-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
02-Sep-2026
ଡୁଙ୍ଗୁରିପାଲି (ଆରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷ ରେ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ ସ୍ଥାନୀୟ ପ୍ରଧାନ ଶିକ୍ଷକ ସତ୍ୟବାନ କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥି,ଲିଙ୍ଗମାର୍ଣ୍ଣି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନାତନ ବେହେରା, ଦିଗଶିରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଦାଶ ଓ ଗଜବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ସମ୍ମାନିତ ଅତିଥିଭାବେ ଯୋଗଦେଇ ଗ୍ରାମାଞ୍ଚଳ ସ୍ତରର କ୍ରୀଡା ପ୍ରତିଭାଙ୍କୁ ଚୟନ ପାଇଁ ସମସ୍ତଙ୍କ ନିଷ୍ଠାପର ପ୍ରୟାସ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ବ୍ଲକ କ୍ରୀଡା ସମ୍ପାଦକ ଅଶୋଳ ବୁଦ୍ଧିଆ ଙ୍କ ତତ୍ୱାବଧାନ ରେ ବିଭିନ୍ନ ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଖେଳ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଚଳିତ ବର୍ଷ ୧୪ ବର୍ଷରୁ କମ ଓ ୧୭ ବର୍ଷରୁ କମ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କ୍ରୀଡା ପ୍ରତିଯୋଗିତା କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ। ଜିଲ୍ଲା କ୍ରୀଡା କମିଟି ସଭ୍ୟା ପଦ୍ମିନୀ ସାହୁ ଉଦ୍ଦେଶ୍ୟ ଜ୍ଞାପନ ଓ ସଭ୍ୟ ସଂଜୀବ ସାହୁ ସଭା ପରିଚାଳନା କରିଥିଲେ। ଶେଷରେ ଶୁଖା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ଶିକ୍ଷକ ଟେକଚାନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।