-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
12-Apr-2022
ପଦ୍ମପୁର:(ନିରଞ୍ଜନ ତ୍ରିପାଠୀ)- ପାଇକମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଭାବନା ସିଂ ନିଜ ରାଜନୈତିକ ମଇଦାନ କେଛୋଦାଦର ଗ୍ରାମପଞ୍ଚାୟତ ଗସ୍ତରେ ଯାଇ ଉକ୍ତ ଗ୍ରାମରେ ଥିବା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ । କେଛୋଦାଦର ଗ୍ରାମ ର ଜନସାଧାରଣ , ବିଦ୍ୟାଳୟ ର ସମସ୍ତ
ଶିକ୍ଷକ ଓ ଛାତ୍ରଛାତ୍ରୀ ଶ୍ରୀମତୀ ସିଂ ଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ଶ୍ରୀମତୀ ସିଂ ବିଦ୍ୟାଳୟ ପରିଦର୍ଶନ ରେ ଯାଇ ବିଦ୍ୟାଳୟର ସମସ୍ତ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ । ଶିକ୍ଷା ର ବିକାଶ ଉପରେ ଗୁରୁତ୍ବ ଦେବା ସହିତ
ବିଦ୍ୟାଳୟ ର ଉନ୍ନତି ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ବିଜୁ ଯୁବ ଜନତାଦଳ , ପାଇକମାଳ ବ୍ଲକ ର ଯୁବ ସଭାପତି ଗୌତମ ସିଂ ଙ୍କ ଧର୍ମପତ୍ନୀ ଶ୍ରୀମତୀ ଭାବନା ସିଂ ନିଜ ରାଜନୈତିକ ମଇଦାନ କେଛୋଦାଦର ଗ୍ରାମ ପଞ୍ଚାୟତ କୁ ଆପଣେଇ ସମିତି ସଭ୍ୟା ପ୍ରାର୍ଥୀନୀ ଭାବରେ ଛିଡା ହୋଇ ବିପୁଳ ଜନ ସମର୍ଥନ ରେ ବିଜୟ ଲାଭ କରି ପାଇକମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦବୀ ହାସଲ କରିଛନ୍ତି ।