-+91-9937148622 |
prerana_bgr@rediffmail.com |
Wednesday 2nd September 2026 |
R.N.I. Regd No. ODIODI/2010/46693
Breaking News
02-Sep-2026
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗ୍ରୁପ୍-ଜି ର ଦ୍ଵିତୀୟ ଦିବସ ର ପ୍ରଥମ ମ୍ୟାଚ ଏମଏମଏଏ ବାଦୀବାହାଲ ଓ ଯେଏଫଏ ଝାରମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ମ୍ୟାଚ ରେ ଏମଏମଏଏ ବାଦୀବାହାଲ ଦଳ ଯେଏଫଏ ଦଳକୁ 4-0 ରେ ହରାଇ ବିଜୟୀ ହୋଇଥିଲା l ଉକ୍ତ ମ୍ୟାଚ ରେ ଅତିଥି ଭାବେ ଏଡ଼ଭୋକେଟ ବିଜୟ କୁମାର ବାବୁ, ଏଥଲେଟିକ ଏସୋସିଏସନ ସଭାପତି ଦିଲୀପ କୁମାର ବେହେରା, ପୂର୍ବତନ ଫୁଟବଲ ଖେଳାଳି ପ୍ରତାପ କୁମାର ବହିଦାର, ରେନବୋ ପବ୍ଲିକ ସ୍କୁଲ ପ୍ରିନସିପାଲ ଅଶୋକ କୁମାର ଭିତିରିଆ, ପୂର୍ବତନ ରେଞ୍ଜର କିଶୋର କୁମାର ନାଏକ ଯୋଗ ଦେଇଥିଲେ l ଏହି ମ୍ୟାଚ ର ରେଫରୀ ହୋଇଥିଲେ କରୁଣାକର ପଧାନ, ରୋଶନ ମେହେର, ଭୋଳାନାଥ ନାଏକ l ମ୍ୟାଚ କମିଶନର ଦାୟିତ୍ୱ ରେ ପ୍ରଦୀପ କୁମାର ବଗର୍ତି l ଆଜିର ଦ୍ଵିତୀୟ ମ୍ୟାଚ ଟି ଏମଏସଏ ମୁରଶୁଣ୍ଡ ଓ ଏମକେଏଫଏ କୁସଂଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏମକେଏଫଏ କୁସଂଗ ଦଳ 1-0 ରେ ବିଜୟୀ ହୋଇଥିଲା l ଅତିଥି ଭାବେ ଲୋଇସିଂହା ର ପୂର୍ବତନ ସରପଞ୍ଚ ନବକିଶୋର ନାଏକ, ଷ୍ଟାଡିଅମ ଟ୍ରଷ୍ଟ ବୋର୍ଡ ମେମ୍ବର ଉତ୍ତର ହେର୍ଣ୍ଣା, ବିଶ୍ୱନାଥ ଭୂୟାଁ, ବିଭୁତିଭୂଷଣ ସାହାଣୀ, ସିନିଅର ସିଟିଜେନ ମେମ୍ବର ଗଜାନନ ଅଗ୍ରୱାଲ ଯୋଗ ଦେଇଥିଲେ l ରେଫରୀ ଦାୟିତ୍ୱ ରେ ସନ୍ଦୀପ ତରିଆ, ଶ୍ରୀରାମ ସାହୁ, ରୋଶନ ମେହେର, ବିଜୟ କୁମାର ରଣା l ମ୍ୟାଚ କମିଶନର ଥିଲେ ପ୍ରଦୀପ କୁମାର ବଗର୍ତି l ଆସନ୍ତା କାଲି ର ମ୍ୟାଚ ଏଚଆରଡିଏ ଖଲିଆପାଲି ଓ ଯେଡିଏଫଏଫଏ କୁସମେଲ ମଧ୍ୟରେ ଅନୁଷ୍ଠିତ ହେବ l