୍ୟମରେ ରେଳ ବିଭାଗର ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇଥିଲେ । ତେବେ ଏହା ଜନସାଧାରଣଙ୍କ ବିଜୟ । ମୁଁ ଭୁବନେଶ୍ୱର ଯାଉଥିବା ସମୟରେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ଇସ୍ପାତ ଏକ୍ସପ୍ରେସ କେମିତି କଣ୍ଟାବାଞ୍ଜିରୁ ଚାଲିବ ସେନଇ ଦାବି କରିଥିଲି ଏବଂ ଆଜି ଏହି ଦାବି ପୂରଣ ହୋଇଥିବାରୁ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି ବିଧାୟକ

ଶ୍ରୀ ସାଲୁଜା କହିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ସାଲୁଜା କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଥିବା ପୂର୍ବତନ ବିଧାୟକ ଆୟୁବ ଖାନଙ୍କ ପ୍ରଂଶସା କରିଥିଲେ । କଣ୍ଟାବାଞ୍ଜିରେ ରେଳ ବିଭାଗର ଉନ୍ନତିମୂଳକ କାମ ଯଦି ହେଇଛି ତେବେ ତାହା ପୂର୍ବତନ ବିଧାୟକଙ୍କ ଅବଦାନ । ସେ ସବୁ ସମୟରେ କଣ୍ଟାବାଞ୍ଜି ରେଳ ଷ୍ଟେସନର ବିକାଶ କେମିତି ହେବ ସେନେଇ କାମ କରିଛନ୍ତି ବୋଲି ନିଜ ବ୍ୟକ୍ତବରେ ସାଲୁଜା କହିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଏନଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା, ବିଜେପି ଜିଲ୍ଲା ସଭାପତି ଶିବାଜି ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, କଣ୍ଟାବାଞ୍ଜି ପ୍ରେସ କ୍ଲବ, ରାଇଟ ଟୁ ଫାଇଟ ସହ ବିଭିନ୍ନ ସଂଗଠନ, ମାନ୍ୟଗଣ୍ୟ ବ୍ୟକ୍ତି, ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟା ଓ ରେଲୱେର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ଟାଉନ ପୁଲିସ ଆରପିଏଫ ଓ ଜିଆରପି ପୁଲିସ ମୁତୟନ ହୋଇଥିଲେ   l

କଣ୍ଟାବାଞ୍ଜି ରୁ ଆନନ୍ଦ ମୋଟେ ଓ ଖପ୍ରାଖୋଲ ରୁ ବସନ୍ତ ମେହେରଙ୍କ ରିପୋର୍ଟ) 


News Comment




Photo in News

Advertisment
Lastest News
  ଜିଲ୍ଲା  
ମାଳଦାରେ ମାଗଣା ସ୍ୱାସ୍ଥ୍ୟ ଶିବିର   24-Aug-2026
  ଜିଲ୍ଲା  
ଖବର ଆଜିର ତାରିଖ:୨୪/୦୮/୨୬, ସୋମବାର    24-Aug-2026
  ଜିଲ୍ଲା  
ଏମଏମଡିଆର ବିଲ ଉପରେ ସରକାର ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ନ ଡାକିବାରୁ ତାଙ୍କ ମନୋଭାବ ସ୍ପଷ୍ଟ   24-Aug-2026
  ଜିଲ୍ଲା  
କୁଦୋପାଲି ରଣଭୂମିରେ ବୀର ଛବିଳ ସାଏ ସ୍ମୃତି କମିଟିର ବୈଠକ   23-Aug-2026
  ଜିଲ୍ଲା  
ଅସ୍ଥେୟ ଓ ଅପରିଗ୍ରହ ପରି ସଦଗୁଣ ମାନବକୁ ମହା ମାନବରେ ପରିବର୍ତ୍ତିତ କରେ ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ଶିବିର   23-Aug-2026
  ଜିଲ୍ଲା  
ଓଡ଼ିଶାରେ ସାମ୍ବାଦିକଙ୍କ ପେନସନ ପାଇଁ ଦାବି ରେ ସମ୍ୱଲପୁରରେ ବରିଷ୍ଠ ସାମ୍ବାଦିକଙ୍କ ବୈଠକ ।   23-Aug-2026
  ଜିଲ୍ଲା  
ସେବା ଭାରତୀ, ଓଡ଼ିଶା ପଶ୍ଚିମ ଦ୍ଵାରା ସୁପୋଷଣ ଜାଗରଣ ଅଭିଯାନ   23-Aug-2026
  ଜିଲ୍ଲା  
ପ୍ରଥମ ଅଲ୍ ଓଡ଼ିଶା ଇକ୍ୱିପ୍ଡ ପାୱାରଲିଫ୍ଟିଂ ଚାମ୍ପିଅନଶିପ୍–୨୦୨୬ ସମ୍ପନ୍ନ   23-Aug-2026
  ଜିଲ୍ଲା  
ସ୍ଵୟଂସେବକ ସଂଘ ବୁଢାରଜା ନଗରରେ ଯୁବ ସମ୍ମିଳନୀ   23-Aug-2026
  ଜିଲ୍ଲା  
କୋଲହାପୁର ଏବଂ ଲଦାଖ ରେ ନୂଆ ହାଇକୋର୍ଟ ବେଞ୍ଚ ସ୍ଥାପନ କଲେ ସରକାର, ପଶ୍ଚିମ ଓଡ଼ିଶାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କୁ ଆଉ କେତେଦିନ ? — ଇଂ ରୋହିତ ପୂଜାରୀ   23-Aug-2026
  ଜିଲ୍ଲା  
ଶହେ ଟଙ୍କା ନଦେବାରୁ ଯୁବକକୁ ବ୍ଲେଡରେ ମରଣାତ୍ମକ ଆକ୍ରମଣ   23-Aug-2026
  ଜିଲ୍ଲା  
ମୋବାଇଲ୍ ମେଳା ୨.୦: ଟେକ୍ନୋଲୋଜି ଆଧାରିତ ପୁନରୁଦ୍ଧାର - ₹୪୫ ଲକ୍ଷ ଏବଂ ୧୧୫ ମୋବାଇଲ୍ ଫୋନ୍ ନାଗରିକଙ୍କୁ ଫେରସ୍ତ   23-Aug-2026

You Might Also Like