-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
11-Apr-2022
ନୟାଗଡ, (ପ୍ରଦୀପ କୁମାର ପଣ୍ଡା)/ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ନିରାପଦ ମାତୃତ୍ବ ଦିବସ-୨୦୨୨ ଉପରେ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମକରନ୍ଦ ବେଉରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବେଉରା ପ୍ରଥମେ ସମସ୍ତଙ୍କୁ ସ୍ବାଗତ କରିବା ସହ ନିରାପଦ ମାତୃତ୍ଵ ଉପରେ ଏକ ପାଠ୍ୟକ୍ରମ ମାଧ୍ୟମରେ ବିଶଦ ଭାବେ ଉପସ୍ଥାପନା କରିଥିଲେ ଯେ, ଗର୍ଭଧାରଣ ଆରମ୍ଭ ଠାରୁ ମାତୃତ୍ଵ ସମୟ ଆରମ୍ଭ ହୋଇ ନବଜାତକକୁ ୪୨ଦିନ ହେବା ପର୍ଯ୍ୟନ୍ତ ମାତୃତ୍ଵ ସମୟ କୁହାଯାଏ । ଏହି ସମୟ ମାଆ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ । ମାଆ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ ସମୟ ହେଉଛି ଛୁଆ ଜନ୍ମ ସମୟ । ଡା. ବେଉରା ଆଫ୍ରିକା ଠାରୁ ଆରମ୍ଭ କରି ଓଡ଼ିଶାର ନୟାଗଡ଼ ପର୍ଯ୍ୟନ୍ତ ମାତୃ ମୃତ୍ୟୁର ତଥ୍ୟ ଉପସ୍ଥାପନ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ପରିବାର କଲ୍ୟାଣ) ଡା. ସୁବାସ ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା) ଡା. ତାରାକାନ୍ତ ତ୍ରିପାଠୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପୁଷ୍ପା ନିଳିମା ଲାକ୍ରା, ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ବିଶ୍ବରଂଜନ ରଥ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ନୟାଗଡ
ସିଡିପିଓ ଶ୍ରୀମତୀ ଲକ୍ଷ୍ମୀ ଦାଶ ଆଜିର ଦିବସର ତାତ୍ପର୍ଯ୍ୟ ଉପରେ ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ ଜିଲ୍ଲା ଜନସ୍ବାସ୍ଥ୍ୟ ସଂଚାରଣ ଅଧିକାରିଣୀ ସୁଶ୍ରୀ ସ୍ମୃତିଲତା ବିଶ୍ଵାଳ ପରିଚାଳନା କରିଥିଲେ । ସଭା ଶେଷରେ DMRCS ଶ୍ରୀ କିଶୋର କୁମାର ଦାସ ଧନ୍ୟବାଦ ଅର୍ପଣ ସହ ସଭାପତିଙ୍କ ଅନୁମତିକ୍ରମେ ସଭା ସାଙ୍ଗ କରିଥିଲେ ।