-+91-9937148622 |
prerana_bgr@rediffmail.com |
Thursday 3rd September 2026 |
R.N.I. Regd No. ODIODI/2010/46693
Breaking News
18-Mar-2022
ନାୟାଗଡ, (ପ୍ରଦୀପ କୁମାର ପଣ୍ଡା) : ରଣପୁର ଅବକାରୀ ପୋଲିସ ରଣପୁର ବ୍ଲକର କାସଳା ଗ୍ରାମରେ ଚଢ଼ାଉକରି 40 ଲିଟରରୁ ଉର୍ଧ୍ଵ ଦେଶୀ ରନ୍ଧା ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅଭିଯୁକ୍ତ ଜଣଙ୍କ ହେଲେ କାଳନ୍ଦୀ ସାହୁ l ସେହିପରି ମାଳିସାହି ଗ୍ରାମରେ ଚଢ଼ାଉ କରି 50 ଗ୍ରାମର ବ୍ରାଉନ ସୁଗାର ଜବତ କରିଵା ସହ ଅଭିଯୁକ୍ତ ଚନ୍ଦ୍ରକାନ୍ତ ଦଳ ବେହେରାକୁ ଗିରଫ କରିଛି l ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ 50 ହଜାର ଟଙ୍କା ହେବ ବୋଲି ଜଣାପଡିଛି l ଏମାନେ ଦୀର୍ଘ ଦିନ ହେବ ବିଭିନ୍ନ ନିଶା କାରବାରରେ ସମ୍ପୂକ୍ତ ଥିବାବେଳେ ଏମାନଙ୍କ ନାମରେ ପୂର୍ଵରୁ ଅନେକ ମାମଲା ରହିଛି l ଏହି ଚଢ଼ାଉରେ ରଣପୁର ଅବକାରୀ ଥାନାର ଏସ ଆଇ ସୁଶାନ୍ତ କୁମାର ମହାପାତ୍ର,ଏ ଏସ ଆଇ ସୁବାଷ ଚନ୍ଦ୍ର ସେଠୀ,ମିତା ନାୟକ ଏବଂ ଅନ୍ୟ କର୍ମଚାରୀ ମାନେ ସାମିଲ ରହିଥିଲେ |