-+91-9937148622 |

prerana_bgr@rediffmail.com |

  Wednesday 2nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ତୁଷୁରାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ   (01-Sep-2026)       ||      ସମ୍ବଲପୁରର ଅଜ୍ଞାତ ଇତିହାସ, ଐତିହ୍ୟ ଓ ସଂସ୍କୃତି ଉପରେ ଜାତୀୟ ସମ୍ମିଳନୀ ସଂସ୍କୃତି ସଭ୍ୟତାର ପ୍ରୟୋଗଶାଳା ହେବ ସମ୍ବଲପୁର ଜିଲ୍ଲା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶିଷ୍ଟ ଇତିହାସକାର ଶିବ ପ୍ରସାଦ ଦାସଙ୍କ ୧୨୫ତମ ଜୟନ୍ତୀ ପାଳିତ   (01-Sep-2026)       ||      ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||     

HOME   ଜିଲ୍ଲା

ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ

02-Sep-2026



 

 

ସମ୍ବଲପୁର: (ସଂଜୀବ ପାଣିଗ୍ରାହୀ )-ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ଆଇଆଇଟି କାନପୁରର ମିଳିତ ସହଯୋଗରେ ପରିଚାଳିତ ସାଥି ପକ୍ଷରୁ ସମ୍ବଲପୁର ଜିଏମ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରସ୍ଥିତ ସାଥି କେନ୍ଦ୍ରରେ ‘ପ୍ରଗତି ୨୦୨୬’ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଦୁଇ ଘଣ୍ଟିଆ ଏହି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରର ବରିଷ୍ଠ ବୃତ୍ତିଜୀବୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମରେ ଓଏଚପିସି ର ଗେଟ (ଇଆଇ) ମନୋଜ କୁମାର ମହାରଣା, ଯୁବ ରେଡ୍‌କ୍ରସ୍‌ ସମ୍ବଲପୁରର କନଭେନର ସେକ୍ରେଟାରୀ ପବିତ୍ର ମୋହନ ବେହେରା, ଆକାଶବାଣୀ ସମ୍ବଲପୁରର ପ୍ରୋଗ୍ରାମ୍‌ ଏକ୍‌ଜିକ୍ୟୁଟିଭ୍‌ ସୌଭାଗ୍ୟ କୁମାର ରଥ ଏବଂ ବୌଦ୍ଧ ପଞ୍ଚାୟତ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଡ. ପ୍ରବୀର କୁମାର ଦାସ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ।ପାରମ୍ପରିକ ଦୀପ ପ୍ରଜ୍ଜ୍ୱଳନରୁ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ପରେ ଜିଏମ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟପ୍ରକାଶ ପ୍ରଧାନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଅଧିବେଶନରେ ଷ୍ଟେମ ଶିକ୍ଷା, ନାଗରିକ ଦାୟିତ୍ୱ, ସରକାରୀ ସେବାରେ କ୍ୟାରିୟର ସୁଯୋଗ, ଗଣମାଧ୍ୟମ ଓ ସୃଜନଶୀଳ ଯୋଗାଯୋଗ ସହିତ ବିଭିନ୍ନ କ୍ଷେତ୍ରରେ ଉପଲବ୍ଧ ଭବିଷ୍ୟତ ସୁଯୋଗ ସମ୍ପର୍କରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ।

 

ଆକାଶବାଣୀର ପ୍ରୋଗ୍ରାମ୍‌ ଏକ୍‌ଜିକ୍ୟୁଟିଭ୍‌ ସୌଭାଗ୍ୟ କୁମାର ରଥ ଗଣମାଧ୍ୟମ, ଯୋଗାଯୋଗ ଏବଂ ପ୍ରସାରଣ କ୍ଷେତ୍ରରେ ବୈଷୟିକ ପରିବର୍ତ୍ତନ ସହ ଖାପ ଖୁଆଇବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ମନୋଜ କୁମାର ମହାରଣା ଓ ଡ. ପ୍ରବୀର କୁମାର ଦାସ ଛାତ୍ରଛାତ୍ରୀଙ୍କୁ ବୈଜ୍ଞାନିକ ଚିନ୍ତାଧାରା ବିକଶିତ କରିବା, ବୈଷୟିକ ଓ ବିଜ୍ଞାନଭିତ୍ତିକ କ୍ୟାରିୟର ସୁଯୋଗ ଅନ୍ୱେଷଣ କରିବା ଏବଂ ଶିକ୍ଷା କ୍ଷେତ୍ରରେ ନିରନ୍ତର ପରିଶ୍ରମ କରିବାକୁ ପରାମର୍ଶ ଦେଇଥିଲେ।ସେହିପରି ପବିତ୍ର ମୋହନ ବେହେରା ନିଜ ଜୀବନଯାତ୍ରାର ଅନୁଭୂତି ବାଣ୍ଟିବା ସହ ଯୁବ ନେତୃତ୍ୱ, ସମାଜସେବା ଓ ବ୍ୟକ୍ତିଗତ ଶୃଙ୍ଖଳାର ଗୁରୁତ୍ୱ ବୁଝାଇଥିଲେ।ପରେ ଅନୁଷ୍ଠିତ ମୁକ୍ତ ପ୍ରଶ୍ନୋତ୍ତର ଅଧିବେଶନରେ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି, କ୍ୟାରିୟର ଚୟନ ଓ ନୂତନ ବୈଷୟିକ ଧାରା ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଅତିଥିମାନେ ସେଗୁଡ଼ିକର ଉତ୍ତର ଦେଇ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଦିଗଦର୍ଶନ ଦେଇଥିଲେ।ଜିଏମ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟପ୍ରକାଶ ପ୍ରଧାନ କହିଥିଲେ, “ପ୍ରଗତି ୨୦୨୬ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟ ଶିକ୍ଷା ପରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ବିଭିନ୍ନ କ୍ୟାରିୟର ବିକଳ୍ପ ସମ୍ପର୍କରେ ସ୍ପଷ୍ଟତା ଆଣିବା। ବିଭିନ୍ନ କ୍ଷେତ୍ରର ବୃତ୍ତିଜୀବୀଙ୍କ ସହ ସିଧାସଳଖ ଆଲୋଚନା ଛାତ୍ରଛାତ୍ରୀଙ୍କୁ ନିଜ ଭବିଷ୍ୟତ ସମ୍ପର୍କରେ ସଚେତନ ଓ ସଠିକ୍‌ ନିଷ୍ପତ୍ତି ନେବାରେ ସହାୟକ ହେବ।”କାର୍ଯ୍ୟକ୍ରମ ଶେଷରେ ସାଥି ମିତ୍ର ମନୋଜ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ଏକ କ୍ୟାରିୟର ସଚେତନତା କାର୍ଯ୍ୟକ୍ରମ। ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରର ସୁଯୋଗ, ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ସଠିକ୍‌ ନିଷ୍ପତ୍ତି ନେବାର ଦକ୍ଷତା ପ୍ରଦାନ କରିବା ଏହାର ମୁଖ୍ୟ ଲକ୍ଷ୍ୟ।ସେହିପରି ସାଥି ଶିକ୍ଷା ମନ୍ତ୍ରଣାଳୟ ଓ ଆଇଆଇଟି କାନପୁରର ମିଳିତ ପ୍ରୟାସରେ ବିକଶିତ ସାଥି ଦେଶର ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଉଚ୍ଚମାନର ଶିକ୍ଷଣ ସାମଗ୍ରୀ, ବିଶେଷଜ୍ଞଙ୍କ ଅଧ୍ୟାପନ ଓ ମକ୍‌ ଟେଷ୍ଟ ସୁବିଧା ପ୍ରଦାନ କରିଥାଏ। ସାଥି କେନ୍ଦ୍ରଗୁଡ଼ିକ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନୀୟ ସ୍ତରରେ ଭୌତିକ ଶିକ୍ଷା ଓ ସମ୍ବଳ କେନ୍ଦ୍ର ଭାବେ କାର୍ଯ୍ୟ କରୁଥିବା କୁହାଯାଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   02-Sep-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   02-Sep-2026
  ଜିଲ୍ଲା  
ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   02-Sep-2026
  ଜିଲ୍ଲା  
ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   01-Sep-2026
  ଜିଲ୍ଲା  
ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   01-Sep-2026
  ରାଜ୍ୟ  
ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   01-Sep-2026
  ଜିଲ୍ଲା  
ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   01-Sep-2026
  ଜିଲ୍ଲା  
ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   01-Sep-2026
  ଜିଲ୍ଲା  
ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   01-Sep-2026
  ଜିଲ୍ଲା  
ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    01-Sep-2026

You Might Also Like