-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
12-Apr-2022
ଜୀସାର୍ଥକ ଫିଲ୍ମସ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଚଳଚ୍ଚିତ୍ର ଓଡ଼ିଆ ଦର୍ଶକମାନଙ୍କୁ ଦେଇ ଆସିଛି।ଏଥର ଅଭିନେତ୍ରୀ ଶୀତଲ୍ ଙ୍କୁ ନେଇ ପ୍ରସ୍ତୁତ କରିଛନ୍ତି ନୂଆ ଓଡ଼ିଆ ସିନେମା "ଦିଦି
ନମସ୍କାର' । ଜୀସାର୍ଥକ ନିବେଦିତ ତଥା ଅଙ୍କିତା ସିନେ ପ୍ରଡକ୍ସନ ବ୍ୟାନରରେ ଏହାର ଶୁଟିଂ ଶେଷ ହୋଇଛି । ଫିଲ୍ମଟିର ପ୍ରଯୋଜନା କରିଛନ୍ତି ଅଜୟ ରାଉତ ,କାହାଣୀ, ଚିତ୍ରନାଟ୍ୟ ସହ ସଂଳାପ ରଚନା କରିଛନ୍ତି ଓଲିଉଡ୍ର ବରିଷ୍ଠ ସଂଳାପକାର ଡ. ରଜନୀ ରଞ୍ଜନ।
ସତରେ ପ୍ରେମରେ କୁହୁକ ଅଛି।ଏହାରବଶଵର୍ତ୍ତୀ ହେବା ପରେ କିଛି ଲୋକଙ୍କ ଜୀବନରେ ପରିବର୍ତ୍ତନ ଆସିଛି। ଏପରିକି ଅସାମାଜିକ କାମ ସହ ଜଡ଼ିତ ବ୍ୟକ୍ତି ବି ଭଲ ବାଟକୁ ଫେରି ଆସୁଥିବାର ଉଦାହରଣ ରହିଛି। ଠିକ୍ ସେହି ପରି ଏକ ନଷ୍ଟ ପଥର ଯାତ୍ରୀ ସାଜିଥିବା ଜଣେ ଯୁବକ ପ୍ରେମରେ ପଡ଼ିବା ପରେ ତା'ର ଜୀବନରେ କି ପରିବର୍ତ୍ତନ ହେଉଛି ତାହାକୁ ଆଧାରକରି କାହାଣୀ ଗତି କରିଛି। ଜଣେ ଦିଦିଙ୍କ ସଂପର୍କରେ ଆସିବାପରେ ତାକୁ ସତେ ଯେମିତି ନୂଆ ଜୀବନ ମିଳିଯାଇଛି। ଏଭଳି ଏକ ଟିନ୍ ଏଜ ଲଭ୍ ଷ୍ଟୋରି କୁ ନେଇ ନିର୍ମାଣ ହୋଇଛି ଜୀସାର୍ଥକ ର ନୂଆ ଓଡ଼ିଆ ଚଳଚ୍ଚିତ୍ର "ଦିଦି ନମସ୍କାର" । ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଙ୍କ ନିର୍ଦ୍ଦେଶନାରେ
ସଂଯୋଜିତ ତିନୋଟି ଗୀତକୁ ରଚନା କରିଛନ୍ତି ଡଃ ନିର୍ମଳ ନାୟକ। କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା, ସତ୍ୟଜିତ, ଅନ୍ତରା ଚକ୍ରବର୍ତ୍ତୀ, କୁଲଦୀପ ପଟ୍ଟନାୟକ।
ଫିଲ୍ମର ଟାଇଟଲ ଭୂମିକାରେ ଅଭିନୟ କରିଛନ୍ତି ଶୀତଲ ପାତ୍ର । ତାଙ୍କ ଅପୋଜିଟରେ ଅଛନ୍ତି ନବାଗତ ଶାଶ୍ୱତ । ଏମାନଙ୍କ ବ୍ୟତୀତ ପିଣ୍ଟୁ ନନ୍ଦ, ସୋମା ଭୌମିକ, ପ୍ରିୟଙ୍କା ମହାପାତ୍ର ଅଭିନୟ କରିଛନ୍ତି। ଏଭଳି ଏକ ଟିନ୍ ଏଜ ପ୍ରେମ ଭିତିକ କାହାଣୀ କୁ ନେଇ ନିର୍ମିତ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ (ବାପି) ।
ଚଳଚ୍ଚିତ୍ର "ଦିଦି ନମସ୍କାର" ଆସନ୍ତା ଏପ୍ରିଲ ୧୭ ତାରିଖ ସନ୍ଧ୍ୟା ୬.୩୦ମିନିଟ୍ ରେ ଜୀସାର୍ଥକ ଚ୍ୟାନେଲ ରେ ପ୍ରସାରିତ ହେବ ।
(ଅମୃତ ନନ୍ଦ ଙ୍କ ରିପୋର୍ଟ)